ସାମ୍ନାକୁ କୁ ଆସିଲା ଦୁଇ ଭଉଣୀ ଙ୍କୁ ନିର୍ଘାତ ମାଡ ମାରିବାର ସାଙ୍ଘାତିକ ସତ୍ୟ : ଭୁଲ୍ ଥିଲା ….

ଗତ ଦୁଇଦିନ ଧରି ଦୁଇ ଭଉଣୀ ଙ୍କୁ ନୟାପଲ୍ଲୀ ପୋଲିସ ନିର୍ଘାତ ମାଡ ମାରିବାର ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ଏନେଇ ପ୍ରଥମେ ଆମ ପୃଷ୍ଠାରେ ଭିଡିଓ ଅପ୍ଲୋଡ ହେବାପରେ ଭିଡ଼ିଓଟି ଭାଇରଲ ହେଇଥିଲା ଏବଂ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ଏହାକୁ ପ୍ରସାରଣ କରିଥିଲେ I ଘଟଣାର 24 ଘଣ୍ଟା ପରେ ବିଭାଗୀୟ ଅଧିକାରୀଙ୍କୁ ବଦଳି କରାଯାଇଛି I

କିନ୍ତୁ ସତ୍ୟ ଘଟଣା ଜାଣିବା ପରେ ଆପଣ କହିବେ ପୋଲିସ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ I ଅଧିକ ଖବର ପାଇଁ ଓଡ଼ିଶା Exclusive ଟିମ୍ ପହଞ୍ଚିଥିଲା ପୀଡିତା ବାସଭବନ ରେ I ଜାଣିବାକୁ ଚାଂହିଥିଲା ସେଇ ପରଦା ପଛର ସତ୍ୟ ଘଟଣା ଯାହାକୁ ଚପାଇଦେବାକୁ ଚାଲିଛି ଉଦ୍ୟମ I

ରାଜଧାନୀ ବେହେରାସାହି ରେ ରୁହନ୍ତି ଜମ୍ବେଶ୍ୱର ମଲ୍ଲିକ। I ବୃତ୍ତିରେ ମାଛବେପାରି , ପ୍ଲଟ ନମ୍ବର 301/4 ହେଉଛି ତାଙ୍କ ନିଜ ବାସଭବନ Iସ୍ତ୍ରୀ , ଗୋଟିଏ ଛୋଟ ପିଲା ଏବଂ ତିନୋଟି ବଢ଼ିଲା ଝିଅ ଗାୟତ୍ରୀ ,ଶୁଭଶ୍ରୀ , ଇତିଶ୍ରୀ ଙ୍କୁ ନେଇ ତାଙ୍କ ପରିବାର I ଜାତିରେ ଦଳିତ ହେଲେ ମଧ୍ୟ ଶିକ୍ଷିତ ପରିବାର I ବଡ ଝିଅ ବି.ଟେକ ଶେଷକରି ଆର.ସି.ଏମରେ ଏମବିଏ ପଢୁଛି,ମଝିଆ ଝିଅ ପାଠ ପଢା ଜାରି ରଖିଛି I ସାନ ଝିଅ ରେଭେନ୍ସା ବିଶ୍ୱବିଦ୍ୟାଳୟ ରୁ ଫିଲୋସୋଫିରେ ପି.ଜି ଶେଷକରି ଏମ୍.ଫିଲ ପାଇଁ ପ୍ରସ୍ତୁତି କରୁଛି।

ଜମ୍ବେଶ୍ୱର ମଲ୍ଲିକଙ୍କ ଘର ମୁଖ୍ୟ ରାସ୍ତା ପାଖରେ ଥିବା ବେଳେ ପଛରାସ୍ତକୁ ମଧ୍ୟ ଜାଗା ଅଛି Iଯେଉଁଠାରେ ଭାସ୍କର ପରିଡା, ରାଜକିଶୋର ବେହେରା ଓ ସୁରେନ୍ଦ୍ର ବେହେରା ରୁହନ୍ତି ପୀଡିତା ଭଉଣୀ ସୂଚନା ଦେଇଛନ୍ତି I ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ପୋଲିସ ଵାଲା ତ ଆଉ ଜଣେ ବ୍ୟାଙ୍କ ମ୍ୟାନେଜର I ଯାହାଫଳରେ ସେମାନେ ଜୋରଜବରଦସ୍ତ ସେମାନଙ୍କର ଘରର ରାସ୍ତାକୁ ବେଆଇନ ଭାବେ ଜମ୍ବେଶ୍ୱର ଘର ଆଡକୁ କରିଛନ୍ତି ଏବଂ
ଜମ୍ବେଶ୍ୱର ଙ୍କୁ ସମ୍ପୂର୍ଣ୍ଣ ଭାବରେ ସେଠାରୁ ଉଠାଇଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରନ୍ତି ଜମ୍ବେଶ୍ୱର I

