ଚିଟଫଣ୍ଡ ଦୁର୍ନୀତି ରେ ଛନ୍ଦିହେଇ ଗିରଫ ହେଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ମାନସିକ ବିଷାଦରେ

ବହୁ ଚର୍ଚିତ ସିସୋର ଚିଟଫଣ୍ଡ ଦୁର୍ନୀତି ରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଛନ୍ଦିହେଇପଡ଼ିଥିଲେ ଏବଂ ଏଇଥିପାଇଁ ସିବିଆଇ ଦ୍ୱାରା ସେପ୍ଟେମ୍ବର ୧୯ ୨୦୧୭ ରେ ତାଙ୍କୁ ଗିରଫ କରାଯାଇଥିଲା I ଏହାର କିଛିଦିନ ପରେ ଶରୀର ଅସୁସ୍ଥତା କାରଣରୁ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା I ପାକସ୍ଥଳୀ ଏବଂ ମେରୁଦଣ୍ଡ ଜନିତ ରୋଗ ଯୋଗୁ ତାଙ୍କର ଅପେରସନ ହେଇଥିଲା ଏବଂ ସେହିଦିନଠାରୁ ସେ ହସ୍ପିଟାଲ ରେ ରହିଆସୁଛନ୍ତି I

ୟା ଭିତ ରେ ତାଙ୍କ ମାନସିକ ଅବସ୍ଥା ଠିକ ନାହିଁ I ନିଜ ଲୋକମାନଙ୍କୁ ଭଲରେ ଚିହିଁ ପାରୁନାହାନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ I ତେବେ ଖୁବ ଜଲ୍ଦି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ରେ ସୁଧାର ଆସିବ ବୋଲି ଡାକ୍ତର କହିଛନ୍ତି I

Leave a Reply

Your email address will not be published. Required fields are marked *