କାମାକ୍ଷା ଦେବୀ ଙ୍କ ଆଶ୍ଚର୍ଯ୍ୟ ରହସ୍ୟ : ଯେଉଁଠି ପୂଜା ପାଆନ୍ତି ଶକ୍ତି ଦେବୀ ଙ୍କ ଯୋନି

ଆସାମର ଗୌହାଟୀ ରେ ଏମିତି ଏକ ମନ୍ଦିର ଅଛି ଯେଉଁଠି କୌଣସି ଦେବୀ ଙ୍କର ମୂର୍ତି ନଥିଲେ ମଧ୍ୟ ତାହା
ଦେଶର ବାଉନ ଶକ୍ତି ପିଠ ମଧ୍ୟରୁ ପ୍ରମୁଖ ଭାବରେ ପରିଗଣିତ ହୁଏ I ଏହିଁ ମନ୍ଦିର ନାମ ରହିଛି କାମାକ୍ଷା ମନ୍ଦିର, ପୌରାଣିକ କଥା ଅନୁଯାଇ ଏହିଠାରେ ଶକ୍ତି ଦେବୀ ଙ୍କର ଯୋନି ପଡିଥିଲା I

ଏଠାରେ ଶକ୍ତି ଦେବୀ ଙ୍କ ଯୋନି କୁ ପୂଜା କରାଯାଏ I ଏହି ମନ୍ଦିର ରେ ମନୁଷ୍ୟ ର ସମସ୍ତ ମନ ସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି I

ମନ୍ଦିର ଭିତରେ ଯୋନି ଆକାରର ଏକ ପଥର ଅଛି ଯେଉଁଥିରୁ କି ସବୁବେଳେ ପାଣି ବାହାରୁଥାଏ , ଏବଂ କୁହାଯାଏ କି ମାସରେ ଥରେ ଏହି ପଥରରୁ ରକ୍ତ ପରି ଲାଲ ପାଣି ବାହାରିଥାଏ I

ଏହାକୁ ମା ଶକ୍ତିଦେବୀ ଙ୍କ ମାସିକ ଋତୁସ୍ରାବ ବୋଲି କୁହାଯାଏ , ଏହି ଲାଲ ପାଣିରେ ନିକଟସ୍ଥ ବ୍ରହ୍ମପୁତ୍ର ନଦି ଲାଲ ହେଇଯାଏ I ତେବେ ଏମିତି କାହିଁକି ଏବଂ କଣ ପାଇଁ ହୁଏ ଏହାର କାରଣ ଆଜି ଯାଏଁ କାହା ପାଖରେ ନାହିଁ ,I ଏହା ତନ୍ତ୍ର ସାଧନା ର ଏକ ପିଠ ଅଟେ I

ପୌରାଣିକ କଥା ଅନୁଯାଇ ଦେବୀ ପାର୍ବତୀ ପିତା ଦକ୍ଷ ଙ୍କ ଯଜ୍ଞ କୁ ଯିବାକୁ ବାହାରିବା ସମୟରେ ପ୍ରଭୁ ଶିବ ବାରଣ କରିବା ସତ୍ୱେ ଦେବୀ ପାର୍ବତୀ ଦକ୍ଷ ରାଜାଙ୍କ ଯଜ୍ଞ ରେ ଯୋଗଦେଇଥିଲେ I

ଦକ୍ଷ ରାଜା ଶିବ ଙ୍କ ବହୁ ଅପମାନ କରିବାରୁ , ପତିଙ୍କ ଅପମାନ ସହ୍ୟ କରିନପାରି ଦେବୀ ପାର୍ବତୀ ଯଜ୍ଞ କୁଣ୍ଡକୁ ଝାସ ଦେଇ ଜୀବନ ହାରିଥିଲେ I ଏହା ଜାଣିପାରି ମହାଦେବ ପ୍ରତିଶୋଧ ପରାୟଣ ହେଇ ସେଠାରେ ପହଂଚି ଯଜ୍ଞ କୁଣ୍ଡରୁ ଦେବୀ ଙ୍କ ଶରୀର ବାହାର କରି ନିଜ କାନ୍ଧରେ ରଖି ତାଣ୍ଡବ ନୃତ୍ୟ କରିଥିଲେ ସମଗ୍ର ସୃଷ୍ଟି କୁ ଧ୍ବଂସ କରିଦେବା ପାଇଁ I

ଶିବଙ୍କୁ ଶାନ୍ତ କରିବାକୁ ପ୍ରଭୁ ବିଷ୍ଣୁ ତାଙ୍କ ଚକ୍ର ନିକ୍ଷେପ କରିବା ବେଳେ ଏହି ଚକ୍ର ଦ୍ୱାରା ଦେବୀ ଙ୍କ ଶରୀର 52 ଭାଗରେ ବିଭକ୍ତ ହେଇ ମର୍ତ୍ୟ ରେ ପଡିଥିଲା ଯାହାକି 52 ଶକ୍ତିପୀଠ ନାମରେ ପରିଚିତ I ତନ୍ମଧ୍ୟରୁ କାମାକ୍ଷା ଅନ୍ୟତମ I

Leave a Reply

Your email address will not be published. Required fields are marked *