କଂସ ମାମୁଁ : ନାବାଳିକା ଅନାଥିନି ଭାଣିଜୀ କୁ ଜବରଦସ୍ତ ବଳାତ୍କାର

ବାଲେଶ୍ୱର ରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା I ଘଟଣା ଟି ହେଉଛି
ସଦର ଥାନା ଅନ୍ତର୍ଗତ ଇଷାଣୀ ଅଞ୍ଚଳରI ନିରୀହ ଝିଅଟେ , ମା ଚାଲିଯାଇଛି ୪ବର୍ଷ ପୂର୍ବରୁ ଆରପାରିକି , ତଥାପି ମନ ମାନିଲା ନାହିଁ ଦଇବ ର ବାପାବି ଛୋଟ ଝିଅକୁ ଛାଡ଼ିଦେଇ କୁଆଡେ ପଳେଇଲେ I ବେସାହାରା ଅନାଥ ହେଇଗଲା ଝିଅଟି I ଏତେବଡ ଦୁନିଆରେ କେମିତି ବଂଚିବ ସେ , ମା ଙ୍କର ସମ୍ପର୍କୀୟ ଭାଇ ବୁଦ୍ଧିଆ ମାରାଣ୍ଡି ( ବଡ ବାପାଙ୍କ ପୁଅ ) କୁନି ଝିଅକୁ ନେଇ ଲାଳନ ପାଳନ କରୁଥିଲେ I ତେବେ ବୁଦ୍ଧିଆ ଙ୍କ ସାନ ଭାଇ ବାଣ୍ଠୁ ମାରାଣ୍ଡି ବଡ ଭାଇ ପାଖରୁ କୁନି ଝିଅକୁ ନିଜ ପାଖକୁ ଆଣିଥିଲେ ଲାଳନ ପାଳନ କରିବା ପାଇଁ I ବଡ ଭାଇ ମଧ୍ୟ ସାନ ଭାଇର କଥା ରେ ରାଜି ହେଇ କୁନି ଝିଅକୁ ଛାଡିଥିଲା ତା ସାଙ୍ଗରେ I ତେବେ ଗତ ୮ ତାରିଖ ରେ କୁନି ଝିଅଟି ଜୋରରେ ଚିତ୍କାର କରିବାରୁ ପାଖରେ ଥିବା ପଡ଼ୋଶୀ ଘର ଭିତରକୁ ଯାଇଥିଲେ ।ଘର ଭିତର ଦୃଶ୍ୟ ଦେଖି ସେମାନେ ଚକିତ ହେଇଯାଇଥିଲେ I କୁନି ଝିଅଟିକୁ ଅତି ନିର୍ମମ ଭାବେ ବାଣ୍ଠୁ ଧର୍ଷଣ କରୁଥାଏ , କୁନି ଝିଅଟି ଯେତେ କଷ୍ଟରେ ଯେତେ କାକୁତି ମିନତୀ ହେଲେ ମଧ୍ୟ ବାଣ୍ଠୁ ଛାଡ଼ିନଥିଲା I ପଡୋଶୀ ଙ୍କ ଦ୍ୱାରା ଝିଅଟି ଉଦ୍ଧାର ହେବ ପରେ ସ୍ଥାନୀୟ ପରେ ଓ୍ବାର୍ଡମେମ୍ବରଙ୍କ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ଦ୍ୱାରା ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ମାମୁ ବାଣ୍ଠୁଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *