କଲେଜ ଛାତ୍ରୀ ଙ୍କୁ ଅଶ୍ଳୀଳ ଇଙ୍ଗିତ : ପଲସର ରୋମିଓ କୁ ଧୁମ ଛେଚିଲେ ସ୍ଥlନୀୟ ଲୋକେ

କଲେଜ ଛାତ୍ରୀ ଙ୍କୁ କମେଣ୍ଟ ମାରି ନିର୍ଧୁମ୍ ମାଡ ଖାଇଛନ୍ତି ବାତେରା ରୋଡ଼ ରୋମିଓ I ମିଳିଥିବା ସୂଚନା ଅନୁଯାଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିକଟସ୍ଥ ଏକ ଏଟିିମଏମ ରୁ କିଛି କଲେଜ ଛାତ୍ରୀ ଟଙ୍କା ଉଠାଇ ବାହାରକୁ ବାହାରୁଥିବା ବେଳେ ଏକ ପଲସର ରେ ତିନିଜଣ ଯୁବକ ପହଂଚି ଅଶ୍ଳୀଳ ଇଙ୍ଗିତ ରେ କଣ ଡାର୍ଲିଂଗ ଆମ ସହିତ ଆସୁନା ବୋଲି କମେଣ୍ଟ କରିଥିଲେ I

ପାଖରେ ଥିବା ସ୍ଥାନୀୟ ଲୋକେ ଯୁବକ ମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ ମଧ୍ୟ ଯୁବକ ମାନେ ଓଲଟା ଗାଳି ଗୁଲଜ କରିଥିଲେ ଫଳରେ ସ୍ଥାନୀୟ ଲୋକେ ତିନିଜଣ ଯୁବକ କୁ ଅଟକ ରଖି ଭଲ କରି ଉତ୍ତମ ମଧ୍ୟମ ଦେଇଥିଲେ ଏବଂ ପୋଲିସ କୁ ଡାକିକି ହସ୍ତାନ୍ତର କରିଥିଲେ I

Leave a Reply

Your email address will not be published. Required fields are marked *