ବର ୧୩ବର୍ଷ କୁ କନ୍ୟା ୨୩ବର୍ଷ : ଆନୁଷ୍ଠାନିକ ବିବାହ ପରେ ଦୁହେଁ ଫେରାର

ବରକୁ 13 କନ୍ୟା କୁ 23 ଦୁହିଁଙ୍କର ଆନୁଷ୍ଠାନିକ ଭାବେ ବିବାହ ହେଇଚି ପରିବାର ସହମତି କ୍ରମେ , କଣ ଆପଣ ବିଶ୍ୱାସ କରିପାରୁନାହାନ୍ତି କି ? ବିଶ୍ୱାସ ନହେଲେ ବି କଥାଟି ସତ I ଘଟଣା ଟି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ କୁରନୁଲ ଉପ୍ପାରାହଲ ଗାଁର I

ମିଳିଥିବା ସୂଚନା ଅନୁଯାଇ 13 ବର୍ଷର ନାବାଳକ ର ମା ର ଦେହ ସବୁବେଳେ ଖରାପ ରହୁଥିଲା ଏବଂ ସେ ରୋଗୀଣା ହେଇଯାଇଥିଲେ , ଫଳରେ ଘରର ରକ୍ଷଣାବେକ୍ଷଣ ଠିକସେ କରିପାରୁନଥିଲେ I ବାପା ସବୁବେଳେ ମଦ ପି , ଘର କଥା କିଛି ବୁଝେନାହିଁ I

13 ବର୍ଷର ନାବାଳକ ର ଅନ୍ୟ ଦୁଇଜଣ ଛୋଟ ଝିଅ ଏବଂ ଏକ ଛୋଟ ପୁଅ ଅଛନ୍ତି I ସେମାନଙ୍କ ଲାଳନପାଳନ କିପରି ହେବ ସେ ନେଇ ମା ସବୁବେଳେ ବ୍ୟସ୍ତ ରହୁଥିଲେ I ସେଥିପାଇଁ ବଡପୁଅ କୁ 13 ବର୍ଷରେ ବିବାହ କରିଦେଇଛନ୍ତି I

ବିବାହରେ ଗାଁ ଲୋକେ ସମସ୍ତେ ସାମିଲ ଥିଲେ ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଜିଲା କଲ୍ୟାଣ ଅଧିକାରୀ ଙ୍କ ନଜର କୁ ଏହା ଆସିଥିଲା I

ପୁଅଟି ନାବାଳକ ଥିବାରୁ ଏହା ଆଇନତଃ ଗ୍ରହଣୀୟ ନୁହେଁ I ତେଣୁ ପରିବାର ଲୋକେ ଜିଲ୍ଲା କଲ୍ୟାଣ ଅଫିସ୍ ରେ ହଜାର ହେବାକୁ ନିର୍ଦେଶ ଦେଇଥିଲେ I

ଏଇଥିରେ ବରକନ୍ୟା ଭୟଭୀତ ହୋଇ କେଉଁଆଡେ ଫେରାର ହେଇଯାଇଛନ୍ତି I ଦୁହିଁକୁ ଖୋଜା ଚାଲିଛି I

Leave a Reply

Your email address will not be published. Required fields are marked *