ଶିବ ଙ୍କ ରହସ୍ୟ ଆଗରେ ହାର ମାନିଛନ୍ତି ବିଶିଷ୍ଟ ବୈଜ୍ଞାନିକ:ମନ୍ଦିର ରୁ ମିଳିଲା 3ଲକ୍ଷ କୋଟି ଟଙ୍କାର ରତ୍ନ

ସୃଷ୍ଟିରେ ଏମିତି କିଛି ଚକିତକର ଜିନିଷ ଅଛି ଯାହାର ରହସ୍ୟ ଭେଦ କରିବା ମଣିଷ ପାଇଁ ସମ୍ଭବପର ନୁହେଁ I ସେଥିମଧ୍ୟରୁ କେରଳ ର ପଦ୍ମନାଭସ୍ୱାମୀ ମନ୍ଦିର ଏକ ରହସ୍ୟ ଅଟେ I ମନ୍ଦିର ର ତଳଭାଗରେ ମାଟିତଳେ କିଛି ଗୁପ୍ତ ରହସ୍ୟ କୋଠରୀ ଅଛି ଯାହାକୁ କି 1931 ମସିହାରୁ ଖୋଲାଯିବା ପାଇଁ ଉଦ୍ୟମ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଫଳ ହେଇପାରିନାହାନ୍ତି I ପ୍ରଭୁ ଙ୍କ ଅଲୌକିକ ମହିମା ନାଗବଂଧମ ମନ୍ତ୍ର ରେ ବନ୍ଦ ରହିଚି କୋଠରୀ , କେହି ବି ଖୋଲି ପାରୁନାହାନ୍ତି I

ଏହାକୁ ନେଇ ସେତେବେଳେ ଇଂରେଜ ଲେଖକ ଏକ ପୁସ୍ତିକା ଲେଖିଥିଲେ ଯାହାର ନାମ ଥିଲା Travancore I ଯେଉଁଥିରେ କି ସେ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ମନ୍ଦିର ଦ୍ୱାର ଖୋଲିବା ପାଇଁ ଇଂରେଜ ସରକାର ଉଦ୍ୟମ କରୁଥିବା ବେଳେ ଅଚାନକ ବହୁ ସଂଖ୍ୟାରେ ବିଷଧର ସାପ ମାଡି ଆସିଥିଲେ ଏବଂ ପର ମୁହୂର୍ତ ରେ ଯେବେବି ଖୋଲାଯିବା ପାଇଁ ଚେଷ୍ଟା କରାଯାଇଛି ବହୁ ବାଧା ବିଘ୍ନ ଘଟିଛି ଫଳରେ ବାଧ୍ୟ ହେଇ ଏହି ମନ୍ଦିର ଖୋଲିବା ନିଷ୍ପତି ରୁ ଇଂରେଜ ସରକାର ଦୁରେଇ ରହିଛନ୍ତି I 2011 ମସିହା ରେ ସୁପ୍ରିମ କୋର୍ଟ ଙ୍କ ଆଦେଶରେ ଏହି ମନ୍ଦିର ଦ୍ୱାର ଖୋଲିବା ପାଇଁ ଏକ ଟିମ୍ ଗଠିତ କରାଗଲା I ଏହି ଟିମ୍ ରେ ବଡ ବଡ ବୈଜ୍ଞାନିକ ଏବଂ ପ୍ରତ୍ନତତ୍ତ୍ୱବିତ ମାନେ ସାମିଲ ଥିଲେ I ସେମାନଙ୍କ କଠିନ ପରିଶ୍ରମ ଏବଂ ଅନୁସନ୍ଧାନ ଦ୍ୱାରା ମାଟିତଳେ 8 ଟି ଘର ଥିବା ଜଣାପଡିଲା I

ଏବଂ ଏଥିରୁ 6 ଟି ଘର ର ଦ୍ୱାର ଖୋଲାଯିବା ପରେ ସମସ୍ତେ ଚକିତ ହେଇଯାଇଥିଲେ I କୌଣସି ଏକ କୁବେର ମହଲ ରୁ କମ ନଥିଲା ଏଏଇ 6 ଟି ଘର I ଘର ଭିତରେ ହୀରା ଲୀଳା , ମୋତି ମାଣିକ , ସୁନା ମୂର୍ତି ରେ ଭର୍ତି ହେଇଥିଲା I

ଆକଳନ ଅନୁଯାଇ ପାଖାପାଖି 300000 କୋଟି ଟଙ୍କାର ସମ୍ପତି ହେବ I କିନ୍ତୁ ଦୁଇଟି କୋଠରୀ ର ଦ୍ୱାର ଖୋଲାଯାଇପାରିନଥିଲା I ପ୍ରଥମେ ଚେଷ୍ଟା କରାଯାଇ କବାଟ ଟି ଭାଙ୍ଗି ଦେବା ପରେ ଅତି ଚକିତ ଭାବରେ ଭିତରେ ଆଉ ଏକ କବାଟ ଥିଲା ତାହାକୁ ଭାଙ୍ଗିବା ପରେ ପୁଣି ଏକ ଲୁହାର କବାଟ ଥିଲା ଏହି ଲୁହା କବାଟ କୁ ଭାଙ୍ଗି ପାରିଲେ ନାହିଁ I କବାଟରେ ଏକ ଯୋଡ଼ା ସାପର ଚିହ୍ନ ଥିଲା I

ବୈଜ୍ଞାନିକ ଏବଂ ପ୍ରତ୍ନତତ୍ତ୍ୱବିତ ମାନେ ଅସଫଳ ହେବା ପରେ ଭିବିର୍ଣ୍ଣ ସାଧୁ ସନ୍ଥ ମାନଙ୍କ ର ସାହାଯ୍ୟ ନେଇଥିଲେ I କିନ୍ତୁ ସେମାନଙ୍କ କହିବାନୁଯାୟୀ ଏହି କବାଟ କୁ ନାଗବଂଧମ ନାମକ ଏକ ମନ୍ତ୍ର ରେ ଅଭିଭୂଷିତ କରାଯାଇଛି ଯାହାକୁ କି କେବଳ ସେହି ମନ୍ତ୍ର ଜାଣିଥିବା ସିଦ୍ଧ ରୁଷି ଖୋଲିପାରିବେ I ନଚେତ ଯେତେ ଚେଷ୍ଟା କଲେ ମଧ୍ୟ ଏହା ଭାଙ୍ଗିବ ନାହିଁ I

ଏହା ଭିତରେ ଅତି ଦୁର୍ମୁଲ୍ୟ ବସ୍ତୁ ଥାଇପାରେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ବୈଜ୍ଞାନିକ ମାନେ କୁହନ୍ତି ହୁଏତ କୌଣସି ବିଷାକ୍ତ ଗ୍ୟାସ ଥାଇପାରେ ଯେଉଁଥିପାଇଁ ଏହାକୁ ବନ୍ଦ କରାଯାଇଛି I କିନ୍ତୁ ଖୋଲିନପାରିବା ଅତି ଚକିତକର ଘଟଣା I ଏହାକୁ ଖୋଲିବା ପାଇଁ ଉଦ୍ୟମ ଜାରିରହିଛି କିନ୍ତୁ କେବେ ଏହା ଖୋଲା ଯାଇପାରିବ କିମ୍ବା ନା ଏହା କେହି ବି କହିପାରୁନାହାନ୍ତି I

Leave a Reply

Your email address will not be published. Required fields are marked *