କଂଗ୍ରେସ କର୍ମୀ ବିକିଲେ ମୋଦି ପକୋଡା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସିଛନ୍ତି ତାଙ୍କ ଚାରିବର୍ଷର ସଫଳତା କୁ ଓଡ଼ିଶାରେ ବର୍ଣନା କରିବାକୁ I ମୋଦିଙ୍କ ଗ୍ରସ୍ତ କୁ ନେଇ ରାଜନୈତିକ ବାତାବରଣ ପୁରା ଗରମ ଅଛି I ମୋଦିଙ୍କର ଓଡିଶା ଗ୍ରସ୍ତ କୁ କଂଗ୍ରେସ ବିରୋଧ କରିଥିବା ବେଳେ ଅଭିନବ ଉପାୟରେ କଟକ ଗୌରୀଶଙ୍କର ପାର୍କ ନିକଟରେ ଏକ ମୋଦି ପକୋଡା ଷ୍ଟଲ ଖୋଲିଚି I ଯେଉଁଠି କି ପ୍ରବଳ ମାତ୍ରାରେ ଭିଡ ପରିଲକ୍ଷିତ ହେଉଛି I ଏହାର ନାମ କରଣ କରାଯାଇଛି ମୋଦି ଷ୍ଟଲ ପକୋଡା I ଏଠାରେ ସବୁପ୍ରକାର ବିଶେଷ କରି ମୋଦି ପକୋଡା , ଅମିତ ସାହା ପକୋଡା , ଧର୍ମେନ୍ଦ୍ର ପ୍ରଧାନ ପକୋଡା ,ଯୋଗୀ ପକୋଡା ଇତ୍ୟାଦି ମିଳୁଛି I ଏହାର ମୂଲ୍ୟ ପ୍ଲେଟ ପିଛା 30 ରୁ 40 ଟଙ୍କା ରଖାଯାଇଛି I

Leave a Reply

Your email address will not be published. Required fields are marked *