ଜାଣନ୍ତୁ ପପୁଙ୍କ ଗୁରୁତର ଅସୁସ୍ଥ କଥା ଶୁଣି କଣ କହିଲେ କମେଡି ମାଷ୍ଟର ହରି

ଓଡ଼ିଆ ସିନେମା ଏବଂ ଓଡ଼ିଶାରେ କମେଡି ରେ ପପୁ ଏକ ସ୍ୱତନ୍ତ୍ର ଏବଂ ନିଆରା ପରିଚୟ ତିଆରି କରିଛନ୍ତି I ଯେଉଁଥିପାଇଁ ସେ ଘରେ ଘରେ ପରିଚିତ I ଯଦିଓ ସେ ଅପ୍ରତିଦ୍ବନ୍ଦି ତଥାପି ସିନେମା ଜଗତରେ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ ହରିହର ମହାପାତ୍ର ଙ୍କୁ କୁହାଯାଏ I ପପୁଙ୍କ ଅସୁସ୍ଥ ଖବର ଶୁଣି ହରି ମହାପାତ୍ର ଏବଂ ତାଙ୍କ ସହଯୋଗୀ ମାନେ ମନ୍ଦିର ରେ ସମୂହ ଦୀପ ଜାଳି ଭଗବାନ ଙ୍କୁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି I

ଏବଂ କହିଛନ୍ତି ଅଭିନୟରେ ସମସ୍ତଙ୍କୁ ହସ ବାଣ୍ଟୁଥିବା ପପୁ ଆଜି ଦୁଃଖରେ ଅଛନ୍ତି ତେଣୁ ସମସ୍ତ ଓଡିଶା ବାସି ତାଙ୍କ ପାଇଁ ଭଗବାନ ଙ୍କୁ ପ୍ରାଥନା କରନ୍ତୁ I ଓଡିଶା ବାସୀଙ୍କର ଭଲପାଇବା ରେ ପପୁ ପୁଣି ଥରେ ସୁସ୍ଥ ହେଇ ଫେରିବେ ଏବଂ ସମସ୍ତଙ୍କୁ ହସେଇ ହସେଇ ବେଦମ କରିବେ I

ଏହା ନିହାତି ଭାବରେ ଏକ ବିରଳ ଘଟଣା ନିଜ ପ୍ରତିଦ୍ବନ୍ଦୀ ଙ୍କ ସଫଳତା କାମନା କରୁଛନ୍ତି ହରି I ଏଥିରୁ ପପୁ ଏବଂ ହରିଙ୍କ ନିବିଡ ଭଲପାଇବା ଜଣାପଡୁଛି I ଖାଲି ହସରେ ନୁହେଁ ନିଜ ଭଲପାଇବା ଦ୍ୱାରା ପପୁ ତାଙ୍କ ପ୍ରତିଦ୍ବନ୍ଦୀ ମାନଙ୍କୁ ମଧ୍ୟ ବାନ୍ଧି ରଖିଛନ୍ତି I ଭଗବାନ ତାଙ୍କର ଶୀଘ୍ର ଆରୋଗ୍ୟ କରିଦିଅନ୍ତୁ I

ସୂଚନା ଥାଉ କି ସୋମବାର ଦିନ ପାନକ୍ରିଆସରେ ଇନଫେକସନ୍ ରେ ଗୁରୁତର ଭାବେ ଅସୁସ୍ଥ ହେଇ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଥିଲେ ହାସ୍ୟ ଅଭିନେତା ପପୁ ପମପମ୍ ।

ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ଉର୍ନ୍ନତି ନହେବାରୁ ଏବଂ ଛାତିରେ ଯନ୍ତ୍ରଣା ବୃଦ୍ଧି ହେବାରୁ ମଙ୍ଗଳବାର ଦିନ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ AIMS ନିଆଯାଇଥିଲା Iଏବଂ ଚିକିସ୍ଥା ଜାରିରହିଛି I

Leave a Reply

Your email address will not be published. Required fields are marked *