କନେଷ୍ଟବଳ  ରୁ  ଏସ୍‌ପି : ଗରିବୀ ହେଇପାରିଲାନି ବାଧକ

କୁହାଯାଏ ଚେଷ୍ଟା ଏବଂ ଇଛା ଶକ୍ତି ଆଗରେ ପଙ୍ଗୁ ମଧ୍ୟ ପାହାଡ ଚଢ଼ିପାରେ ,କଠିନ ପରିଶ୍ରମ ଆଗରେ ଯେ କୌଣସି ଅସମ୍ଭବ ସମ୍ଭବ ହେଇପାରିବ I ଏକଥା ଦେଖାଇଛନ୍ତି ମନୋଜ ରାଓ୍ୱତ I

କନେଷ୍ଟବଳ ରୁ ସିଧାସଳଖ ଆଇପିଏସ୍‌ ପରୀକ୍ଷାରୁ ଏସ୍‌ପି I ଜନ୍ମ ହେଇଥିଲେ ଗରିବୀ ପରିବାରରେ ତଥାପି ତାଙ୍କର ଦୁଃଖ ନଥିଲା ନିଜ କଷ୍ଟ ବଳରେ କନେଷ୍ଟବଳ ଭାବରେ ଯୋଗ ଦେଇଥିଲେ ମନୋଜ I ବୟସ ହେଇଥାଏ 19 , ଇଛା ନଥାଏ କନେଷ୍ଟବଳ ଚାକିରୀ ପାଇଁ , କିନ୍ତୁ ଚଳିବା ପାଇଁ ଚାକିରୀ ନିହାତି ଦରକାର ଥିଲା I ମନରେ ବିଶ୍ୱାସ ହାରିନଥିଲେ ମନୋଜ ଯେମିତି ବି ହେଉ ଆଇପିଏସ୍‌ ହେବେ I

ନିଜ ଲକ୍ଷ କୁ ସଫଳ କରିବାକୁ ବାଧ୍ୟ ହେଇ ୨୦୧୩ ମସିହାରେ ମନୋଜ ଚାକିରି ଛାଡିଲେ । ଏବଂ ଆଇପିଏସ୍‌ ହେବା ପାଇଁ ଉଦ୍ୟମ ଜାରିରଖିଥିଲେ I 2017 ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ , ମନରେ ଥିଲା ଅନେକ ସ୍ବପ୍ନ , ଏବଂ ସମ୍ଭାବନା I ତେବେ ସବୁ ଭାବନା କୁ ପଛରେ ପକାଇଦେଇ ସେ ହେଇଛନ୍ତି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ରେ ଉତୀର୍ଣ୍ଣ I ୨୦୧୮ ରେ ଘୋଷଣା ହେଇଥିବା ଫଳାଫଳ ରେ ତାଙ୍କ ସ୍ବପ୍ନ ସଫଳ ହେଇଛି I ଏବେ ସେ ଆଉ କନେଷ୍ଟବଳ ନୁହେଁ ସିଧାସଳଖ ହେବେ ଏସପି I

Leave a Reply

Your email address will not be published. Required fields are marked *