ନିଜକୁ ନବୀନ ଙ୍କ ବିକଳ୍ପ ବୋଲି ଦାବି କଲେ ମହାମେଘବାହନ ଐର ଖାରବେଳ ସ୍ୱାଇଁ

ଜନସାଧାରଣ ଙ୍କ ସେବା କରିବାକୁ ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଛାକୃତ ଅବସର ନେଇ ବିଜପିର ନୀତି ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହେଇ ବିଜେପି ରେ ମିଶିଥିଲେ ଐର ଖାରବେଳ ସ୍ୱାଇଁ I କଠିନ ପରିଶ୍ରମ ରେ ବିଶ୍ୱାସ ରଖୁଥିବା ଐର ଖାରବେଳ ସ୍ୱାଇଁ ବାଲେଶ୍ୱର ରୁ ଲଗାତାର ତିନିଥର ଲୋକସଭା କୁ ନିର୍ବାଚିତ ହେଇଥିଲେ I 2009 ବିଜେପି ରାଜ୍ୟ ସମ୍ପାଦକ ଙ୍କ ସହିତ ମନାନ୍ତର ହେବାରୁ ବିଜେପି ଦଳ ଛାଡିଥିଲେ ଐର ଖାରବେଳ ସ୍ୱାଇଁ I ଏହାପରେ ନିଜେ ଉତ୍କଳ ଭାରତ ନାମରେ ଏକ ଦଳ ଗଠନ କରିଥିଲେ I

ଏବଂ 2014 ରେ ଆମ ଓଡିଶା ପାର୍ଟି ସୌମ୍ୟ ବାବୁ ଙ୍କ ସହିତ ମେଣ୍ଟ କରି କଟକ ରୁ ଲଢ଼ି ଥିଲେ I ତେବେ ୟା ଭିତରେ ମେଣ୍ଟ ଭାଙ୍ଗିଯାଇଛି ଏବଂ ସାଂସଦ ପଦ ପାଇଁ ସୌମ୍ୟ ବାବୁ ବିଜେଡି ର ଶରଣ ନେଇ ସାଂସଦ ହେଇସାରିଛନ୍ତି I କିନ୍ତୁ ଐର ଖାରବେଳ ସ୍ୱାଇଁ ବିଜେଡି ବିରୁଦ୍ଧରେ ନାରାବାଜି ନିଜର ସଂଗ୍ରାମ ଜାରି ରଖିଛନ୍ତି I

ୟା ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ନିଉଜ ଚାନେଲ ରେ ଐର ଖାରବେଳ ସ୍ୱାଇଁ ସାକ୍ଷାତ କାର ଦେଉଥିବା ବେଳେ ଜଣେ ପ୍ରସଂଶକ ପଚାରିଥିଲେ ଯେ ଓଡ଼ିଶାରେ ନବୀନ ବାବୁ ଙ୍କ ବିକଳ୍ପ କିଏ ? ଏନେଇ ଐର ଖାରବେଳ ସ୍ୱାଇଁ ଅତି ଦୃଢତାର ସହିତ ଜବାବ ରଖିଥିଲେ ଯେ ସେ ନିଜେ ହିଁ ନବୀନ ବାବୁ ଙ୍କ ବିକଳ୍ପ ଏବଂ ଆଗାମୀ ଦିନରେ ବିଜେଡି କୁ ହରାଇବାକୁ ଆପ୍ରାଣ ଉଦ୍ୟମ କରିବେ I

One Comment on “ନିଜକୁ ନବୀନ ଙ୍କ ବିକଳ୍ପ ବୋଲି ଦାବି କଲେ ମହାମେଘବାହନ ଐର ଖାରବେଳ ସ୍ୱାଇଁ”

  1. ଖାଲି ଯେ କଥାରେ ନୁହେଁ କାମରେ କରି ଦେଖାଇଲେ ଜଣା ପଡିବ ନ ହେଲେ କଥା କୁହା କପିଳା ହୋଇ ରହିବ

Leave a Reply

Your email address will not be published. Required fields are marked *