କରିନା ଙ୍କୁ କନ୍ଦାଇ ଦେଲେ ଓଡ଼ିଆ ଡାକ୍ତର : ଓଡିଶା ଯାଇ ଗରିବୀ ମା ମାନଙ୍କ ପାଇଁ କିଛି କରିବି: କରିନା କପୁର

ନୂଆ ଦିଲ୍ଲୀ ରେ ମାତୃତ୍ଵ ଦିବସ ଉପଲକ୍ଷେ Unicef ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲିୟୁଡ଼ ବେବୋ କରିନା କପୁର I ସେହି କାର୍ଯ୍ୟକ୍ରମ ରେ ମଧ୍ୟ ଓଡ଼ିଆ ଡାକ୍ତର ଓଁକାର ହୋତା ଯୋଗ ଦେଇଥିଲେ I ଡାକ୍ତର ଓମକାର ଙ୍କ ଠାରୁ ଓଡିଶା ଆଦିବାସୀ ମା ମାନଙ୍କ କରୁଣ କଥା ଶୁଣିବା ପରେ ଭାବବିହ୍ୱଳ ହେଇଯାଇଥିଲେ କରିନା I

ସୂଚନା ଥାଉ କି ଡାକ୍ତର ଓମକାର ଯିଏ କି ଆଦିବାସୀ ଇଲାକା ମାଲକାନଗିରି ଅଂଚଳ ରେ ଜଣେ ଗର୍ଭବତୀ ମହିଳା ଙ୍କୁ ଦୀର୍ଘ 10 କିଲୋମିଟର ନିଜ କାନ୍ଧରେ କାନ୍ଧେଇ ପାହାଡିଆ ଦୁର୍ଗମ ରାସ୍ତାରେ ତିନି ଘଣ୍ଟା ଚାଲି ମୁଖ୍ୟ ହସ୍ପିଟାଲ୍ ରେ ପହଞ୍ଚାଇବାରେ ମହିଳାଙ୍କ ସ୍ୱାମୀ ଙ୍କୁ ସାହାଯ୍ୟ କରିଥିଲେ I

ଘଟଣା ଟି ଥିଲା ଅକ୍ଟୋବର ମାସ 31 ତାରିଖର I ଡାକ୍ତର ଓମକାର ମିଶ୍ର ଙ୍କ ସତ୍ୟ କାହାଣୀ ଶୁଣିବା ପରେ ଭାବ ବିହ୍ଵଳ ହେଇଯାଇଥିଲେ କରିନା ,

ଏବଂ କହିଥିଲେ ଯଦି ଓଡ଼ିଶାର ମା ମାନଙ୍କ ପାଇଁ କିଛି କରି ନପାରିଲି ତେବେ ମୃତ୍ୟୁ ପରେ ମୁଁ ଶାନ୍ତି ପାଇପାରିବି ନାହିଁ I ଓଡିଶା ମା ମାନଙ୍କ ପାଇଁ ନିହାତି ଭାବରେ ମୋ ଦ୍ୱାରା ଯେତିକି ସମ୍ଭବ ନିଚୟ କରିବି I

କରିନା ଙ୍କ ଏପରି କଥା ଶୁଣିବା ପରେ କାର୍ଯ୍ୟକ୍ରମ ରେ ଥିବା ସମସ୍ତ ଦର୍ଶକ ତାଳି ମାରି କରିନା ଙ୍କ ନିଷ୍ପତି କୁ ସ୍ୱାଗତ କରିଥିଲେ I

Leave a Reply

Your email address will not be published. Required fields are marked *