ଏସବୁ ସଂକେତ ଆସିଲେ ଜାଣନ୍ତୁ ଆସୁଛି କିଛି ଖରାପ ସମୟ

କୁହାଯାଏ ଖରାପ ସମୟ କେତେବେଳେ ଆସେ କାହାକୁ ଜଣାନଥାଏ , କିନ୍ତୁ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କିଛି ସତର୍କ ଦେଇଥାନ୍ତି , ଏସବୁ ସତର୍କ ଆସିବା ମାତ୍ରେ ଆମେ ସାବଧାନ ହେଇ ଏହାର ପ୍ରତିକାର କରିବା ଦରକାର1) ସ୍ତ୍ରୀ ସିନ୍ଦୁର ପିନ୍ଧିବା ସମୟରେ ଯଦି ହାତରୁ ସିନ୍ଦୁର ଡବା ଅଜାଣତରେ ଖସି ପଡେ ,

ତେବେ ନିକଟ ଭବିଷ୍ୟତରେ ସ୍ୱାମୀଙ୍କର ଆର୍ଥିକ ମାନ୍ଦାବସ୍ଥା କିମ୍ବା ଶରୀର ଅସୁସ୍ଥ ହେବାର ସମ୍ଭାବନା ଥାଏ 2) ଯଦି କୌଣସି କାରଣରୁ ଭଲ କ୍ଷୀର ଛିଡିଯାଏ କିମ୍ବା ପାତ୍ରରୁ ଉତୁରି କି ତଳେ ପଡେ ,ତେବେ ଏହାଦ୍ୱାରା ଅଶୁଭ ହେଇଥାଏ , ଖୁବ ଶୀଘ୍ର ପରିବାରରେ କେହି ରୋଗରେ ପଡିଥାଏ I 3) ଯଦି ବାରମ୍ବାର ଖରାପ ସ୍ବପ୍ନ ଦେଖୁଥାନ୍ତି ,

ତେବେ ହୁଏତ ପରିବାର ର ନିକଟ ପ୍ରିୟଜନ ଙ୍କର କାହାର କ୍ଷତି ଘଟିଥାଏ , ନିଜର ବ୍ୟବସାୟରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥା ଲାଗିରହିଥାଏ I ଶତ୍ରୁ ମଧ୍ୟ ସୃଷ୍ଟି ହେଇପାରନ୍ତି I 4) ଆପଣଙ୍କ ପୋଷା କିମ୍ବା ପାଖରେ ଥିବା କୌଣସି ବିରାଡ଼ି ଯଦି ଏକ ଅଜବ ପ୍ରକାର ଶବ୍ଧ କରେ ଯାହା କି ଭୟ ସୃଷ୍ଟି କରିଥାଏ ,

ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହେଇଥାଏ I ଏବଂ ଖୁବ ଶୀଘ୍ର ଏହା ଆପଣଙ୍କ ର କ୍ଷତି କରାଇଥାଏ I 5) ଯଦି କୌଣସି କାରଣ ନଥାଇ ଅକସ୍ମାତ ସ୍ତ୍ରୀ ମାନଙ୍କର ମଙ୍ଗଳସୂତ୍ର ଛିଡିଯାଏ ତେବେ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି , ମା ବୃନ୍ଦାବତୀ ( ତୁଳସି ) ଙ୍କୁ ପୂଜା କରନ୍ତୁ 6) ଆପଣ ବାହାରକୁ ଯିବା ସମୟରେ ଯଦି ବାରମ୍ବାର ଝଗଡା , ଗଣ୍ଡଗୋଳ ଦେଖୁଥାନ୍ତି ତେବେ ଆପଣଙ୍କ ପାରିବାରିକ ଯିବନ ରେ କଳହ ଅଶାନ୍ତି ଲାଗିରହିବ I

7) ଭୋଜନ ସମୟରେ ଯଦି ଆପଣଙ୍କୁ ପ୍ରଥମ ଗୁଣ୍ଡା ଖାଦ୍ୟ ଖରାପ ଲାଗିଥାଏ କିନ୍ତୁ ପରବର୍ତୀ ଖାଦ୍ୟ ଭଲ ଲାଗିଥାଏ ତେବେ ଜାଣିରଖନ୍ତୁ ଆପଣଙ୍କ ବନ୍ଧୁବାନ୍ଧବ ମାନଙ୍କ ଠାରୁ କିଛି ଅଶୁଭ ସଂକେତ ମିଳିବାର ସମ୍ଭାବନା ରହିଛି I 8) ପୂଜା କରିବା ସମୟରେ ଯଦି ଆପଣଙ୍କ ହାତରୁ ପୂଜା ଥାଳି ତଳେ ପଡ଼ିଯାଏ କିମ୍ବା ଦୀପ ଲିଭିଯାଏ ,

ତେବେ ଜାଣନ୍ତୁ ଦେବୀଦେବ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ନାହାନ୍ତି ଏବଂ ଖୁବ ଶୀଘ୍ର କିଛି ବିପତ୍ତି ପଡିପାରେ I Copyright@odishaexclusive

Leave a Reply

Your email address will not be published. Required fields are marked *