କୁକୁର ମାନେ ରାତିରେ କାହିଁକି କାନ୍ଦିବା ପରି ଭୁକନ୍ତି

କୁକୁର ମାନେ ରାତିରେ କାନ୍ଦିବାକୁ ଆମେ ମାନେ ସାଧାରତଃ ଅଶୁଭ ବୋଲି ଭାବିଥାଉ ଏବଂ ଜାଣିବାକୁ ମଧ୍ୟ ଉତ୍ସୁକ ଥାଉ କି କଣ ପାଇଁ ରାତିରେ କୁକୁର ମାନେ କାନ୍ଦନ୍ତି। ଆମେ ପୂର୍ବ ପୁରୁଷ ମାନଙ୍କ ଠାରୁ ଜାଣି ଆସିଚୁ ଜେ କୁକୁର ଯେବେ କାନ୍ଦିଥାଏ ସେବେ କାହାର ମୃତ୍ୟୁ ହେବାର ଥାଏ କିମ୍ବା କୁକୁର କିଛି ଆସୁରିକ ଶକ୍ତି ବା ଭୂତ ଦେଖିବା ଫଳ ରେ କାନ୍ଦିଥାଏ। ତେବେ କିଛି ଲୋକ ମାନେ ମଧ୍ୟ ଏହାକୁ ଅନ୍ଧ ବିଶ୍ୱାସ ଭାବି ବିଶ୍ୱାସ କରନ୍ତି ନାହିଁ।

ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ସତ୍ୟତା Iସତ ଏହା କି କୁକୁର ମାନେ ରାତି ରେ କାନ୍ଦନ୍ତି ନାହିଁ, ସେମାନେ ଏହିପରି ଶଦ୍ଧ ସେବେ କରନ୍ତି ଯେବେ ସେମାନଙ୍କର କାହାକୁ କିଛି ବାର୍ତ୍ତା ପଠେଇବାର ଥାଏ। କୁକୁର ଅନ୍ୟ କୁକୁର କୁ ନିଜର ଅବସ୍ଥିତି ବିଷୟରେ ଜଣେଇବାକୁ ମଧ୍ୟ ଏହି ପରି ଶବ୍ଦ କରନ୍ତି।ଏବଂ ଅନ୍ୟ କୁକୁର ଟି ଏହି ଶବ୍ଦ ଶୁଣିଲା ପରେ ସନ୍ଦେଶ ପାଇଲା ବୋଲି ମଧ୍ୟ ଏହି ଶବ୍ଦ କରିଥାଏ।

ଏହା ଛଡା କୁକୁର ଯେବେ କିଛି ଯନ୍ତ୍ରଣା ରେ ଥାଏ ସେବେ ମଧ୍ୟ ସେ ଏହି ପରି ଶଦ୍ଧ୍ କରିଥାଏ ଯାହାକୁ ଆମେ କାନ୍ଦିବା ର ଶବ୍ଦ ବୋଲି କହିଥାଉ ।କୁକୁର ଏକଲା ଅନୁଭବ କଲେ କିମ୍ବା ଅଧିକ ଡିସିବେଲ୍ ର ଶବ୍ଦ ଶୁଣିଲେ ମଧ୍ୟ ସେ କଷ୍ଟ ଅନୁଭବ କରି ଏପରି ଶବ୍ଦ କରେ। ତେବେ ଏହାକୁ କେବଳ ଲୋକ କଥା ରେ ହିଁ ଆମେ ଅଶୁଭ ମାନିଥାଉ। ସେପରି କିଛି ବି ବୈଜ୍ଞାନିକ କାରଣ ନାହିଁ।

Leave a Reply

Your email address will not be published. Required fields are marked *