ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ମାତିଛନ୍ତି ଯୌନ ପିପାଶୁ : ମାନସିକ ବିକାରଗ୍ରସ୍ତ ଯୁବତୀ ମାନଙ୍କର ବି ରକ୍ଷା ନାହିଁ , ଅସହ୍ୟ ହେଲାଣି ଏମାନଙ୍କର ଦୌରାତ୍ମ୍ୟ I କେଉଁଠି ଅଧ ରାତିରେ ଘରେ ପଶି ଧର୍ଷଣ କରୁଛନ୍ତି କେଉଁଠି ରାସ୍ତା ଉପରେ କଲେଜ ପଢୁଆ ଝିଅକୁ ଟାଣିନେଇ ଗଣ ଦୁଷ୍କର୍ମ I

ଏମାନଙ୍କ କବଳ ରୁ ଛୋଟ ପିଲା ମାନେ ମଧ୍ୟ ବର୍ତି ପାରୁନାହାନ୍ତି I ଆଜି ସକାଳୁ ପୁରୀ କୋଣାର୍କ ମନ୍ଦିର ନିକଟରେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି I ଯୁବତୀଙ୍କ ପରିଚୟ ମିଳିପାରିନାହିଁ I

ତେବେ ପାରିପାର୍ଶିକ ପରିସ୍ଥିତିରୁ ଜଣାପଡୁଛି ଯୁବତୀଙ୍କୁ ରାତିରେ ଧର୍ଷଣ କରାଯାଇ ହତ୍ୟା କରାଯାଇଛି I କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ ଜାରି ରଖିଛି I

Leave a Reply

Your email address will not be published. Required fields are marked *