ମିହିର ଦାସ ଙ୍କୁ ଅଣ୍ଡା ଏବଂ କାଳି ମାଡ ର ଧମକ ଦେଲେ ପୁରୀ କଂଗ୍ରେସ ଯୁବ ନେତା : ପୁରୀରେ ପୁରାଇଦିଆଯିବନାହିଁ

ଶନିବାର ଦିନ ଓଡିଶା ଆସିଥିଲେ ପ୍ରଧାନମନ୍ତ୍ରୀ I କଟକ ବାଲିଯାତ୍ରା ପଡିଆ ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର 4 ବର୍ଷର ହିସାବ ସଫଳତାର ହିସାବ ରଖିଥିଲେ ଜନସାଧାରଣ ଙ୍କ ନିକଟରେ I ଓଡ଼ିଶାରେ ନିଜର ଚିରାଚରିତ ଢଙ୍ଗରେ ପ୍ରଥମେ ଜୟଜଗନ୍ନାଥ ରୁ ଆରମ୍ଭ କରି ନିଜର ବକ୍ତବ୍ୟ ରଖିଥିଲେ I ତାଙ୍କ ନେତୃତ୍ୱରେ ଦେଶର ଉର୍ନତି ମୂଳକ କାର୍ଯ୍ୟ ହେଇଚି ଏବଂ ଦେଶ ବଦଳିବାକୁ ଯାଉଛି I

ଏନେଇ ବରିଷ୍ଠ ଅଭିନେତା ତଥା ବିଜେଡି ଛାଡି ବିଜେପି ରେ କିଛିଦିନ ତଳେ ଯୋଗଦେଇଥିବା ମିହିର ଦାସ କୁଆଡେ ପାଦେ ଆଗେଇ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱୟଂ ଜଗତର ନାଥ ଜଗନ୍ନାଥ ଙ୍କ ସହିତ ତୁଳନା କରିଥିଲେ. ବୋଲି ସୋସିଆଲ ମିଡିଆରେ ପ୍ରଚାର ଚାଲିଛି I

ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଓଡ଼ିଶାବାସୀ I ଏହା ଅତି ନିନ୍ଦନୀୟ ଘଟଣା ବୋଲି ଯୁବ କଂଗ୍ରେସ ପୁରୀ ରୁ ଯୁବନେତା ଆଲୋକ କୁମାର ଦାସ ତୀବ୍ର ବିରୋଧ କରିଛନ୍ତି I ମିହିର ଦାସ ମୋଦିଙ୍କୁ ଜଗନ୍ନାଥ ଙ୍କ ସହିତ ତୁଳନା କରି ମହାପାପ କରିଛନ୍ତି I

ତୁରନ୍ତ ପୁରୀ ଆସି ଜଗନ୍ନାଥ ଙ୍କୁ କ୍ଷମା ମାଗନ୍ତୁ I ନଚେତ ତାଙ୍କୁ କାଳୀ ମାଡ ସହିତ ଅଣ୍ଡା ମାଡ ହେବ I ପୁରୀରେ ପୁରାଇଦିଆଯିବ ନାହିଁ I ପୂର୍ବରୁ ମଧ୍ୟ କମେଡି କିଙ୍ଗ୍ ପପୁ ଜଗନ୍ନାଥ ଙ୍କୁ ନେଇ କମେଡି କରିଥିବାରୁ ଭୁବନେଶ୍ୱର ରେ ତାଙ୍କୁ କାଳୀ ମାଡ କରାଯାଇଥିଲା I ଏବଂ ସେ ଯୁଆଡେ ଗଲେ ବିରୋଧ କରାଯାଇଥିଲା I ଫଳରେ ପୁରୀ ଆସି ଜଗନ୍ନାଥ ଙ୍କୁ ବଡ଼ଦାଣ୍ଡରେ ସାଷ୍ଟାଙ୍ଗ ପ୍ରଣିପାତ କରି କ୍ଷମା ମାଗିଥିଲେ I ମିହିର ଦାସ ଙ୍କର ଆଉ ସେପରି ଅବସ୍ଥା ହେବନି ତ ?

One Comment on “ମିହିର ଦାସ ଙ୍କୁ ଅଣ୍ଡା ଏବଂ କାଳି ମାଡ ର ଧମକ ଦେଲେ ପୁରୀ କଂଗ୍ରେସ ଯୁବ ନେତା : ପୁରୀରେ ପୁରାଇଦିଆଯିବନାହିଁ”

Leave a Reply

Your email address will not be published. Required fields are marked *