ସମାନ ମାର୍କ ରଖି ଏକା ସାଙ୍ଗରେ ମାଟ୍ରିକ ପାସ୍‌ କଲେ ବାପ-ପୁଅ

କଥାଟି ଚକିତକର ଲାଗୁଥିଲେ ମଧ୍ୟ ସତ I ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସାରା ବାଲେଶ୍ୱର ରେ ଗୋଟିଏ କଥା ଚର୍ଚା ଚାଲିଛି I ବାପା ପୁଅ ଏକାସାଙ୍ଗରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଏବଂ ଏକା ସାଙ୍ଗରେସମାନ ନମ୍ବର ରଖି ପାସ୍ କରିଛନ୍ତି । ବାଲେଶ୍ୱର ଜିଲା ବିଜେପି ଉପସଭାପତି ଅରୁଣ କୁମାର ବେଜ(୫୮) ଏବଂ ତାଙ୍କ ପୁଅ ବିଶ୍ୱଜିତ ବେଜ(୩୦) ଶ୍ରୀ ଚୈତନ୍ୟଦେବ ଉଚ୍ଚବିଦ୍ୟାଳୟ ( ମୁକ୍ତବିଦ୍ୟାଳୟ) ରେ ପାଠ ପଢିଥିଲେ I ପରୀକ୍ଷା ସେଣ୍ଟର ମନୋରଞ୍ଜନ ସୀମାନ୍ତ ଉଚ୍ଚ ବିଦ୍ୟାଳୟରେ ହେଇଥିଲା I ବାପା ପୁଅ ଦୁହେଁ ମାଟ୍ରିକ ପରୀକ୍ଷା ଦେଇଥିଲେ। ଏବଂ ସଫଳତାର ସହିତ ୩୪୨ ନମ୍ବର ବି-୨ ଗ୍ରେଡ୍‌ରେ ଉଭୟ ପାସ କରିଛନ୍ତି I

Leave a Reply

Your email address will not be published. Required fields are marked *