ଧିକ୍ ଏପରି ହୀନ ରାଜନୀତି କୁ : ଦୋଷ ନକରି ବି ସମସ୍ତଙ୍କ ସାମ୍ନାରେ ମିହିର ଙ୍କୁ ଦୋଷୀ ସଜାଇଦେଲେ

ରାଜନୀତି ଫାଇଦା ପାଇଁ ଏପରି ହୀନ ଚକ୍ରାନ୍ତ କରାଯାଏ ତାହା ବିଶ୍ୱାସ ବାହାରେ I ଜଣେ ନିର୍ଦୋଷ କୁ ଯେ କିପରି ବିନା ଦୋଷ ରେ ଦୋଷୀ ଏବଂ ସମସ୍ତଙ୍କ ସାମ୍ନାରେ ଘୃଣାର ପାତ୍ର ସଜାଇଦିଆଯାଏ ତାହା ପଦାକୁ ଆସିଛି I ଶନିବାର ଦିନ ଓଡିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଙ୍କୁ ଦର୍ଶନ କରିବାକୁ ଭାବବିହ୍ୱଳ ହେଇ ବିଜେପି ନେତା ତଥା ବରିଷ୍ଠ କଳାକାର ମିହିର ଦାସ କହୁ କହୁ କହିଦେଇଥିଲେ ସେ ଜଗନ୍ନାଥ ଙ୍କୁ ଛୁଇଁଛନ୍ତି ଏବଂ ଜଗନ୍ନାଥ ଙ୍କ କରୁଣା ହେଲେ ମୋଦିଙ୍କୁ ଛୁଇଁପାରିବେ I କିନ୍ତୁ ଏହାକୁ କିଛି ବ୍ୟକ୍ତି ରାଜନୈତିକ ରଙ୍ଗ ଦେବାକୁ ଲାଗିଲେ I ଏବଂ କଥାକୁ ଅନର୍ଥ କରି ପ୍ରଚାର କରିବାକୁ ଲାଗିଲେ ଯେ ମିହିର ଦାସ ଜଗନ୍ନାଥ ଙ୍କୁ ମୋଦିଙ୍କ ସହିତ ତୁଳନା କରିଛନ୍ତି ଏବଂ ବହୁତ ବଡ ପାପ କରିଛନ୍ତି I

ସେହି 27 ତାରିଖରେ ୟାକୁ ନେଇ ସୋସିଆଲ ମିଡିଆରେ ବିରୋଧୀ ତଥା ରାଜନୈତିକ ଦଳ ମାନେ ଏମିତି କିଛି ପୋଷ୍ଟ କରିଥିଲେ ସତେଯେପରି ମିହିର ଦାସ ସତକୁ ସତ ଏତେବଡ ପାପ କରିଦେଇଛନ୍ତି I

ଏ କ୍ଷେତ୍ରରେ ପାଦେ ଆଗେଇଯାଇଥିଲେ ପୁରୀ କଂଗ୍ରେସ ଯୁବ ନେତା ଆଲୋକ କୁମାର ଦାସ I ତୁରନ୍ତ ପୁରୀ ଆସି ଜଗନ୍ନାଥ ଙ୍କୁ କ୍ଷମା ନମାଗିଲେ ମିହିର ଙ୍କୁ କାଳୀ ମାଡ ସହିତ ଅଣ୍ଡା ମାଡ ହେବ I ଖାଲି ଏତିକି ନୁହେଁ ପୁରୀରେ ପୁରାଇଦିଆଯିବ ନାହିଁ ବୋଲି ଧମକ ବି ଦେଲେ ସୋସିଆଲ ମିଡିଆରେ ଏକ ଗ୍ରୁପ ରେ I

ଏନେଇ ମିହିର ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ସେ ଏତେବଡ ଅକ୍ଷମଣୀୟ ଦୁଃଶାହସ କରିପାରିବେ ନାହିଁ I ଚାରିକୋଟି ଓଡ଼ିଆଙ୍କ ପ୍ରିୟ ଠାକୁର ଜଗନ୍ନାଥ ତାଙ୍କର ବି ପୂଜନୀୟ I ତାଙ୍କ ବକ୍ତବ୍ୟ କୁ ଅତି ରଂଜିତ କରି ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି କେବଳ ହୀନ ରାଜନୀତି ପାଇଁ Iଭଗବାନ ସେମାନଙ୍କୁ କ୍ଷମା କରିଦିଅନ୍ତୁ I ଯଦି ସେଦିନର ଭିଡିଓ ଦେଖାଯାଏ ଏହା ସ୍ପଷ୍ଟ ଜଣାପଡୁଛି ସେ ସେପରି କିଛି କହିନାହାନ୍ତି I

କେବଳ ଜଗନ୍ନାଥ ଙ୍କ କରୁଣା ମିଳିଲେ ମୋଦିଙ୍କୁ ଛୁଇଁ ପାରିବେ I ତଥାପି ସେ କିଛି ଭୁଲ ନକରି ଯଦି କାହା ମନରେ ଆଘାତ ଲାଗିଛି ତେବେ ସେ କ୍ଷମା ପ୍ରାଥନା କରୁଛନ୍ତି ଏବଂ ଏଇଥିପାଇଁ ଯଦି ହୁଏ ସେ ଗୁରୁଣ୍ଡି କି ମଧ୍ୟ କ୍ଷମା ମାଗିବାକୁ ପ୍ରସ୍ତୁତ I ଅଣ୍ଡା ଏବଂ କାଳୀ ମାଡ ସହିବାକୁ ପ୍ରସ୍ତୁତ I କିନ୍ତୁ ଏହା କୌଣସି ରାଜନୈତିକ ଅଭିସନ୍ଧି ରଖାଯାଇ କରାନଯାଉ I

Leave a Reply

Your email address will not be published. Required fields are marked *