ମାଁ ମଙ୍ଗଳା ମନ୍ଦିର, କାକଟପୁର ର ଆଶ୍ଚର୍ଯ୍ୟ ଜନକ ରହସ୍ୟ

କୁହାଯାଏ ସେ ଭକ୍ତର ଠାକୁରାଣୀ , ମା ବୋଲି ଡାକିଲେ ଓ କରେ , ସେଥିପାଇଁ ତ ସମସ୍ତେ ତାଙ୍କୁ ମା ମଙ୍ଗଳା ବୋଲି ଭକ୍ତି ଆଉ ଶ୍ରଦ୍ଧା କରନ୍ତି I ତେବେ ମା ମଙ୍ଗଳା ଙ୍କ ବହୁତ ଆଶ୍ଚର୍ଯ୍ୟ ମହିମା ରହିଛି I ଯାହା ହୁଏତ ଆପଣ ଜାଣିନଥିବେ I

ପୌରାଣିକ ତଥ୍ୟ : ପ୍ରାଚୀ ନଦୀ ମହାଗର୍ଭରେ ମା ମଙ୍ଗଳା ବୁଡିକି ରହିଥିଲେ I ଦିନେ ଜଣେ ନାବିକ ନଦୀରେ ଡ଼ଙ୍ଗା ବହୁଥିବା ବେଳେ ହଠାତ ଅଦିନିଆ ଝଡ଼ରେ ତା ଡଙ୍ଗାଟି ଦୋହଲି ବାକୁ ଲାଗିଲା କିନ୍ତୁ ଅକସ୍ମାତ ମଝି ନଦୀରେ ଡଙ୍ଗାଟି ସ୍ଥିର ହୋଇ ରହିଯାଇଥିଲା I ଏବଂ ନାଉରିଆ ଜଣକ ରକ୍ଷା ପାଇଯାଇଥିଲା I

ଏପରି ବିସ୍ମୟ କୁ ସହଜରେ ନାଉରିଆ ଜଣକ ଭୁଲିପାରୁନଥିଲା ଏବଂ କିପରି ସେ ରକ୍ଷା ପାଇଲା ବାରମ୍ବାର ଭାବୁଥିଲା I ମା ତା ମନ କଥା ଜାଣିପାରି ସେହିଦିନ ଅଧରାତିରେ ତାଙ୍କୁ ସ୍ୱପ୍ନରେ ଦେଖାଦେଇଥିଲେ ଏବଂ ନଦୀରୁ ବାହାର କରିବାକୁ କହିଥିଲେ I ନାଉରିଆ ଜଣକ ମା ଙ୍କ ପ୍ରତିମୁର୍ତି କୁ ନଦୀଗର୍ଭ ରୁ ବାହାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମ ରେ ରଖି ପୂଜାର୍ଚନା କରୁଥିଲା I ତେଣୁ ମା କୁ କେହି କେହି ମଙ୍ଗଳା ବୋଲି ସମ୍ବରଣ କରୁଥିଲେ I

ମା ଙ୍କ ପାଖରେ ଏକ କାଉ ସର୍ବଦା ବାସ କରୁଥାଏ ଦିନେ ହଠାତ କଳା କାଉ ଟି ପ୍ରାଚୀ ନଦୀର ଗର୍ଭ କୁ ଯାଇ ଅଟକ ରହିଥିଲା ଯେଉଁଠି ମା ଙ୍କର ପ୍ରତିମୁର୍ତି ଉଦ୍ଧାର ହେଇଥିଲା I ବହୁଦିନ ପରେ ମଧ୍ୟ କାଉ ଟି ନ ଫେରିନଥିଲା I କାଉ ଅଟକ ରହିଥିବା କାରଣରୁ ଏହି ଜାଗାକୁ କାକଟକ କୁହାଯାଉଥିଲା I

ପରେ ମଙ୍ଗଳ ପୁର ର ମଙ୍ଗଳା ମା କାକଟ ପୁର ମା ମଙ୍ଗଳା ନାମରେ ପରିଚିତ ହେଲେ I ଏହା ଏକ ଶକ୍ତିପୀଠ ଅଟେ I
ମା ମଙ୍ଗଳା ଙ୍କ ଆଶ୍ଚର୍ଯ୍ୟ :
ଚୈତ୍ର ମାସର ପ୍ରଥମ ମଙ୍ଗଳ ବାରରେ ମା ଙ୍କ ଚନ୍ଦନ ବେଶ ହେଇଥାଏ I ବୈଶାଖ ମାସର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳା ଙ୍କ ମନ୍ଦିରରେ ଝାମୁ ଯାତ୍ରା ପାଳିତ ହେଇଥାଏ I ଏହି ଝାମୁ ଯାତ୍ରାରେ ଭକ୍ତ ମାନେ ମାନସିକ ରଖି ଖାଲି ପାଦରେ ରଡ ନିଆଁ ରେ ଚାଲିଥାନ୍ତି I

କିନ୍ତୁ ମା ଙ୍କ କରୁଣାରୁ କୌଣସି ଭକ୍ତ ର କିଛି ଅସୁବିଧା ହେଇନଥାଏ I ସବୁଠାରୁ ବଡ ଆଶ୍ଚର୍ଯ୍ୟ ଘଟଣା ହେଉଛି ଯେତେବେଳେ ପୁରୀର ପ୍ରଭୁ ଜଗନ୍ନାଥ , ବଳଭଦ୍ର , ଏବଂ ମା ସୁଭଦ୍ରା ଦେବୀଙ୍କର ନବକଳେବର ହେଇଥାଏ , ପ୍ରଭୁଙ୍କ ସେବକ ମାନେ ମା ମଙ୍ଗଳା ଙ୍କ ପାଖରେ ଅଧିଆ ପଡ଼ିଥାନ୍ତି , ଏବଂ ମା ମଙ୍ଗଳା ସ୍ୱପ୍ନରେ କେଉଁଠାରେ ଦାରୁ ଅଛି ସଠିକ ଭାବରେ କହିଥାନ୍ତି ଏବଂ ଦଇତାପତି ମାନଙ୍କୁ ମାର୍ଗ ଦର୍ଶାଇ ଥାନ୍ତି I

ସ୍ବପ୍ନ ରେ ଦେଖିଥିବା ଜାଗା ଅନୁଯାଇ ସଠିକ ଜାଗାରେ ପ୍ରଭୁ ଙ୍କ ଦାରୁ ମିଳିଥାଏ I ଏବଂ ସେଥିରୁ ପ୍ରଭୁଙ୍କ ବିଗ୍ରହ ତିଆରି ହେଇଥାଏ I

ମା ଙ୍କ ମହିମା ସତରେ ବଡ ଆଶ୍ଚର୍ଯ୍ୟ I ଏହା 500 ବର୍ଷ ତଳର ମନ୍ଦିର ଅଟେ I ସ୍ଥାନୀୟ ଜମିଦାର ରାୟଚୁଡ଼ାମଣି 1548 ଖ୍ରୀଷ୍ଟାବ୍ଦ ରେ ଏହି ମନ୍ଦିର କୁ ନିର୍ମାଣ କରିଥିଲେ I କାକଟପୁର ମା ମଙ୍ଗଳା ମନ୍ଦିର ପୁରୀରୁ 54 ଏବଂ ଭୁବନେଶ୍ୱର ରୁ 70 କିଲୋମିଟର ଦୂରରେ କାକଟପୁର ର ପ୍ରାଚୀ ନଦୀକୂଳରେ ଅବସ୍ତିତ I

Leave a Reply

Your email address will not be published. Required fields are marked *