ମହିଳାଙ୍କ ମାସିକ ଋତୁସ୍ରାବ କୁ ନେଇ ଏମିତି ତର୍କ କଲେ ସାରା ଦେଶ ସ୍ତବ୍ଧ ହେଇଗଲା:ମିଳିଲା 5 ଲକ୍ଷ ପୁରସ୍କାର

ମହିଳା ମାନଙ୍କୁ ସଚେତନ କରିବାକୁ ଦିଲ୍ଲୀରେ ମାସିକ ଋତୁସ୍ରାବ କୁ ନେଇ ଜାତୀୟ ସ୍ତରରେ “”Nine Movement’s Menstrual Awareness Conclave “” ନାମକ ଏକ ପ୍ରୋଗ୍ରାମ ରେ ତର୍କ ଆୟୋଜିତ ହେଇଥିଲା I ଦେଶର ଵିଭର୍ଣ୍ଣ ଅଂଚଳରୁ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ I କିନ୍ତୁ ନିଜର ତେଜସ୍ୱି ତର୍କରେ ଆମ ଓଡ଼ିଆ ଝିଅ ଏପରି କିଛି କହିଥିଲେ ଯେ ସେଠାରେ ଉପସ୍ଥିତ ଥିବା ଅକ୍ଷୟକୁମାର ଏବଂ ସବନା ଆଜମୀ ସ୍ତବ୍ଧ ହେଇଯାଇଥିଲେ I ପରେ ଏହା ସୋସିଆଲ ମିଡିଆରେ ଏବଂ ଜାତୀୟ ସ୍ତର ର ସବୁ ବଡ ବଡ ଗଣମାଧ୍ୟମ ରେ ଶିରୋନାମା ହେଇ ପ୍ରକାଶିତ ହେଲା I ପ୍ରସଂଶା ରେ ପୋତି ପକାଇଥିଲେ ଅକ୍ଷୟକୁମାର ଝିଅଟିକୁ I

ଝିଅଟିର ନାମ ହେଉଛି ଗୀତାଞ୍ଜଳି ମାରାଣ୍ଡି I ବୟସ 15 I ଘର ଢେଙ୍କାନାଳ ଜିଲ୍ଲା ଗଁଦିଆ ରେ I କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ରେ ଅଧୟନରତ I ଆଦିବାସୀ ସମ୍ପ୍ରଦାୟର I

କଣ କହିଥିଲେ ଆମ ଓଡ଼ିଆ ଝିଅ :

କେବେ କ୍ୟାମେରା କୁ ସାମ୍ନା କରିନଥିବା ଗୀତାଞ୍ଜଳିଙ୍କ ସାମ୍ନାରେ ଥିଲା ସବୁଠାରୁ ବଡ ମଂଚ I ପାଖରେ ଭାରତର ଜଣାଶୁଣା ଲୋକପ୍ରିୟ ଅକ୍ଷୟକୁମାର ଏବଂ ସବନା ଆଜମୀ I ଯେ କେହି ବି ହେଲେ ନର୍ଭସ ହେଇଯିବେ I ତଥାପି ନିଜର ସାହସ ହରାଇନଥିଲେ ଗୀତାଞ୍ଜଳି I ଆରମ୍ଭ କରିଥିଲେ ମହିଳା ମାନଙ୍କ ମାସିକ ଋତୁସ୍ରାବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା I

ମଣିଷ ଜୀବନ ଚକ୍ରର ଏହା ଏକ ସାଧାରଣ ପ୍ରକ୍ରିୟା , ତେବେ କାହିଁକି ଏହା ପାଇଁ ମହିଳା ମାନେ ଲଜ୍ୟା କରିବେ ? ସାଧାରଣତ ଗାଁ ରେ ଝିଅ ମାନଙ୍କୁ ଋତୁସ୍ରାବ ସମୟରେ ବାହାରକୁ ବାହାରିବା କୁ ଦିଆଯାଇନଥାଏ I ଅନ୍ୟ ମାନଙ୍କ ସହିତ ମିଶିବା , ଘର ର ଅନ୍ୟ କାମରେ ଅଂଶଗ୍ରହଣ କରିବା ରେ ତାକୁ ଦୂରେଇରଖିଥାନ୍ତି I ଯାହାଫଳରେ ଝିଅଟି ପିଲାଦିନରୁ ଏହା ଏକ ଲଜ୍ୟା ଜନକ ଘଟଣା ଏବଂ ପାପ କଥା ଭାବି ସେ ସଂକ୍ରାନ୍ତୀୟ ସମସ୍ୟା କୁ ଅନ୍ୟ ଆଗରେ କହିବାକୁ କୁଣ୍ଠାବୋଧ କରିଥାନ୍ତି I

ଏବଂ ଅନେକ ଶାରୀରିକ ସମସ୍ୟା ଭୋଗିଥାନ୍ତି , ଏପରିକି ସାମାଜିକ ରୀତିନୀତି ରେ ସ୍କୁଲ ମଧ୍ୟ ଯାଇପାରିନଥାଏ ଝିଅଟି I ତେବେ କିପରି ସେ ସମାଜ ର ଅଗ୍ରଗତିରେ ଭାଗିଦାରୀ ହେଇପାରିବ ? ପ୍ରଥମେ ଏ କୁସଂସ୍କାର କୁ ଦୂର କରେଇବାକୁ ହେବ I ଛୋଟ ଝିଅଟି ଠାରୁ ଏପରି କଥା ଶୁଣି ସମସ୍ତେ କରତାଳିରେ ସ୍ୱାଗତ କରିଥିଲେ I

ତର୍କରେ ଗୀତାଞ୍ଜଳି ପ୍ରଥମ ହେଇ 5 ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି I ଢେଙ୍କାନାଳ ରେ ପହଂଚିବା ପରେ ଜିଲ୍ଲାପାଳ ଙ୍କ ସମେତ ସାରା ଜିଲ୍ଲାବାସୀ ଗୀତାଞ୍ଜଳି ଙ୍କୁ ଫୁଲତୋଡ଼ାରେ ପାଛୋଟି ନେଇଛନ୍ତି I

Leave a Reply

Your email address will not be published. Required fields are marked *