କଳିଯୁଗର ସାବିତ୍ରୀ :-ସ୍ୱାମୀ ଏବଂ ଦୁଇ ଛୁଆଙ୍କୁ ଛାଡି ୨୦ ବର୍ଷୀୟ ପ୍ରେମିକ ସହିତ ମହିଳାଙ୍କର ଆତ୍ମହତ୍ୟା I

କୁହାଯାଏ ପ୍ରେମ ଅନ୍ଧ , କେତେବେଳେ କାହାକୁ କେମିତି ହେଇଯାଏ ଜଣାନଥାଏ I ପ୍ରେମ କୁ ପାଇବା ପାଇଁ ବେଳେବେଳେ ପ୍ରେମୀ ଯୁଗଳ ନିଜ ଅଜାଣତରେ କଣ କରିବସନ୍ତି ନିଜେ ମଧ୍ୟ ଜାଣିନଥାନ୍ତି I ଏମିତି ଏକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମ ରେ I

ବରଗଡ଼ ଅନ୍ତର୍ଗତ ସୋହେଲା ଥାନା ର ଗ୍ରୀଞ୍ଜେଲ ଗ୍ରାମର ଗଣେଶ ସେଠ( ୨୦) ଙ୍କର ସେହି ଗ୍ରାମ ମେହେର ପଡାର ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମ ହେଇଯାଇଥିଲା I ଦୁହେଁ ଦୁହିଁଙ୍କୁ ବହୁତ ନିବିଡ ଭାବରେ ଭଲ ପାଉଥିଲେ I

ମହିଳା ଜଣଙ୍କର ଗୋଟିଏ ୪ ବର୍ଷର ପୁଅ ଏବଂ ୨ ବର୍ଷର ଝିଅ ଅଛି I ତଥାପି ଏହାକୁ ଭୃକ୍ଷେପ କରିନଥିଲେ ମହିଳା ଜଣକ I ନିଜ ସ୍ୱାମୀ କୁ ଛାଡି ପ୍ରେମିକ ର ପ୍ରେମ ରେ ଅନ୍ଧ ହେଇଯାଇଥିଲେ I

ଧୀରେ ଧୀରେ ଗାଁ , ସାହି ପଡିଶା , ବନ୍ଧୁବାନ୍ଧବ ସମସ୍ତେ ଜାଣିଲେ I ଘଟଣା କୁ ନେଇ ସାହି ପଡିଶା ,ସ୍ୱାମୀ ମହିଳାଙ୍କୁ ଗାଳି ଗୁଲଜ କଲେ , ହେଲେ ପ୍ରେମ ତ ଅନ୍ଧ, ତାଙ୍କ ଭଲପାଇବା ଆଗରେ ଏ ସବୁ କିଛି ବି କାମ ଦେଲାନି I

ଶେଷରେ ଦୁହେଁ ନିଷ୍ପତି ନେଲେ ଯଦି ଏ ଜନ୍ମରେ ଦୁହେଁ ଏକାଠି ହେଇପାରିଲେନି ତେବେ ଏକାଠି ମରିଯିବେ I

ସ୍ୱାମୀ , ଦୁଇ ନିରୀହ ନିଷ୍ପାପ ଛୁଆ ଙ୍କୁ ଛାଡି ମହିଳା ଜଣଙ୍କ ନିଜ ପ୍ରେମିକ ସହିତ ଗ୍ରାମ ଠାରୁ ୨ କିଲୋମିଟର ଦୂର କେନ୍ଦୁମୁଣ୍ଡି ରାସ୍ତାର ଏକ ମହୁଲ ଗଛରେ ଗୋଟିଏ ଶାଢ଼ୀରେ ଦୁହେଁ ଝୁଲିପଡିଥିଲେ I

ଘଟଣା ସ୍ତଳ ରୁ ପ୍ରେମୀଯୁଗଳଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି ଏବଂ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *