ନବୀନ ଗ୍ରହଣ କରି ପାରିବେକି ଫିଟନେସ_ଚ୍ୟାଲେଞ୍ଜ? ସ୍ୱାସ୍ଥ୍ୟବସ୍ଥା ନେଇ ଗୁଜବ ଭୁଲ ପ୍ରମାଣ ହୁଅନ୍ତା..

ଭୁବନେଶ୍ୱର(ଦେବଦତ୍ତ ରଥ): ସୋସିଆଲ ମିଡିଆରେ ଫିଟନେସ_ଚ୍ୟାଲେଞ୍ଜକୁ ନେଇ ଏବେ ଗୋଟେ ଟ୍ରେଣ୍ଡ ଚାଲିଛି।ବିରାଟ କୋହଲିଙ୍କ ଫିଟନେସ ଚ୍ୟାଲେଞ୍ଜକୁ ପ୍ରଧାନମନ୍ତ୍ରୀ ମୋଦି ଗ୍ରହଣ କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
କେନ୍ଦ୍ର କ୍ରୀଡା ଏବଂ ଯୁବା ବେପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ପ୍ରଥମେ ନିଜର ଫିଟନେସର ପ୍ରମାଣ ଦେଇ ଏକ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ଏହା ସହ ଭାରତୀୟ କ୍ରିକେଟିୟର ବିରାଟ କୋହଲି,ଅଭିନେତା ହ୍ରିତିକ ରୋଶନ ଏବଂ କ୍ରୀଡ଼ାବିତ ସାଇନା ନେହ୍ଵାଲଙ୍କୁ ସେ ଏପରି ଫିଟନେସ ଚ୍ୟାଲେଞ୍ଜ ଦେଇଥିଲେ।ହ୍ରିତିକ ରୋଶନ ଏବଂ ସାଇନା ନେହ୍ଵାଲ ଚ୍ୟାଲେଞ୍ଜ ଗ୍ରହଣ କରିଥିବା ବେଳେ ବିରାଟ କୋହଲି ମଧ୍ୟ ରାଠୋରଙ୍କ ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ଟ୍ୱିଟର ଆକାଉଣ୍ଟରେ ନିଜ ଫିଟନେସ ଭିଡିଓ ପୋଷ୍ଟ କରିଥିଲେ।

ଏବଂ ସେ ଏପରି ଫିଟନେସ ଚ୍ୟାଲେଞ୍ଜ ନିଜ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରିକେଟିୟର ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଥିଲେ।ମୋଦୀ ବିରାଟଙ୍କ ଫିଟନେସ ଚ୍ୟାଲେଞ୍ଜ ସ୍ୱୀକାର କଲେ।ଏବଂ ଖୁବ ଶୀଘ୍ର ନିଜ ଫିଟନେସର ପ୍ରମାଣ ଭିଡିଓ ଜାରି କରିବେ ବୋଲି ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କଲେ।

ଏହାପରେ ଫିଟନେସ ଚ୍ୟାଲେଞ୍ଜର ଚର୍ଚ୍ଚା ବଢିଗଲା।କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କିରଣ ରିଜ୍ଜୁ ଚ୍ୟାଲେଞ୍ଜ ଗ୍ରହଣ କରି ନିଜର ଫିଟନେସ ଭିଡିଓ ସହ “ହମ ଫିଟ ତୋ ଇଣ୍ଡିଆ ଫିଟ” ଲେଖି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କଲେ।ରେଳମନ୍ତ୍ରୀ ପିୟୁସ ଗୋଏଲ,କେନ୍ଦ୍ରମନ୍ତ୍ରୀ ଡଃ: ହର୍ଷ ବର୍ଦ୍ଧନ,ୟଶୋଧରା ରାଜେ ସିନ୍ଧିଆ,ଜୟନ୍ତ ସିହ୍ନା,ଅନୁପମ ଖେର ପ୍ରମୁଖ ଫିଟନେସ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି।”

ଫିଟନେସ ଚ୍ୟାଲେଞ୍ଜ”,”ହମ ଫିଟ ତୋ ଇଣ୍ଡିଆ ଫିଟ” ର ଏକ ଟ୍ରେଣ୍ଡ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।
ତେବେ ଏଠି ଗୋଟେ କଥା ମନକୁ ଆସୁଛି ଯଦି ଏପରି ଫିଟନେସ ଚ୍ୟାଲେଞ୍ଜ କେହି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଅନ୍ତି ତେବେ ନବୀନ କ’ଣ ଏପରି ଫିଟନେସ_ଚ୍ୟାଲେଞ୍ଜ ଗ୍ରହଣ କରିବେ?ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କେହି ଅପପ୍ରଚାର କରୁଛି ବୋଲି ଏବେ ଅଭିଯୋଗ ଉଠିଥିଲା।ତେବେ,ଫିଟନେସ ଚ୍ୟାଲେଞ୍ଜ ଗ୍ରହଣ କରି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି ହେଉଥିବା ଗୁଜବକୁ କ’ଣ ନବୀନ ଭୁଲ ପ୍ରମାଣ କରି ପାରିବେ?

Leave a Reply

Your email address will not be published. Required fields are marked *