ଅପରାଧୀ ଙ୍କୁ ସାବାଡ଼ କରିବାକୁ ଛଦ୍ମ ବେଶରେ ସାଇକେଲରେ ସହର ବୁଲୁଛନ୍ତି ଗଂଜାମ ଏସ୍‌ପି

ଓଡ଼ିଶାରେ ବର୍ତମାନ ପୋଲିସ ର ଜୁଲୁମ ନେଇ ହୋ ହାଲ୍ଲା ଚାଲିଥିବା ବେଳେ I ଏମିତି ଜଣେ ଏସପି ଅଛନ୍ତି ଯିଏକି ସାଇକେଲ ରେ ବୁଲି ସମସ୍ୟାର ସମାଧାନ କରୁଛନ୍ତି I ଲୋକଙ୍କର ଅତି ନିକଟର ହେଉଛନ୍ତି I ବୁଧବାର ସକାଳେ ସାଧା ସିଧା ବେଶରେ ଗଂଜାମ ସହରରେ ସାଇକେଲ ଧରି ବୁଲୁଥିଲେ ଜଣେ ଯୁବକ I ଟ୍ରାଫିକ ପୋଲିସ , ନିକଟସ୍ଥ ପୋଲିସ ଷ୍ଟେସନ ଏବଂ ସହରରେ ଆଇନ କାନୁନ, ଅନ୍ୟାନ୍ୟ ସମସ୍ୟା କୁ ମୋଟାମୋଟି ତଦାରଖ କରୁଥିଲେ ଏଇ ଯୁବକ I

ଅଚାନକ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନ ରେ ପହଂଚି ଲୋକଙ୍କ ସମସ୍ୟା ଏବଂ ପୋଲିସ ର ଲୋକଙ୍କ ପ୍ରତି ବ୍ୟବହାର ପଚାରି ବୁଝୁଥିବା ବେଳେ ଥାନା ଆଇଆଇସି ଅଜୟ କୁମାର ବାରିକ ଚିନ୍ହି ପାରିଥିଲେ ଏହି ସାଧା ବେଶ ଧାରୀ ଯୁବକ ଙ୍କୁ Iସାଧା ସିଧା ବେଶରେ ସାଇକେଲ ରେ ଆସିଥିବା ଯୁବକ ଜଣକ ସାଧାରଣ ଲୋକ ନଥିଲେ ଥିଲେ ଗଞ୍ଜାମ ଆଇନ କାନୁନ ର ରକ୍ଷକ ଏସ୍‌ପି ବ୍ରିଜେଶ କୁମାର ରଏ I

ସାଇକେଲ ରେ ବୁଲିବା ଦ୍ୱାରା ଏସପି ଙ୍କୁ କେହି ଚିନ୍ହିପାରିନଥିଲେ I ଫଳରେ ଅତି ସହଜରେ ସେ ତଦାରଖ କରିପାରିଥିଲେ I ଛତ୍ରପୁର ପୁର ରୁ ପୁରୁଷୋତ୍ତମପୁର ପାଖାପାଖି 30 କିଲୋମିଟର ନିଜେ ସାଇକେଲ ଚଳାଇ ଆସିଥିଲେ ଏସପି I ସାଧାରଣ ଲୋକଙ୍କ ଭଳି ଏସ୍‌ପି ଆସିଥିବାରୁ କେହି ଚିହ୍ନି ପାରି ନ ଥିଲେ। କିନ୍ତୁ କିଛି ସମୟ ପରେ ଏସପି ଙ୍କ ଗାଡି ପହଞ୍ଚିବାରୁ ସେଥିରେ ବସି ଚାଲିଯାଇଥିଲେ ଏସପି I ତେବେ ଏହା ଏସ୍‌ପି ବ୍ରିଜେଶ କୁମାର ରଏ ଙ୍କ ପାଇଁ ନୂଆ ନୁହେଁ ପୂର୍ବରୁ ମଧ୍ୟ ଅନୁଗୁଳ ରେ ଏସପି ଥିଲାବେଳେ ପ୍ରତ୍ୟକ ଦିନ ସାଇକେଲ୍ ରେ ବୁଲି ଲୋକଙ୍କ ସମସ୍ୟା ବୁଝୁଥିଲେ I

ସୂଚନା ଥାଉ କି ବ୍ରିଜେଶ କୁମାର ରଏ ଙ୍କ ର ଅନୁଗୁଳ ରୁ ମାର୍ଚ୍ଚ 18 ରେ ଗଂଜାମ ଜିଲ୍ଲାକୁ ବଦଳି ହେଇଥିଲା ଏବଂ ଗଂଜାମ ଜିଲ୍ଲାର ନୂଆ ଏସ୍‌ପି ଭାବେ ସେ ଦାୟିତ୍ୱ ନେଇଥିଲେ I ପୂର୍ବରୁ ମଧ୍ୟ ସେ ନବରଙ୍ଗପୁର , କୋରାପୁଟ ରେ ଅତି ସୁଚାରୁରୂପେ ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି I ପୋଲିସ ଯେ ସାଧାରଣ ଲୋକଙ୍କର ବନ୍ଧୁ ସେକଥା ଗଂଜାମ ର ନୂତନ ଏସପି ଙ୍କ କାର୍ଯ୍ୟରୁ ବାରିହେଇପଡୁଛି I ଏସ୍ପି ଙ୍କର ଏପରି କାର୍ଯ୍ୟ ଦେଖି ସାରା ସହରରେ ଚର୍ଚ୍ଚା ଜୋର ଚାଲିଛି I

Leave a Reply

Your email address will not be published. Required fields are marked *