ଖାଲି ଜମ୍ବେଶ୍ୱର ନୁହନ୍ତି ଏନେଇ ସାହି ପଡିଶା ବି ସମାନ ଅଭିଯୋଗ କରିଛନ୍ତି ଯେ ଘଟଣା ସତ୍ୟ ଏବଂ ପୂର୍ବରୁ ସେମାନେ ଗୁଣ୍ଡା ଲଗାଇ ଜମ୍ବେଶ୍ୱରଙ୍କ ପାଚେରୀ ଭାଙ୍ଗି ଦେଇଛନ୍ତି, ସବୁ କଥାରେ ହଇରାଣ କରିଛନ୍ତି ଏନେଇ ଜମ୍ବେଶ୍ୱର ବାରମ୍ବାର ପୋଲିସ ର ଦ୍ୱାରସ୍ଥ ହେଇଛନ୍ତି I

ପୂର୍ବରୁ ବହୁବାର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି କିନ୍ତୁ ସ୍ଥାନୀୟ ଶାସକ ଦଳର କର୍ପୋରେଟର ବୁଝାଇସୁଝାଇ ଜମ୍ବେଶ୍ୱର ଙ୍କୁ ଘରକୁ ଆଣିଥାନ୍ତି I ଏବଂ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥାନ୍ତି I କିନ୍ତୁ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଏ I କିଛି ସମାଧାନ ହେଇପାରେନାହିଁ I

ଗତ 6 ମଇରେ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଦ୍ୱାରା ଜମ୍ବେଶ୍ୱର ଙ୍କ ଘର ଭାଙ୍ଗିଦେବା ପାଇଁ ଷଡଯନ୍ତ୍ର କରାଯାଇ
ତାଙ୍କ ଘରକୁ ଭାଙ୍ଗିଦେବାକୁ ଉଦ୍ୟମ କରାଯିବାବେଳେ ଦୁଇ ଭଉଣୀ ଏହାକୁ ବିରୋଧ କରିଥିଲେ I

ସଂଗେ ସଂଗେ ନୟାପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଝିଅଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲେ I

ଏଥିରେ ଚକିତ ହେଇଯାଇଥିଲେ ଦୁଇ ଭଉଣୀ , ୟେ କି ନ୍ୟାୟ ? ଯେଉଁମାନେ ତାଙ୍କ ଘର ଭଂଗୁଛନ୍ତି ତାଙ୍କୁ ଗିରଫ ନକରି ନିରୀହ ଦୁଇ ଝିଅକୁ ଗିରଫ କରିବାକୁ ଚେଷ୍ଟା କରିଥିଲେ ପୋଲିସ ମ୍ୟାଡ଼ାମ I

ଏହାକୁ ବିରୋଧ କରିଥିଲେ ଦୁଇ ଭଉଣୀ , ଘରେ ଯେହେତୁ ବାପା ନାହାନ୍ତି , ତାଙ୍କୁ କେଉଁ ଆଧାରରେ ଗିରଫ କରାଯିବ ? ଗିରଫ କରିବା ପାଇଁ ୱାରେଣ୍ଟ ପେପର ଦେଖଇବାକୁ କହିଥିଲେ ଶିକ୍ଷିତା ଦୁଇ ଭଉଣୀ ,ହେଲେ ସେ ଭୁଲି ଯାଇଥିଲେ ଯେ ସେ ଗରିବ , ତାଙ୍କ ପାଇଁ ଆଇନ ର କିଛି ମାନେ ନାହିଁ , ଯାହାକୁ ପ୍ରମାଣିତ କଲେ କରିତକର୍ମା ପୋଲିସ ଅଫିସର ମ୍ୟାଡ଼ାମ I

ତମର ଏତେ ସାହସ ଆମକୁ ୱାରେଣ୍ଟ ମାଗୁଛ ? ଦୁଇ ଭଉଣୀ ଙ୍କ ଚୁଟି ଧରି ଘୋଷାଡ଼ି ଆଣିଥିଲେ ପୋଲିସ ମ୍ୟାଡ଼ାମ I ଘୋଷଡା ଘୋଷଡ଼ି ରେ ତଳେ ପଡିଯାଇଥିଲେ ଜଣେ ପୋଲିସ ଅଧିକାରୀ ଫଳରେ ରାଗି ପାଚି ବିଧା ଗୋଇଠା, ଯାହା ପାରିଲେ ମାରିକି ଥାନାକୁ ନେଲେ I

ପୋଲିସ ତରଫରୁ ଓଲଟା ଦୁଇ ଭଉଣୀ ଙ୍କ ନାମରେ ଏଫ ଆଇଆର ଦିଆଗଲା I ଆଉ ଥାନା ଭିତରେ ଚାଲିଲା ସ୍ୱାଧୀନ ଦେଶରେ ନାରୀ ନିର୍ଯାତନା ର ଏକ ନୂତନ ଅଧ୍ୟାୟ I ଥାନା ଭିତରେ ଖୋଦ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଅନୁକୂଳ କଲେ ଏ ନୂତନ ଅଧ୍ୟାୟର ନୂତନ ଫର୍ଦ୍ଧ I

ଦୁଇ ଝିଅଙ୍କ ପେଟ ରେ ଅତି ଅମାନୁଷିକ ଭାବେ ଗୋଡ଼ରେ ଚଢ଼ିଗଲେ କାହିଁକିନା ଏମାନେ ଗରିବ , ଏମାନଙ୍କ ପାଇଁ ଅଛି କିଏ ବାହାରିବାକୁ ?

