ଫିଟୁଛି ଗୁମର: ଏସଡିପିଓ ଏବଂ ରାଜନେତା ଷଡଯନ୍ତ୍ର କରି ଫସାଇଦେଲେ ରିଅଲ୍ ସିଂହଂମ୍ ଙ୍କୁ

ଭଲ କାମ ର ଏମିତି ମିଳିଲା ପୁରସ୍କାର : IIC ଙ୍କୁ ଝୁରୁଛି ନିମାପଡା

ଗତ କିଛିଦିନ ତଳେ ନିମାପଡା ବୃଦ୍ଧା ବାସନ୍ତୀ ପାଲଟା ଏବଂ ତାଙ୍କ ବୋହୁ ଙ୍କୁ ମାଡ ମାରିବା ଘଟଣାରେ IIC ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କର ସସପେଣ୍ଡ ହେଇଥିଲା I କିନ୍ତୁ ବର୍ତମାନ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ସୂତ୍ର ରେ ଘଟଣାର ନୂଆ ମୋଡ ଦେଖିବାକୁ ମିଳୁଛି I ଖୋଦ ଏସଡିପିଓ ନିରଂଜନ ପାଢ଼ୀ ଏବଂ କିଛି ରାଜନେତା ଏଇଥିରେ ସଂଶ୍ଲିଷ୍ଟ ଥିବାର ଖୋଲାଖୋଲି କୁହାଯାଉଛି I

ଚାଲନ୍ତୁ ନଜର ପକାଇବା ସେହି ବହୁଚର୍ଚ୍ଚିତ ଘଟଣା ଉପରେ I

ନିମାପଡ଼ାରେ IIC ଥିବା ଏସଡିପିଓ ନିରଂଜନ ପାଢ଼ୀ ଙ୍କର ସେହି ଅଂଚଳରେ ପ୍ରମୋସନ ପାଇ ଏସଡ଼ିପିଓ ହେଇଥିଲେ I ମହାଶୟଙ୍କର କୁଆଡେ ସେହି ଅଂଚଳରେ ବହୁ ଖ୍ୟାତି I ତାଙ୍କ କଥାରେ ନିମାପଡା ଉଠୁଥିଲା ଏବଂ ପଡୁଥିଲା I ବାବୁଙ୍କ ସମୟରେ ଦିନ ଦି ପହରରେ ବେଆଇନ ମଦ କାରବାର , ଚୋରା ଜୁଆ ଖେଳ ,…ଇତ୍ୟାଦି ଲାଗିରହିଥିଲେ ବି ମହାଶୟ ଚୁପ ରହୁଥିଲେ I

ସ୍ଥାନୀୟ ବାସିନ୍ଦା ଅଭିଯୋଗ କରନ୍ତି କି ମହାଶୟ ଙ୍କର କୁଆଡେ ସେଥିରେ ହାତ ଅଛି ବୋଲି ଯଦିଓ ଏହାର କୌଣସି ପ୍ରମାଣ ନାହିଁ I ପୁରୀ କୁମ୍ଭାରପଡାରେ ଥିବା ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କୁ ନିମାପଡ଼ାରେ ଚାଲିଥିବା ଅବାଧ ମଦ ବେପାର , ଚୋରା ଜୁଆ ଖେଳ ବନ୍ଦ କରିବାକୁ ପଠାଗଲା କୁମ୍ଭାରପଡ଼ାରୁ ନିମାପଡା I

ମୃତ୍ୟୁଞ୍ଜୟ ଆସୁ ଆସୁ ବେଆଇନ ମଦ ବେପାରୀ, ଜୁଆଖେଳ ଉପରେ ଜୋରଦାର ହମଲା କରିଦେଲେ।
ଜୁଆଖେଳ ଯେଉଁଠି ଯେଉଁଠି ଚାଲୁଥିଲା ପୁରା ଦବଂଗ ଷ୍ଟାଇଲ ରେ ଘୋଷାଡ଼ି କି ଥାନାକୁ ଧରି ଆଣି କେସ ଲଗେଇ ଫରୱାର୍ଡ କଲେ ।

