ଅସହ୍ୟ ହେଲାଣି ଅରୁଣ ଙ୍କ ଅତ୍ୟାଚାର : ଛାତ୍ର ନେତାଙ୍କୁ ଗାଳିଗୁଲଜ ସହିତ 70 ଥର ଉଠ ବସ୍

ନୟାଗଡ ବିଧାୟକ ତଥା ମୟୁରଭଞ୍ଜ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁ ଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରନେତା ତୁଷାର କୁମାର ନାୟକ I ଅରୁଣ ତାଙ୍କୁ ଆଜି ଗାଳିଗୁଲଜ କରିବା ସହିତ ବସ୍ ଉଠ କରାଇଥିଲେ ବୋଲି ଅତି କ୍ଷୋଭ ର ସହିତ ଦଳ ଛାଡିବାକୁ ଭାବୁଛନ୍ତି ବୋଲି ନିଜ ଫେସବୁକ ଆକାଉଂଟ ରେ ଉଲେଖ କରିଛନ୍ତି I ତୁଷାର କୁମାର ନାୟକ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଅଛନ୍ତି I ଆଜି ବିଶ୍ବବିଦ୍ୟାଳୟର ସମସ୍ୟା ନେଇ ଅରୁଣ ଙ୍କୁ ସେ ଦେଖାହେଇଥିଲେ କିନ୍ତୁ ଅରୁଣ ସାହୁ ତାଙ୍କୁ ଗାଳି ଗୁଲଜ ସହିତ ତମେ ମୟୁରଭଞଜିଆ କିଛି କରିପାରୁନା ବୋଲି ଗାଳି କରିଥିଲେ, ଶୁଣାଯାଉଛି ତୁଷାର ଙ୍କୁ ମଧ୍ୟ କୁଆଡେ ଉଠବସ କରାଇଥିଲେ I

ତୁଷାର ଙ୍କ ସୂଚନା ଅନୁଯାଇ ଆଜି ସକାଳେ ବିଜୁ ଜନତା ଦଳର ଯୁବ ସଭାପତି ତଥା ବାରିପଦା ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ର ସମସ୍ତ ସ୍ୱୟଂ ବିତ୍ତୀୟ ବିଭାଗ ଗୁଡିକୁ ନିୟମିତ କରିବା ପାଇଁ ଏକ ଜରୁରୀ ବୈଠକ ବାରିପଦା ସ୍ଥିତ ପ୍ରଦକ୍ଷିଣ ଗୃହ କୁ ଡ଼କାଇଥିଲେ। ଏବଂ ସେଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାର୍ଣ୍ଡି, ବିଜୁ ଜନତା ଦଳ ର କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମହାନ୍ତି ଓ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡା. ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ I

ତୁଷାର ଯେତେବେଳେ ବିଶ୍ୱବିଦ୍ୟାଳୟ ର ଅସୁବିଧା ସମ୍ପର୍କ ରେ ମୟୁରଭଞ୍ଜ ଜିଲ୍ଲା ର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ଆଇନ ମନ୍ତ୍ରୀ, ନୟାଗଡ ର ବିଧାୟକ ଡା. ଅରୁଣ କୁମାର ସାହୁ ଙ୍କୁ କହିଥିଲେ ସେ ସମସ୍ୟା ବିଷୟରେ ନଶୁଣି ତୁଷାର ଙ୍କୁ ଭର୍ତ୍ସନା କରିବା ସହ ଖରାପ ବ୍ୟବହାର କରିଥିଲେ ଫଳରେ ଅରୁଣ ଙ୍କ ବ୍ୟବହାର ରେ ଅତିଷ୍ଠ ହେଇ ତୁଷାର ଦଳ ଛାଡିବାକୁ ନିଷ୍ପତି ନେଉଛନ୍ତି ।

Leave a Reply

Your email address will not be published. Required fields are marked *