ବାଜି ଜିତିଗଲେ ବୈଜୟନ୍ତ : ବିଜେଡି , ନବୀନ ଏବଂ ପାଣ୍ଡିଆନ ଙ୍କୁ ଝଟକା

ଏବେ କିଛିଦିନ ଧରି ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ, ବଡ ବଡ ଖବରକାଗଜ ଓ ଓ୍ବେବସାଇଟରେ ରେ ଓଡିଶା ର ଚର୍ଚା I ବିଶେଷ କରି ବିଜେଡି ର I ବୈଜୟନ୍ତ ପଣ୍ଡା 28 ତାରିଖ ରେ ବିଜେଡି ଦଳରୁ ଇସ୍ତଫା ଦେବାପରେ ଜାତୀୟ ଗଣମାଧ୍ୟମ ରେ ଏହାକୁ ନେଇ ଜୋରଦାର ଚର୍ଚା ଚାଲିଛି I ଦୀର୍ଘ ଅଠର ବର୍ଷ ଧରି ଓଡିଶା ସାଶନ ତଥା ଆଉଟ ଲୁକ ଦ୍ୱାରା ଶ୍ରେଷ୍ଠ ପ୍ରଶାସକ ର ମୁକୁଟ ପିନ୍ଧିଥିବା ନବୀନ ବାବୁଙ୍କ ଜାତୀୟ ସ୍ତରରେ ଢେର ଖ୍ୟାତି ଅଛି I କିନ୍ତୁ ବୈଜୟନ୍ତ ଦଳ ଛାଡିବା ପରେ ସବୁ ଗଣମାଧ୍ୟମ ରେ ବିଜେଡି ଏବଂ ନବୀନ ବାବୁଙ୍କ ନକାରାତ୍ମକ ପ୍ରଚାର କରାଯାଇଛି I ସ୍ୱର୍ଚ୍ଛ ସାଶନ ର ଡିଣ୍ଡିମ ପିଟୁଥିବା ନବୀନବାବୁଙ୍କ ଭାବମୂର୍ତ୍ତିରେ ଜାତୀୟ ସ୍ତରରେ ଫିକା ପଡିଯାଇଛି I

ବିଶେଷ କରି ବୈଜୟନ୍ତ ଙ୍କୁ ନେଇ ଅଧିକ ଗୁରୁତ୍ୱ ଦିଆଯାଇଛି I ଏହାକୁ ବୋଧହୁଏ କୁହାଯାଏ ରାଜନୀତି I ଯେଉଁ ବାଣରେ ପାଣ୍ଡିଆନ ବୈଜୟନ୍ତ କୁ ଘାଇଲା କରିବାକୁ ଚାଁହୁଥିଲେ ସେହି ସମାନ ଅସ୍ତ୍ର ରେ ବୈଜୟନ୍ତ ବିଜେଡି , ପାଣ୍ଡିଆନ ଏବଂ ନବୀନ ବାବୁ ଙ୍କୁ ଉଚିତ ଜବାବ ଦେଇଛନ୍ତି I
ଗତ ଜାନୁଆରୀ 24 ରେ ବିଜେଡି ରୁ ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିଲା I

ହୁଏତ ଆଉ କିଛି ଦିନପରେ ତାଙ୍କୁ ଦଳରୁ ବହିସ୍କୃତ କରାଯାଇଥାନ୍ତା I କିନ୍ତୁ ତାଙ୍କ ବାପା ଙ୍କ ଦେହାନ୍ତରେ ମାନବିକତା ଦୃଷ୍ଟିରୁ ବିରୋଧୀ ବିଜେପି , କଂଗ୍ରେସ ଯୋଗଦେଇଥିଲେ କିନ୍ତୁ ବିଜେଡି ରୁ କେହି ଯୋଗ ଦେଇନଥିଲେ I I ଅବଶ୍ୟ ଏହା ତାଙ୍କୁ ବହୁତ କଷ୍ଟ ଦେବାଟା ସ୍ୱାଭାବିକ , ଯେହେତୁ ସେ ନବୀନ ବାବୁଙ୍କ ଅତି ଅନ୍ତରଙ୍ଗ ଥିଲେ I

ରାଜନୀତିର ଲଢେଇ ରେ ମାହିର ଥିବା ବୈଜୟନ୍ତ ସଠିକ ଗୋଟି ଖେଳିଥିଲେ ଏହି ସମୟରେ I ଅତ୍ୟନ୍ତ କ୍ଷୋଭ ର ସହିତ ବୈଜୟନ୍ତ ଦଳରୁ ଇସ୍ତଫା ଦେଇଥିଲେ I ଯାହାଦ୍ୱାରା ବିଜେଡି ଉପରେ ସମସ୍ତଙ୍କ ମନରେ ଏକ ନକାରାତ୍ମକ ଛବି ଆଙ୍କିହେଇଗଲା I ଯେଉଁଥିରେ କି ତାଙ୍କର ଗୁରୁତ୍ୱ ଯଥେଷ୍ଟ ବଢିଯାଇଛି ଏବଂ ନବୀନ ଙ୍କ ନେତୃତ୍ୱ ତଥା ବିଜେଡି ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଜାତୀୟ ଗଣମାଧ୍ୟମ I କେହି କେହି କହୁଛନ୍ତି ପାଣ୍ଡିଆନ ଙ୍କ ନୋ ବଲ ରେ ବୈଜୟନ୍ତ ଛକା ମାରି ଅଣ ଓଡ଼ିଆ ଅଫିସର ଙ୍କୁ ରାଜନୀତି ର ପାଠ ଶିଖାଇଲେ I

Leave a Reply

Your email address will not be published. Required fields are marked *