ବହୁତ ଅଳ୍ପ ଦିନଭିତରେ ନିମାପଡା ତ୍ରାହି ତ୍ରାହି ଡାକିଲା , ସାଧାରଣ ଜନତା ଙ୍କ ପ୍ରିୟ ପାତ୍ର ହେଇସାରିଥିଲେ ମୃତ୍ୟୁଞ୍ଜୟ ସ୍ୱାଇଁ I ନିମାପଡ଼ାରେ ଯୁଆଡେ ବି ଗଲେ କେଵଳ ସ୍ୱାଇଁ ଙ୍କର ପ୍ରଶଂସା I । ଏହା କୁଆଡେ ଅନ୍ୟ ମାନଙ୍କ ଦେହରେ ଶାବଳ ଫୋଡିହେଲାଭଳି ଲାଗିଲା I ମଦ ବାବଦ ବଟି , ବେଆଇନ ଲାଞ୍ଚ ସବୁ ବନ୍ଦ ହେଇଗଲା କିଛି ଅଧିକାରୀଙ୍କର I ଏତେ ଦିନ IIC ରୁ ଏସଡ଼ିପିଓ ହେଇଥିବା ପାଢ଼ୀ ବାବୁ ଙ୍କୁ ଏସବୁ ପସନ୍ଦ ହେଉନଥାଏ I ଯେଉଁ କାମ ସେ କରିପାରୁନଥିଲେ କାଲିକା ଟୋକା ଆସି ତାଙ୍କ ଆଖି ସାମ୍ନାରେ ଆଙ୍ଗୁଳି ଗେଂଜି ସଫଳତା ସାଉଣ୍ଟୁଛି I

ଖାଲି ଏତିକି ନୁହେଁ ଯୁଆଡି ମାନେ IIC ଙ୍କ ସହିତ ଯୁକ୍ତି ତର୍କ ଏବଂ ଗଣ୍ଡଗୋଳ କରିବାରୁ ସେମାନଙ୍କ ବିରୁଧରେ ଏମିତି ଦଫା ଲଗାଇଲେ ଯେ ଜାମିନ ରୁ ବାହାରିବା ଏତେ ସହଜ ହେଲାଣି , ଏଇଥିରେ ଏସଡ଼ିପିଓ ନିରଞ୍ଜନ ବାବୁ ପୁରା ରାଗି ପାଚି ଖପ୍ପା , କାହିଁକି ସେମାନଙ୍କ ବିରୁଦ୍ଧରେ ତିନିଟା ଦଫା ଲଗାହେଲା ବୋଲି କ୍ରୋଧିତ ହେଇଛନ୍ତି IIC ( ଏକ ଭିଡିଓ କ୍ଲିପ ରେ କହିଛନ୍ତି ନିରଞ୍ଜନ ବାବୁ, ଯାହାକି ଭାଇରଲ ହେବାରେ ଲାଗିଛି ) I

କଥା ଏତିକିରେ ସରିନି ବିଜେପି ଯୁବନେତା ମିଲନ ମୁଖୀ ବାଲିଘାଟରୁ ଚାନ୍ଦା ମାଗୁଥିବା ବେଳେ ଇନସପେକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଏହାକୁ କୁଆଡେ ବିରୋଧ କରିଥିଲେ ନିରଞ୍ଜନ I ଏବଂ IIC ସ୍ୱାଇଁ ଙ୍କୁ ଡ଼ରାଇଥିଲେ ମିଲନ ଗିରଫ କେଶରେ I କିନ୍ତୁ IIC ଏହାକୁ ଭୃକ୍ଷେପ କରିନଥିଲେ I
ଏସବୁ ଭିତରେ ଚୋର ଖଣ୍ଟ ମାନେ ସବୁ ବିରୋଧୀ ହେଇସାରିଥିଲେ IIC ସ୍ଵାଇଁଙ୍କର I

ସୁଯୋଗ ଖୋଜୁଥିଲେ କେମିତି ମୃତ୍ୟୁଞ୍ଜୟ ଙ୍କୁ ପାନେ ଦେବେ , ବିଲେଇ କପାଳକୁ ଶୀକା ଛିଡି଼ଲା , ନିମାପଡା ଧୀରପୁରର ବାସନ୍ତୀ ପଳତାଙ୍କ ଘଟଣା ସାମ୍ନାକୁ ଆସିଲା । ବୃଦ୍ଧା ଅଭିଯୋଗ କଲେ ଯେ IIC ମୃତ୍ୟୁଞ୍ଜୟ ତାଙ୍କୁ ବାଡେଇ ରକ୍ତାକ୍ତ କରିଛନ୍ତି I

ଏହା ର ଏକ ଭିଡିଓ ତିଆରି କରାଯାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରାଗଲା I ସଂଗେ ସଂଗେ ବିଜେପି ମଧ୍ୟ ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ଡିଜି ଙ୍କୁ ଅଭିଯୋଗ କଲେ I

