ଯାତ୍ରୀ ମାନଙ୍କୁ ହଇରାଣ କରୁଥିବା ଷ୍ଟେସନ ମାଷ୍ଟର ଙ୍କୁ ସାବାଡ କଲେ ଆମ ଓଡ଼ିଆ ଝିଅ

ସାଧାରଣ ଝିଅଟିଏ ,ପଲାସାରୁ ଭୁବନେଶ୍ୱର ଟିକେଟ କାଟି ଅପେକ୍ଷା କରିଥିଲେ ଟ୍ରେନ କୁ I ବାହାରେ ପ୍ରବଳ ଗରମ କୁ ମୁଣ୍ଡଫଟା ଅସହ୍ୟ ତାତି I ସେଥିରେ କିନ୍ତୁ ଷ୍ଟେସନ ଭିତରେ ସମସ୍ତ ପଙ୍ଖା ବନ୍ଦ କରାଯାଇଥିଲେ I
ଅସହ୍ୟ ଗରମରେ ଆଉଟୁପାଉଟୁ ହେଇଯାଉଥିଲେ ଅପେକ୍ଷା କରିଥିବା ଯାତ୍ରୀ ମାନେ I କିନ୍ତୁ ଷ୍ଟେସନ ମାଷ୍ଟର ଏବଂ ଅନ୍ୟ କର୍ମଚାରୀ ଙ୍କ କୋଠରୀ ରେ ଫ୍ୟାନ ଏସି ଚାଲୁରହିଥିଲା I ଅନ୍ୟ ମାନେ କେହି ଏହାକୁ ଗୁରୁତର ଭାବରେ ନେଉନଥିଲେ I ଝିଅଟି କିନ୍ତୁ ପ୍ରତିବାଦ ର ସ୍ୱର ଉଠାଇଲା ,

ଫ୍ୟାନ କାହିଁକି ବନ୍ଦ ଅଛି ଏବଂ ଆପଣମାନଙ୍କ ରୁମ୍ ରେ କିପରି ଚାଲୁଚି ବୋଲି ଷ୍ଟେସନ ମାଷ୍ଟର ଙ୍କୁ ଜବାବ ମାଗିଲା I ଷ୍ଟେସନ ମାଷ୍ଟର ମଧ୍ୟ ଭଲକି ବୁଝାଇଦେଲେ ଝିଅଟିକୁ ଯେ ଏହା ହିଁ ନିୟମ , ଟ୍ରେନ ଆସିବାର ୧୦ ମିନିଟ ପୂର୍ବରୁ ଫ୍ୟାନ ଲାଗିବ ତା ପୂର୍ବରୁ ନୁହେଁ I କିନ୍ତୁ ଡହ ଡହ ଖରାରେ ଯେଉଁମାନେ ଅନେକ ସମୟ ପୂର୍ବରୁ ଆସିକି ବସିଥିଲେ ତାଙ୍କ ଅବସ୍ଥା ଦେଖି ଝିଅଟି ସମ୍ଭାଳିପାରିଲେ ନାହିଁ I

ପୁଣି ଥରେ ଷ୍ଟେସନ ମାଷ୍ଟର ଙ୍କ ସହିତ ଯୁକ୍ତତର୍କ କରିଥିଲେ କେଉଁ ନିୟମରେ ଲେଖା ଅଛି ବୋଲି, ଏପରି ନିୟମ ଦୟାକରି ଦେଖାନ୍ତୁ I ନିୟମ ଦେଖାଉଥିବା ଷ୍ଟେସନ ମାଷ୍ଟର ଙ୍କୁ ନିୟମ ପଢ଼ାଇଥିଲେ ଆମ ଓଡ଼ିଆ ଝିଅ I ଯାତ୍ରୀ ଙ୍କ ପଇସା ରେ ଷ୍ଟେସନ ତିଆରି ହେଇଚି ଏବଂ ଯାତ୍ରୀ ଙ୍କ ପାଇଁ ହେଇଚି I 24*7 ବିଜୁଳି , ପାଣି ଷ୍ଟେସନ ରେ ଉପଲବ୍ଧ ହେବା ନିୟମ କହୁଛି I

ୟା ପରେ ଥ ଥ ମ ମ ହେଲେ ଷ୍ଟେସନ ମାଷ୍ଟର , ପାଟିରୁ କଥା ବାହାରିଲା ନାହିଁ I ବାଧ୍ୟ ହେଇ ସମସ୍ତ ଫ୍ୟାନ ଚାଲୁ କରିବାକୁ ନିର୍ଦେଶ ଦେଲେ ତଳିଆ କର୍ମଚାରୀ ଙ୍କୁ I ନିଜେ ତିଆରି କରିଥିବା ନିୟମ ୧୦ ମିନିଟ ପରେ ବଦଳିଗଲା। ଫ୍ୟାନ ଚାଲୁ ହେବା ପରେ ସମସ୍ତ ଯାତ୍ରୀ ଅସହ୍ୟ ତାତି ରୁ ଆଶ୍ବସ୍ତି ଅନୁଭବ କରିଥିଲେ I ଝିଅ ଙ୍କ ନାମ ମଇନା ଆଚାର୍ଯ୍ୟ I ସେ ଗୁଣୁପୁର ବାସିନ୍ଦା ଏବଂ ବର୍ତମାନ ଭୁବନେଶ୍ୱର ରେ ରହୁଛନ୍ତି I

ଏନେଇ ମଇନା କହିଛନ୍ତି କୌଣସି ଭୁଲ କାର୍ଯ୍ୟକୁ ଦୃଢ଼ ବିରୋଧ କରିବାର ଆବଶ୍ୟକ ଅଛି ଆଜିକାଲି ର ସମୟରେ ତେବେ ଯାଇ ସମସ୍ତେ ଉପକୃତ ହେବେ ୟାକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ ଯାହାକି ଭାଇରଲ ହେଇଚି ଏବଂ ସୋସିଆଲ ମିଡିଆରେ ମଇନା ଙ୍କର ଏପରି କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରାଯାଇଛି I

Leave a Reply

Your email address will not be published. Required fields are marked *