ବାଲେଶ୍ୱର ଲେଡି ଡନ୍: ପୋଲିସ୍ କୁ ବଜାର ଭିତରେ ଗୋଡେଇ ଗୋଡେଇ ଚପଲରେ ସେକିଲେ

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉ ନଗା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି I ଅଞ୍ଜି ବଜାରରେ ସନ୍ଧ୍ୟା ସମୟରେ ହେଲମେଟ ଚେକିଂ କରୁଥିବା ସମୟରେ ଏକ ଦମ୍ପତି ସହିତ ପୋଲିସ ର ଯୁକ୍ତି ତର୍କ ହେଇଥିଲା ଏହାକୁ ବିରୋଧ କରି ଜଣେ ମହିଳା ପୋଲିସ କୁ ମାଡ ମାରିବା ସହିତ ସର୍ବସମୁଖ ରେ ଚପଲ ରେ ସେକି ଦେଇଛନ୍ତି I ମିଳିଥିବା ସୂଚନା ଅନୁଯାଇ ପୋଲିସ ର ସନ୍ଧ୍ୟା ସମୟରେ ହେଲମେଟ ଚେକିଂ କୁ ଭାନା ସାହା ନାମକ ଜଣେ ବ୍ୟକ୍ତି ବିରୋଧ କରିଥିଲେ ,

ଭାନା ସାହା ଙ୍କ ନାମରେ ପୂର୍ବରୁ ଅଭିଯୋଗ ଥିବାରୁ ପୋଲିସ ତାଙ୍କୁ ଥାନାକୁ ନେବାକୁ ଚେଷ୍ଟା କରିଥିଲା , ଫଳରେ ବହୁ ଯୁକ୍ତିତର୍କ ହେଇଥିଲା I ସେଠାରେ ଉପସ୍ଥିତ ଭାନା ସାହା ଙ୍କ ସ୍ତ୍ରୀ ପୋଲିସ ଅଧିକାରୀ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ ଚପଲରେ ମାଡ ମାରିଥିଲେ I

ଏହି ଘଟଣାରେ ଫାଣ୍ଡି ଅଧିକାରୀ ଙ୍କ ସହିତ ଦୁଇ କନେଷ୍ଟେବଳ ଗୁରୁତର ଆହତ ହେଇଛନ୍ତି , ଫାଣ୍ଡି ଅଧିକାରୀ ଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଛି I ତାଙ୍କୁ ପ୍ରଥମେ ସୋର ହସ୍ପିଟାଲ ଏବଂ ପରେ ବାଲେଶ୍ୱର ମୁଖ୍ୟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି I ଆକ୍ରମଣ କାରି ଭାନା ଙ୍କ ଘର ସାହସପୁର I ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି I

Leave a Reply

Your email address will not be published. Required fields are marked *