ମନ୍ଦାର ଫୁଲ ର ଏ ସବୁ ଉପକାରିତା ଜାଣିଲେ ଆପଣ ଚକିତ ହେଇଯିବେ

ଆୟୁର୍ବେଦ ରେ ମନ୍ଦାର ର ବହୁ ଉପକାରିତା ଅଛି I ଏହି ମନ୍ଦାର ଫୁଲ ରୁ ଅନେକ ରୋଗ ଦୂର ହେଇଥାଏ I ଚାଲନ୍ତୁ ସେ ସବୁ ବିସୟ ରେ ଆଲୋଚନା କରିବା I

1) ମନ୍ଦାର ଫୁଲ ସହିତ ରନ୍ଧା ନଡ଼ିଆ ତେଲ ଭଲକି ଗରମ କରି ମୁଣ୍ଡରେ ଲଗାନ୍ତୁ ଯଦି ଚୁଟି ଉପୁଡୁଥାଏ ତେବେ ଚୁଟି ଉପୁଡିବା ବନ୍ଦ ହେବ I

2) ଏହାର ପତ୍ର କୁ ଜଳରେ ଚକଟି ଛାଣି ଦିଅନ୍ତୁ ଏବଂ ସେଥିରେ କିଛି ମିଶ୍ରି କିମ୍ବା ଚିନି ମିଶାଇ ଯେ କୌଣସି ଝାଡା ହେଉଥିବା ବ୍ୟକ୍ତି ଙ୍କୁ ତିନିଥର ପିଇବାକୁ ଦିଅନ୍ତୁ , ଝାଡା କମିଯିବ I

3) ମନ୍ଦାର ପତ୍ର କୁ ଛେଚି , ଚିପୁଡ଼ି ରସ ବାହାରକରି ସେଥିରେ କିଛି କଲିଚୂନ ପରକ ଦେଇ ସେବନ କରାଇଲେ ଛୋଟ ପିଲାଙ୍କର କୃମି ରୋଗ ନିପାତ ହେଇଥାଏ I

4) ମନ୍ଦାର ଗଛର ପାକଳ ହେଇଥିବା ପତ୍ର କୁ ଖରାରେ ଶୁଖାଇ ,ଚୁର୍ଣ୍ଣ କରି ରଖନ୍ତୁ , ସେହି ଚୁର୍ଣ୍ଣ ରୁ ଯେ କୌଣସି ସୁଖୁନଥିବା ଘା ଉପରେ ଲେପନ ଦେଲେ ଘା ଶୁଖିଯାଏ I

5) ମନ୍ଦାର ଗଛର ଛେଲି କୁ ପାଣିରେ ସିଝାଇ ସେହି ସିଝାପାଣିରେ ଅଲ୍ପପରିମାଣରେ ମହୁ ମିଶାଇ ଛୋଟପିଲାଙ୍କ ସେବନ କରାଇଲେ କଫ , ଜ୍ୱର ଭଲ ହେଇଥାଏ I
6) ମନ୍ଦାରଫୁଲ ର ରସ ସହିତ ଅଲ୍ପପରିମାଣରେ ମହୁ ମିଶାଇ ସେବନ କରିବାଦ୍ୱାରା ବାୟୁ ଦୋଷ ଯଥା ପେଟ ବ୍ୟଥା ଏବଂ କୃମି ଦୋଷ ଦୂର ହେଇଥାଏ I

7) ମନ୍ଦାର ଗଛ ମୂଳର ଛେଲି କୁ ଖରାରେ ଶୁଖାଇ ତାହା ସହିତ ଶୁଣ୍ଠୀ ଏବଂ ଗୋଲମରିଚ ଏକତ୍ର ମିଶାଇ ଚୁର୍ଣ୍ଣ କରି , ସେହି ଚୁର୍ଣ୍ଣ ରୁ ଅଳ୍ପ ନେଇ ଗରମ ପାଣିରେ ମିଶାଇ ପିଇବା ଦ୍ୱାରା , ପେଟର ବାୟୁ ଏବଂ ଶୂଳ ପ୍ରଭୁତି ପୀଡା ଭଲ ହେଇଥାଏ I
8) ମନ୍ଦାର ଛେଲି କୁ ସୋରିଷ ତେଲ ସହିତ ରାନ୍ଧି ଛାଣି ବ୍ରଣ ଉପରେ ଲଗାଇବା ଦ୍ୱାରା ବ୍ରଣ ଅପସାରିତ ହେଇଥାଏ I

Leave a Reply

Your email address will not be published. Required fields are marked *