ପୋଲିସ ଶୁଣିଲାନି,ନ୍ୟାୟ ପାଇଁ ପାରାଦୀପ ଥାନା ଆଗରେ ଅଧିଆ ପଡି ଗୁହାରି କଲେ ଶ୍ରମିକ

152 ଶ୍ରମିକ ,ମାନଙ୍କର ବୁଡିଯାଇଛି ବେଉସା , ଆର୍ଥିକ କ୍ଷତି ଯୋଗୁ ସମସ୍ତଙ୍କୁ ଚାକିରୀ ରୁ ବେଦଖଲ କରିଆଦାନୀ ଗ୍ରୁପ୍‌ କୁ ଟେକି ଦେଇଛି ନିଜ କମ୍ପାନୀ ଯଥା ଜଗତ୍‌ସିଂହପୁର ସ୍ଥିତ କାର୍‌ଗିଲ ଇଣ୍ଡିଆ କମ୍ପାନୀ I
ନୂଆ କମ୍ପାନୀ ଆଦାନୀ ଗ୍ରୁପ୍‌ ଶ୍ରମିକ ମାନଙ୍କୁ ଗ୍ରହଣ କରୁନାହିଁ I ତେବେ କିଏ ଦେବା ସେମାନଙ୍କ ପରିବାର କୁ ଆହାର ? ପୁଣି ଥରେ ଆଦାନୀ ଗ୍ରୁପ୍‌ ସେମାନଙ୍କୁ କମ୍ପାନୀ ରେ ରଖିବାକୁ ଶ୍ରମିକ ସଂଘ ତରଫରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ପାରାଦୀପ ପୋଲିସ ର ଅନୁମତି ମାଗିଥିଲେ I କିନ୍ତୁ କୌଣସି କାରଣ ବଶତଃ ପୋଲିସ ଅନୁମତି ନଦେବାରୁ ନ୍ୟାୟ ପାଇଁ ଆଜି ଥାନା ସମ୍ମୁଖରେ ସମସ୍ତ ଶ୍ରମିକ ଅଧିଆ ପଡି ଗୁହାରି କରିଛନ୍ତି I ତେବେ ଏନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *