କଦଳୀ ଫୁଲ ( ଭଣ୍ଡା ) ର 6 ଟି ଆଶ୍ଚର୍ଯ୍ୟ ଜନକ ଉପକାରିତା

ପନିପରିବା ରେ କଞ୍ଚା କଦଳୀ ଏବଂ ଫଳ ହିସାବରେ ପାଚିଲା କଦଳୀ ର ବହୁଳ ବ୍ୟବହାର ହେଇଥାଏ Iଏହା ର ସ୍ୱାଦ ପାଇଁ ପ୍ରାୟତ ସମସ୍ତଙ୍କର ଏହା ପ୍ରିୟ ଖାଦ୍ୟ ହେଇଥାଏ I କଦଳୀ ଖାଇବା ଦ୍ୱାରା ବହୁ ଉପକାର ମିଳିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି କି କଦଳୀ ଫୁଲ (ସାଧାରଣତଃ ଆମେ ଏହାକୁ କଦଳୀ ଭଣ୍ଡା ବୋଲି କହିଥାଉ ) ଆମ ପାଇଁ ବହୁତ ଉପକାରୀ I ତେବେ ଚାଲନ୍ତୁ ଜାଣିବା କଦଳୀ ଭଣ୍ଡା ଦ୍ୱାରା ଆମର କି ଉପକାର ହେଇଥାଏ I

କିପରି ବ୍ୟବହାର କରିବେ :- କଦଳୀ ଭଣ୍ଡାରେ ଥିବା ଫୁଲ କୁ ଆପଣ ସିଧାସଳଖ ବ୍ୟବହାର କରିପାରିବେ କିମ୍ବା ଭଣ୍ଡାର ଉପର ଅଂଶ ବାଛି ସାରିବା ପରେ ଫୁଲ ଭିତର ଅଂଶ କୁ ତରକାରୀ କରି ଖାଇପାରିବେ ,ଏହା ସାମାନ୍ୟ କସା ଲାଗିଥାଏ I

1) କୁହାଯାଏ ସବୁ ରୋଗର ବାପା ହେଉଛି ଡାଇବେଟିସ୍‌ , ଏହା ଥରେ ଯାହାକୁ ହେଇଥାଏ ବ୍ୟକ୍ତିର ଜୀବନ ଦୁର୍ବିସହ ହେଇଯାଏ I କିନ୍ତୁ କଦଳୀ ଫୁଲ ବା ଭଣ୍ଡା ସପ୍ତାହକୁ ଦୁଇଥର ଖାଇବା ଦ୍ୱାରା ଡାଇବେଟିସ୍‌ ମଧ୍ୟ ହାର ମାନିଥାଏ I କାହିଁକିନା କଦଳୀ ଭଣ୍ଡା ରେ ପ୍ରଚୁର ପରିମାଣରେ ଗ୍ଲାଇସୋମିକ୍‌ ଇଣ୍ଡେକ୍ସ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ I ଯାହାକି ଡାଇବେଟିସ୍‌ କୁ ନିୟନ୍ତ୍ରଣ ରଖିଥାଏ I

2) କଦଳୀ ଫୁଲରେ ପଲିଫୋନେଲ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହାକି ଶରୀର ର ଦୁର୍ବଳତା , ଥକ୍କାପଣ ଦୂର କରିଥାଏ। 3) ଯେଉଁ ମହିଳା ମାନଙ୍କର ମାସିକ ଋତୁସ୍ରାବ ସଠିକ ସମୟରେ ହେଇନଥାଏ କିମ୍ବା ମାସିକ ଋତୁସ୍ରାବ ସମ୍ପର୍କିତ ଯେ କୌଣସି ସମସ୍ୟା ଥାଏ , ସେମାନେ ନିୟମିତ କଳଦୀ ଫୁଲ ଖାଇବା ଦ୍ୱାରା , ସମସ୍ୟା ସମାଧାନ ହେଇଥାଏ I4) ଯେଉଁ ଗର୍ଭବତୀ ମହିଳାଙ୍କ ପିଲା ଜନ୍ମ ପରେ ,ପିଲାକୁ କ୍ଷୀର ପାନ ପାଇଁ ସଠିକ ପରିମାଣରେ କ୍ଷୀର ହେଇନଥାଏ , କଦଳୀ ଫୁଲ ବ୍ୟବହାର ଦ୍ୱାରା ଲାଭ ମିଳିଥାଏ I

5) ଯଦି ଡାଇରିଆ ହେଇଥାଏ ଏବଂ କମୁନଥାଏ ତେବେ କଦଳୀ ଫୁଲ ଖାଇବା ଦ୍ୱାରା ଡାଇରିଆ କମିଥାଏ। 6) କଦଳୀ ଫୁଲ ଖାଇବା ଦ୍ୱାରା ଶରୀର ରେ ରକ୍ତ ସଂଚାଳନ ଥିକ୍ ଭାବରେ ହେଇଥାଏ I

Leave a Reply

Your email address will not be published. Required fields are marked *