ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ଏହି 6ଟି ଜିନିଷ , ସୁଖଃ ସମୃଦ୍ଧି ସୌଭାଗ୍ୟ ବୃଦ୍ଧି ହେବ

ଘରେ ସୁଖ ଶାନ୍ତି ସମୃଦ୍ଧି ପାଇଁ ମନୁଷ୍ୟ କେତେ କଣ କରିଥାଏ , ତଥାପି ସବୁବେଳେ କଳହ , ଝଗଡା , ଅଶାନ୍ତି , ଧନ ଅଭାବ ଲାଗିରହିଥାଏ I ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଏମିତି କିଛି କଲେ ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ କ୍ଷୀଣ ହେଇ ସକାରାତ୍ମକ ପରିବେଶ ସୃଷ୍ଟି ହେଇଥାଏ I ଧନର ଅଭାବ ହେଇନଥାଏ I
1) ମା ଲକ୍ଷ୍ମୀ ଙ୍କୁ ଧନ ଏବଂ ସୌଭାଗ୍ୟ ର ଦେବୀ କୁହାଯାଏ, ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ରେ ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ର ଝୋଟି ଆଙ୍କନ୍ତୁ ଏହାଦ୍ୱାରା ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିଥାଏ I

2) ସବୁ ବିଘ୍ନ ନାଶ କରନ୍ତି ବୋଲି ତାଙ୍କୁ ବିଘ୍ନନାଶକ କୁହାଯାଏ ତେଣୁ ଘର ମୁଖ୍ୟଦ୍ଵାର ରେ ଧଳା ଗଣେଶ ଙ୍କ ମୂର୍ତି ସ୍ଥାପନା କରନ୍ତୁ I ସମସ୍ତ ବିଘ୍ନ ଦୂର ହେବ I
3) ଘରର ସାମ୍ନା ଦୁଆର ରେ କାଚର ଏକ ପାତ୍ରରେ ସୁଗନ୍ଧଯୁକ୍ତ ଫୁଲ ରଖନ୍ତୁ ,ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେଇ ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହେଇଥାଏ I
4)ଦେବଦାରୁ, ଆମ୍ବ କିମ୍ବା ଅଶୋକ ଗଛର ପତ୍ରରେ ଏକ ମାଳା ତିଆରି କରି ଘର ଦୁଆରେ ଟାଙ୍ଗନ୍ତୁ ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେଇଥାଏ I ମାଳା ଟି ଶୁଖିଗଲେ ଏହାକୁ ବଦଳାଇଦିଅନ୍ତୁ ଏବଂ ଏକ ନୂଆ ମାଳା ଟାଙ୍ଗିଦିଅନ୍ତୁ I

5) ଘର ମୁଖ୍ୟ ଦ୍ୱାର ରେ ସ୍ୱସ୍ତିକ ଚିହ୍ନ ( ଶୁଭ ଲାଭ ) ସ୍ଥାପନା କରନ୍ତୁ ଏହାଦ୍ୱାରା ନକାରାତ୍ମକ ଶକ୍ତି ର ପ୍ରଭାବ ଘର ଉପରେ ପଡ଼ିନଥାଏ, ଏବଂ ଘରେ ସୁଖ ସମୃଦ୍ଧି ବଢିଥାଏ I

6) ଘରର ମୁଖ୍ୟ ଦ୍ୱାର ର କବାଟ କୁ ଅନ୍ୟ କବାଟ ତୁଳନା ରେ ବଡ ରଖନ୍ତୁ

Leave a Reply

Your email address will not be published. Required fields are marked *