ବାପାଙ୍କ ଶେଷ ଇଛା ପୂରଣ କଲେ ଝିଅ : ମର ଶରୀର ରେ ଦେଲେ ମୁଖାଗ୍ନୀ

ଝିଅ କୌଣସି ଗୁଣରୁ ପୁଅଙ୍କ ଠାରୁ କମ୍ ନୁହନ୍ତି ସେଇଥିପାଇଁ ତ ଏକମାତ୍ର କନ୍ୟା ସନ୍ତାନ ପରେ ପୁଅ ପାଇବାର ଲାଳସା ନଥିଲା ପୂର୍ଣ୍ଣ ସାହୁଙ୍କର I

କୁହାଯାଏ ମୃତ୍ୟୁ ପରେ କେବଳ ପୁଅ ହିଁ ମୁଖାଗ୍ନି ଦିଏ , ଯେହେତୁ ଝିଅ ଙ୍କର ହୃଦୟ କୋମଳ ସେମାନେ ମୁଖାଗ୍ନି ଦେଇପାରିନଥାନ୍ତି I

ଏକଥା କୁ କିନ୍ତୁ ଭୁଲ ପ୍ରମାଣିତ କରିଛନ୍ତି ପୂର୍ଣ୍ଣ ସାହୁ ଙ୍କ ଏକମାତ୍ର କନ୍ୟା ରାଜଶ୍ରୀ ସାହୁ I ବାପାଙ୍କର ଇଛା ଥିଲା ମୃତ୍ୟୁ ପରେ ତାଙ୍କ ମୁଁହରେ କେବଳ ତାଙ୍କ ଝିଅ ହିଁ ମୁଖାଗ୍ନି ଦେବ , ସେଥିରେ ତାଙ୍କ ଆତ୍ମା ଶାନ୍ତି ପାଇବ I

ମିଳିଥିବା ସୂଚନା ଅନୁଯାଇ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ନିବାସୀ ପୂର୍ଣ୍ଣ ସାହୁ(୫୬)ଙ୍କ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଖୁରୁସିଆର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରୁଥିଲେ I

ମଙ୍ଗଳବାର ଦିନ ତାଙ୍କ ଶରୀର ଅସୁସ୍ଥ ହେଇପଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତିକରାଯାଇଥିଲା I ତେବେ ବ୍ରେନ୍‌ ଷ୍ଟ୍ରୋକ୍‌ ଆଘାତ ରେ 56 ବର୍ଷରେ ତାଙ୍କ ର ମୃତ୍ୟୁ ଘଟିଥିଲା I

ତେବେ ବାପାଙ୍କ ଇଛା କୁ ପୁରଣ କରିବାକୁ ଯାଇ ଶ୍ମଶାନରେ ଏକମାତ୍ର କନ୍ୟା ରାଜଶ୍ରୀ ସାହୁ ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *