ପାରାଦୀପ ସେସୁ କର୍ତ୍ତୃପକ୍ଷ ଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ :କେବଳ ବିଜେଡି କର୍ମୀ ଙ୍କୁ ମାଗଣା ସଂଯୋଗ ଦିଆଯାଉଛି

ପାରାଦୀପ ସେସୁ କର୍ତ୍ତୃପକ୍ଷ ଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛି ବିଜେପି I ମିଳିଥିବା ସୂଚନା ଅନୁଯାଇ ବିଜେପି ର ଅଭିଯୋଗ ହେଉଛି ଯେ ପାରାଦୀପ ସେସୁ କର୍ତ୍ତୃପକ୍ଷ ବିଜେଡି ଲୋକଙ୍କ କଥାରେ କେବଳ ବିଜେଡି କର୍ମୀ ମାନଙ୍କୁ ବିଦ୍ୟୁତ୍‌ ସଂଯୋଗ ଦେଉଛନ୍ତି, ଯେଉଁ ମାନେ ବିଜେପି କର୍ମୀ ସେମାନଙ୍କୁ ସଂଯୋଗ ଦିଆଯାଉନି I
ସୌଭାଗ୍ୟ ଯୋଜନା କେନ୍ଦ୍ର ସରକାର ଙ୍କ ଏକ ଯୋଜନା ଯେଉଁଥିରେ କି ମାଗଣା ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥଏ

କିନ୍ତୁ ଏହି ସଂଯୋଗ ରେ ମଧ୍ୟ ପାରାଦୀପ ପୌରାଞ୍ଚଳର ୬ନଂ.ଓ୍ବାର୍ଡ ବାଉରିଆ ପାଳନ୍ଦା ବସ୍ତି ଲୋକଙ୍କଠାରୁ ଘର ପିଛା ୧୫ଶହ ଟଙ୍କା କର୍ତ୍ତୃପକ୍ଷ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି I ଏନେଇ ବାରମ୍ବାର ସେସୁ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ I ତେଣୁ ଆଗାମୀ ଦିନରେ ଯଦି ଏହାର ସମାଧାନ ନହୁଏ ତେବେ ଏହା ଜିଲ୍ଲାସ୍ତରୀୟ ଆନ୍ଦୋଳନ ର ରୂପ ନେବ ବୋଲି ବିଜେପି ତରଫରୁ ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ବାଇଁ, ବନିତା ରାଉତ, ଶୈଳେନ୍ଦ୍ରୀ ସେନାପତି, ସଞ୍ଜୁକ୍ତା ବରାଳ, ଶାନ୍ତିଲତା ମଲ୍ଲିକ ପ୍ରମୁଖ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *