ତୁଳସୀ ପତ୍ରର ଆଠଟି ଆଶ୍ଚର୍ଯ୍ୟ ଜନକ ଉପକାରିତା

ଗଛ ଭିତରେ ତୁଳସୀ କୁ ସବୁଠୁ ଶ୍ରେଷ୍ଠ ମନାଯାଏ I ସେଥିପାଇଁ ତ ସେ ଜଗନ୍ନାଥ ଙ୍କ ମଥାରେ ଶୋଭା ପାଇଥାନ୍ତି I କଳିଯୁଗର ସ୍ୱୟଂ ଜୀବନ୍ତ ଦେବୀ ଭାବରେ ସମସ୍ତଙ୍କ ଘର ଦୁଆରେ ତୁଳସୀ ପୂଜା ପାଇଥାନ୍ତି I ତେବେ ତୁଳସୀ ପୂଜା କରିବା ଦ୍ୱାରା ଘରେ ଶାନ୍ତି ବଜାୟ ରହିବ ସହିତ ତୁଳସୀ ରୁ ଶୁଦ୍ଧ ଅମ୍ଳଜାନ ମିଳିଥାଏ I ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ର କୁ ଅତି ଦୁର୍ମୁଲ୍ୟ ମନାଯାଏ I

ତୁଳସୀ ପତ୍ର ସେବନ ଦ୍ୱାରା ଅତି ଦୁରାରୋଗ୍ୟ ମଧ୍ୟ ଭଲ ହେଇଥାଏ I ତେବେ ପୂଜା କରୁଥିବା ତୁଳସୀ ପତ୍ର କୁ ନଛିଣ୍ଡାଇ , ବଗିଚାରେ ଥିବା ତୁଳସୀ ପତ୍ର କୁ ଆପଣ ବ୍ୟବହାର କରିପାରିବେ I ଚାଲନ୍ତୁ ଜାଣିବା ତୁଳସୀ ପତ୍ର ର ଉପକାରିତା ବିଷୟରେ I
1) ଯଦି ଛୋଟ ପିଲାମାନଙ୍କୁ ଥଣ୍ଡା , ଜର , ସର୍ଦି ଲାଗିରହୁଥାଏ ତେବେ ତୁଳସୀ ପତ୍ରରସ ସହିତ ମହୁ ମିଶାଇ ପି ବାକୁ ଦିଅନ୍ତୁ I ଥଣ୍ଡା , ଜର , ସର୍ଦି ଭଲ ହେଇଯିବ I

2) ପ୍ରତ୍ୟକ ଦିନ ସକାଳୁ ଖାଲି ପେଟରେ ଛୋଟ ପିଲାମାନଙ୍କୁ ତିନି ରୁ ଚାରୋଟି ତୁଳସୀ ପତ୍ର ଚୋବାଇ ଖାଇବାକୁ ଦିଅନ୍ତୁ ଏହାଦ୍ୱାରା ଭୋକ ବଢିବା ସହିତ ଖାଦ୍ୟ ସହଜରେ ହଜମ ହେଇଥାଏ I
3) ଅଜୀର୍ଣ୍ଣ , କାଶ , କଫ ଲାଗିରହୁଥିଲେ ତୁଳସୀ ପତ୍ର ରସ ସହିତ ଦେଶୀ ଗାଈଘିଅ , ଗୋଲମରିଚ ମିଶ୍ରଣ କରି ସେବନ କରନ୍ତୁ ,ବହୁତ ଜଲ୍ଦି ଏହାର ଉପକାରିତା ଆପଣ ଜାଣିପାରିବେ I
4) ଯଦି ବିଛା ଶରୀର ର କୌଣସି ଜାଗାକୁ ଦଂଶନ କରିଥାଏ ତେବେ ସେହି ଜାଗାରେ ତୁଳସୀ ପତ୍ର ର ରସ ଭଲକି ଘସନ୍ତୁ ଦେଖିବେ ଅଳ୍ପ ସମୟ ଭିତରେ ଯନ୍ତ୍ରଣା ରୁ ମୁକ୍ତି ମିଳିବ I

5) ଅମ୍ଳପିତ୍ତ ଭଲ ହେବା ପାଇଁ ନିୟମିତ ଦୁଇ ରୁ ତିନୋଟି ତୁଳସୀପତ୍ର ସେବନ କରନ୍ତୁ I
6) ଯଦି ବାନ୍ତି ହେଉଥାଏ ତେବେ ତୁଳସୀ ପତ୍ର ସେବନ ଦ୍ୱାରା ବାନ୍ତି ହେବା ବନ୍ଦ ହେଇଥାଏ I
7) ଖାଦ୍ୟ ଖାଇସାରିବା ପରେ ତୁଳସୀ ପତ୍ର କୁ ଚୋବାଇ ଖାଇବା ଦ୍ୱାରା ଦାନ୍ତ ରେ ପୋକ ଲାଗିନଥାଏ ଏବଂ ମୁଖ ଦୁର୍ଗନ୍ଧ ରୁ ରକ୍ଷା ମିଳିଥାଏ I

8) ଯଦି ନିୟମିତ ମୁଣ୍ଡ ବ୍ୟଥା ହେଉଥାଏ , ଦୁଇ କପ୍ ପାଣିରେ 10/15 ଟି ତୁଳସୀ ପତ୍ର କୁ ଭଲଭାବରେ ଏକ କପ୍ ହେବା ଯାଏଁ ଫୁଟାଇଦିଅନ୍ତୁ ଏବଂ ଏହି ପାଣିକୁ ଥଣ୍ଡା କରି ପିଅନ୍ତୁ I 3/4 ଦିନ ନିୟମିତ ପିଇବା ଦ୍ୱାରା ମୁଣ୍ଡ ବ୍ୟଥା ରୁ ମୁକ୍ତି ମିଳିଥାଏ I

Leave a Reply

Your email address will not be published. Required fields are marked *