ଏବର୍ଷ ପାଓ୍ବାର କଟ୍‌ ହେବ ନାହିଁ ବୋଲି ମନ୍ତ୍ରୀଙ୍କ ଦୃଢ଼କ୍ତି କିନ୍ତୁ ଅଘୋଷିତ ବିଦ୍ୟୁତ୍ କାଟ୍ ରେ ଅସ୍ତବ୍ୟସ୍ତ ହେଇପଡିଲେଣି ଓ଼ଡିଶାବାସୀ

ଚଳିତବର୍ଷ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ଖୋଦ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଘୋଷଣା କରିଛନ୍ତି I ମନ୍ତ୍ରୀଙ୍କ କହିବାନୁସାରେ ରାଜ୍ୟରେ ଯଥେଷ୍ଟ ପରିମାଣରେ ଆବଶ୍ୟକତା ଅନୁଯାଇ ବିଦ୍ୟୁତ୍‌ ଉତ୍ପାଦନ ହେଉଛି I ତେଣୁ ବିଦ୍ୟୁତ୍ କାଟ୍ ର ଆବଶ୍ୟକତା ନାହିଁ I

ଆଗାମୀ ଦେଢ଼ ମାସ ମଧ୍ୟରେ ପାଖାପାଖି 4400 ମେଗା ଓ୍ବାଟ୍‌ ବିଦ୍ୟୁତ୍‌ ଆବଶ୍ୟକ ଥିବାବେଳେ ,ଥର୍ମାଲ୍‌ ପାଓ୍ବାର୍‌ ପ୍ଲାଣ୍ଟଗୁଡିକରୁ ୭୮୦ ମେଗା ଓ୍ବାଟ୍‌ ୬ଟି ହାଇଡ୍ରୋ ପାଓ୍ବାର ଷ୍ଟେସନ୍‌ରୁ ୧୨୩୦ ମେଗା ଓ୍ବାଟ୍‌, , କେନ୍ଦ୍ରୀୟ ସଂସ୍ଥାରୁ ୧୨୧୨ ମେଗା ଓ୍ବାଟ୍‌ ଏବଂ ଏକକ ଭାବେ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ସଂସ୍ଥାରୁ ୨୪୫ ମେଗା ଓ୍ବାଟ୍‌ , ଅନ୍ୟାନ୍ୟ ସମ୍ବଳରୁ 490 ମେଗା ଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି ।

ତେବେ ବର୍ତମାନ ରାଜ୍ୟରେ ଲାଗିରହିଥିବା ଅଘୋଷିତ ବିଦ୍ୟୁତ୍‌ କାଟ୍‌ କୁ ନେଇ ପ୍ରଶ୍ନ କରିବାରୁ ମନ୍ତ୍ରୀ କହିଥିଲେ , ବିଦ୍ୟୁତ୍‌ କାଟ୍‌ ପାଇଁ କୌଣସି ନିର୍ଦେଶ ଦିଆଯାଇନାହିଁ , ଯେଉଁ ଅଂଚଳରେ ବିଦ୍ୟୁତ୍‌ କାଟ୍‌ ହେଉଛି ତାହା ଯାନ୍ତ୍ରିକ ତ୍ରୁଟି , ରକ୍ଷଣା ବେକ୍ଷଣ, ଓଭର ଲୋଡ୍‌ ଟ୍ରିପ, ଝଡବାତ୍ୟା କାଳବୈଶାଖୀ କାରଣରୁ ବିଦ୍ୟୁତ୍‌ କାଟ୍‌ କରାଯାଉଛି।

Leave a Reply

Your email address will not be published. Required fields are marked *