ବ୍ଲକ୍ ଗ୍ରାନ୍ଟ ହେଲା ଉଛେଦ,ଏଣିକି ମିଳିବ ପୂର୍ଣ୍ଣ ଅନୁଦାନ

ନିର୍ବାଚନ ପୂର୍ବରୁ ବ୍ଲକ୍ ଗ୍ରାନ୍ଟ ଶିକ୍ଷକ ମାନଙ୍କୁ ସରକାର କରିଦେଇଛନ୍ତି ସନ୍ତୁଷ୍ଟ। ଦୀର୍ଘ ଦିନ ଧରି ପୂର୍ଣ୍ଣ ଅନୁଦାନ ପାଇଁ ଦାବି କରି ଆସୁଥିବା ବ୍ଲକ୍ ଗ୍ରାନ୍ଟ କୁ ସରକାର ଗତ କାଲି ପୂର୍ଣ୍ଣ ଅନୁଦାନ ଘୋଷଣା କରିଦେଇଛନ୍ତି।

ଗତ କାଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକ ରେ ଏହି ନିଷ୍ପତି ନିଆ ଯାଇଛି।

ତେବେ ଏହା ସହ ସହ କାଲି ରାଜ୍ୟ କ୍ୟାବିନେଟ୍ ରେ ମୋଟ ୧୨ ଟି ପ୍ରସ୍ତାବ କୁ ଅନୁମୋଦନ ମିଳିଛି।

ପୌର ସଂସ୍ଥା ପରିଚାଳିତ ବିଦ୍ୟାଳୟ ଗୁଡିକ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ବିଗତ ବର୍ଷ ର ସେବା ସମୟ ୫୦ ପ୍ରତିଶତ ହର ରେ ବିଚାରକୁ ନିଆ ଯାଇଥିଲା।

Leave a Reply

Your email address will not be published. Required fields are marked *