ସମ୍ପତି ଲୋଭରେ ମା କୁ ମୃତ ଦର୍ଶାଇ ଘର ବିକିଦେଲା ସୈତାନ ପୁଅ

ବାର ମାସରେ ତେର ଓଷା କରି ପୁଅ ଜନ୍ମ ଦେଇଥିଲା , ଭାବିଥିଲା ବୃଦ୍ଧା କାଳରେ ସହାୟ ହେବ , କିନ୍ତୁ ସମ୍ପତି ଲୋଭରେ ନିଜ ପୁଅ ମା କୁ ଜାଲ କାଗଜପତ୍ର କରି ମୃତ ଦର୍ଶାଇ ପଡୋଶୀ କୁ ବିକିଦେଇଛି ଘର ଦ୍ୱାର I ମୁଣ୍ଡ ଗୁଞ୍ଜିବାକୁ ବାର ଦୁଆର ତେର ପିଣ୍ଡା ହେଉଛନ୍ତି ବୁଢ଼ୀ ମା ଜଣକ I ଘଟଣା ଟି ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ତୁଳସୀଚଉରା ଗ୍ରାମର Iମା ଙ୍କ ନାମ ନେତ୍ରମଣି ଦାଶ ବୟସ 88 I ବୃଦ୍ଧା ମା ଏକଥା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି। ତଥାପି 88 ବୟସରେ ନ୍ୟାୟ ପାଇଁ ପୋଲିସ ଷ୍ଟେସନ ଦଉଡି ଦଉଡି ହତାଶ ହେବାରୁ ବାଧ୍ୟ ହେଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବସିରହିଛନ୍ତି ବୃଦ୍ଧା। । ଏନେଇ ଜିଲ୍ଲାପାଳ କହିଛନ୍ତି ବୃଦ୍ଧା ମା ଙ୍କ ଅଭିଯୋଗ ର ତୁରନ୍ତ ତଦନ୍ତ କରାଯାଇ ନିର୍ଚିନ୍ତ ନ୍ୟାୟ ଦିଆଯିବ I

Leave a Reply

Your email address will not be published. Required fields are marked *