କାହିଁକିନା ପୂର୍ବରୁ IIC ମୃତ୍ୟୁଞ୍ଜୟ ବିଜେପି ନେତାଙ୍କୁ ଚାନ୍ଦା ଆଦାୟ ଘଟଣା ସ୍ଥଳରୁ ଗିରଫ କରି ଥିଲା I IIC ମୃତ୍ୟୁଞ୍ଜୟ ଙ୍କୁ ନିମାପଡ଼ାରୁ ହଟାଇବାକୁ ତିଆରି ହେଲା ମାଷ୍ଟର ପ୍ଲାନ I ଭିଡିଓ କୁ ଭାଇରଲ କରାଗଲା I ଯାହାଫଳରେ ଅତି ସହଜରେ IIC ମୃତ୍ୟୁଞ୍ଜୟ ବଦନାମ ହେଇପାରିବେ , ଏବଂ ତ୍ୱରିତ ଭାବରେ ଚାକିରୀ ରୁ ବିଦା ହେବେ I

ଅବଶ୍ୟ ସେୟା ହିଁ ହେଲା ଡିଜି ମହୋଦୟ ନିଜ ର ନିର୍ମଳ ଭାବ ମୂର୍ତି ବଞ୍ଚାଇବାକୁ IIC ମୃତ୍ୟୁଞ୍ଜୟ ଙ୍କୁ Suspend କଲେ I ଷଡଯନ୍ତ୍ର କାରି ମାନେ ସେମାନଙ୍କ ମିଶନ ରେ ସଫଳ ହେଲେ I ଏକଥା କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନିମାପଡା ବାସି I ଖୋଜୁଛନ୍ତି ସେମାନଙ୍କର ଦବଂଗ IIC ମୃତ୍ୟୁଞ୍ଜୟ ଙ୍କୁ I ଯିଏ ସେମାନଙ୍କୁ ଚୋର ଗୁଣ୍ଡା ମାନଙ୍କ ଠାରୁ ସୁରକ୍ଷିତ ରଖିବI

ଅବଶ୍ୟ ଏ ଘଟଣାକୁ ନେଇ IIC ମୃତ୍ୟୁଞ୍ଜୟ ସ୍ୱାଇଁ ବାରମ୍ବାର କହିଥିଲେ ଯେ ସେ ପୁରୁଷ ପୋଲିସ ମହିଳା ମାନଙ୍କୁ କିପରି ବଦେଇପାରିବେ ? ତାଙ୍କର ଏ ଅଧିକାର ନାହିଁ , ଦୟାକରି ସିସି ଟିଭି ଚେକ କରାଯାଉ , ସତ ପଦାକୁ ଆସିବ , ତେବେ କେହି ଶୁଣିନଥିଲେ ତାଙ୍କ କଥା I ବାସ ଷଡ଼ଯନ୍ତ୍ରକାରୀ ମାନେ ଯାହା ଦେଖାଇଲେ ଦୁନିଆକୁ ସମସ୍ତେ ସେୟା କୁ ବିଶ୍ୱାସ କଲେ I

ଏବଂ ଘଟଣାକୁ ରାଜନୈତିକ ମୋଡ ନେବା ପୂର୍ବରୁ ଚାକିରିରୁ Suspend କରି ଘଟଣାକୁ ରଫାଦଫା କରିଦିଆଗଲା I
ଶୁଣାଯାଉଛି କୁଆଡେ ବାସନ୍ତୀ ଙ୍କ ଶାଶୁ ବୋହୁ କଳି ରେ ଦୁହେଁ ଦୁହିଁଙ୍କ ଭିତରେ ଝଗଡା ଲାଗି ଛୁଟି ଝିଙ୍କା ଝିଙ୍କି ହେଇ ବାଡିଆ ପିଟା ହେଇଥିଲେ , ଯାହାର କ୍ଷତ ଅଛି ବୃଦ୍ଧା ଏବଂ ବୋହୁ ଙ୍କ ଶରୀର ରେ I ଦୁହିଁଙ୍କୁ ଡାକି ଆପୋଷ ସମାଧାନ କରିବାକୁ ଚାହିଁଥିଲେ IIC ମୃତ୍ୟୁଞ୍ଜୟ ସ୍ୱାଇଁ I କିନ୍ତୁ ବାସନ୍ତୀ ଙ୍କ ଶରୀର ର ଦାଗକୁ ନେଇ
ଏକ ବଡ ଷଡଯନ୍ତ୍ର ତିଆରି କରିଦେଲେ IIC ମୃତ୍ୟୁଞ୍ଜୟ ଙ୍କ ବିରୋଧୀ ମାନେ ଯେଉଁଥିରେ ଫସିଗଲେ IIC I

Leave a Reply

Your email address will not be published. Required fields are marked *