ତା ପରେ ବିଧା ଗୋଇଠା ଚାଲିଲା ଦୀର୍ଘ ଦୁଇଘଣ୍ଟାର କାରନାମା I ସାଥିରେ ଥିଲେ ଦୁଇ ଏସଆଇ ମ୍ୟାଡ଼ାମ I

ଏହାପରେ କେଶ ରୁଜୁ କରି କୋର୍ଟ କୁ ପଠାଇଦିଆଗଲା ଦୁଇ ଭଉଣୀ ଙ୍କୁ I ଧମକ ମଧ୍ୟ ଦିଆଗଲା ଯଦି କଥା ପ୍ରଘଟ ହୁଏ ତେବେ ସେକ୍ସ ସ୍କ୍ୟାଣ୍ଡଲ ରେ ସାରା ଜୀବନ ଭିତରେ ପୂରେଇଦେବି I ଏକଥା ବର୍ଣ୍ଣନା କଲା ବେଳେ ବୁକୁଫଟେଇ କାନ୍ଦୁଥିଲେ ଦୁଇ ଭଉଣୀ I ଆଉ ପଚାରିଥିଲେ ଏଇ କଣ ଆମ ରାଜ୍ୟ ର ଆଇନ ? ଯେଉଁଠି ମୁଖ୍ୟମନ୍ତ୍ରୀ କୁହନ୍ତି ଆଇନ ତା ବାଟରେ ଯିବ , କିନ୍ତୁ ଏମାନେ ତ ଆଇନ କୁ ନିଜ ବାଟରେ ନେଉଛନ୍ତି ? ଗରିବ ଆଉ ଧନୀ ପାଇଁ କଣ ଦୁଇଟା ଆଇନ ? କିଏ ଦେବ ଜବାବ ଦୁଇ ଅସହାୟ ପୀଡିତା ଭଉଣୀ ଙ୍କୁ ?

ଜେଲ ରୁ ଫେରି ଏ କରୁଣ କାହାଣୀ କୁ ସମସ୍ତଙ୍କୁ ଦେଖାହେଇ ଜଣାଇଲେ ,ଏସିପି, ଡ଼ିସିପିଙ୍କ ପାଖକୁ ଯାଇ ଗୁହାରି କଲେ , କେହି ଶୁଣିଲେନାହିଁ ବାଧ୍ୟ ହେଇ ସୋସିଆଲ ମିଡ଼ିଆର ସାହାଯ୍ୟ ନେଲେ ଦୁଇ ଭଉଣୀ I
ୟା ଭିତରେ ଘଟଣାର ତଦନ୍ତ ପାଇଁ ଡିଜି ନିର୍ଦେଶ ଦେଇଛନ୍ତି

ଏବଂ ପୋଲିସ ଅଧିକାରୀ ବଦଳି ହେଇଛନ୍ତି , କିନ୍ତୁ ଏଇଟା କଣ ନ୍ୟାୟ ଏ ଦୁଇ ଭଉଣୀ ଙ୍କ ପାଇଁ ? ଘଟଣାର ତଦନ୍ତ କରି ସତ୍ୟ କୁ ସମସ୍ତଙ୍କ ସାମ୍ନାକୁ ଆଣି ଅପରାଧୀ ଏବଂ ଜଡିତ ପୋଲିସ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ I ଏନେଇ ସମସ୍ତ ବୁଦ୍ଧିଜୀବୀ ଆଗେଇଆସିବାକୁ ଅନୁରୋଧ I

2 Comments on “ସାମ୍ନାକୁ କୁ ଆସିଲା ଦୁଇ ଭଉଣୀ ଙ୍କୁ ନିର୍ଘାତ ମାଡ ମାରିବାର ସାଙ୍ଘାତିକ ସତ୍ୟ : ଭୁଲ୍ ଥିଲା ….”

  1. ପୋଲିସର ଏଇ ଅତ୍ୟନ୍ତ ନିନ୍ଦନୀୟ ଆଚରଣ ଆଜି ଆଉଥରେ ଆମକୁ ଭାରତୀୟ ଗଣତନ୍ତ୍ରର ଫମ୍ପା ପ୍ରତିଶ୍ରୁତି ସମ୍ବନ୍ଧରେ ଚେତେଇ ଦେଲା । ଏପରି ଚାଲିଲେ ଜନତାର ବିସ୍ଫୋରଣକୁ ରୋକିବା ଅସମ୍ଭବ ହେବ ।

  2. Odisha re government ra kama hela police corruption kale badali kariba. Sehi police officers nku kahinki suspend and arrest karajau nahin? Police department is a totally corrupted department. All police officers are one one criminals.

Leave a Reply

Your email address will not be published. Required fields are marked *