ଜିଲ୍ଲାପରିଷଦ ସଭ୍ୟ ପରିବହନ ମନ୍ତ୍ରୀଙ୍କୁ ପଚାରିଲେ ‘ହୁ ଆର୍‌ ୟୁ’ ? ମନ୍ତ୍ରୀ ରାଗିକି ବୈଠକ ଛାଡି ପଳାଇଲେ

ଆଜି ଢେଙ୍କାନାଳ ଜିଲାପରିଷଦସଭ୍ୟ ମାନଙ୍କର ବୈଠକ ଚାଲୁଥିବା ବେଳେ ଏକ ଘଟଣା ସାରା ଜିଲ୍ଲା ରେ ଚର୍ଚା ହେବାରେ ଲାଗିଛି I ବୈଠକ ରେ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଙ୍କୁ ଢେଙ୍କାନାଳ ଜିଲାପରିଷଦ ବିଜେପି ସଭ୍ୟ ‘ହୁ ଆର୍‌ ୟୁ’ କହି ଚର୍ଚା ରେ ଅଛନ୍ତି I ମିଳିଥିବା ସୂଚନା ଅନୁଯାଇ ଆଜି ଢେଙ୍କାନାଳ ଜିଲାପରିଷଦର ୫ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିଲା ।

ସଭାରେ ଜିଲାପରିଷଦ ସଭ୍ୟାସଭ୍ୟଙ୍କ କ୍ଷମତା ଓ ଦାୟିତ୍ୱ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ପରଜଙ୍ଗ ବ୍ଲକ ଜୋନ୍‌-୩ ବିଜେପି ଜିଲ୍ଲାପରିଷଦ ପ୍ରଶ୍ନ କରିଥିଲେ ଯାହାକୁ ନେଇ ପରଜଙ୍ଗ ବିଧାୟକ ତଥା ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏବଂ ରଞ୍ଜନଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ କଥା କଟାକଟି ହୋଇଥିଲା। ଏଇଥିରେ ରାଗିଯାଇ ମନ୍ତ୍ରୀ ନୃସିଂହ ସାହୁ ପ୍ରଥମେ ରଞ୍ଜନ ଙ୍କୁ ‘ହୁ ଆର୍‌ ୟୁ’ କହିଥିଲେ ରଞ୍ଜନ ମଧ୍ୟ ମନ୍ତ୍ରୀଙ୍କୁ ପଚାରିଥିଲେ ‘ହୁ ଆର୍‌ ୟୁ’ । ଘଟଣା ଏତେ ତିକ୍ତ ହେଇଯାଇଥିଲା ଯେ ମନ୍ତ୍ରୀ ରାଗିଯାଇ ବୈଠକ ଛାଡି ପଳାଇଥିଲେ।

Leave a Reply

Your email address will not be published. Required fields are marked *