3 ବର୍ଷ ର ବାଳକ ଏମିତି କିଛି କରିଦେଲେ ସାରା ସୋସିଆଲ ମିଡିଆରେ ଚର୍ଚ୍ଚା :

ବୟସ 3 ବର୍ଷ I ଯେଉଁ ବୟସରେ ଖେଳିବୁଲିବା କଥା ସେହି ବୟସରେ ସେ ଏମିତି କିଛି କରିଛନ୍ତି ଯେ ସାରା ସୋସିଆଲ ମିଡିଆରେ ତାଙ୍କ ଚର୍ଚା I ବାଳକ ଟିର ନାମ ବିଶ୍ବଜିତ୍ ଆରୁଖ I ଘର କଟକ ଜିଲ୍ଲା ନରସିଂହପୁର ବ୍ଲକ ରଣସିଙ୍ଘପୁର ଗାଁ ରେ I ବିଜୟ ଆରୁଖ ଙ୍କ ପୁଅ I ‌ସରସ୍ବତୀ ଶିଶୁ ମନ୍ଦିର ରେ ପାଠ ପଢୁଛନ୍ତି I ବୟସ ସିନା 3 କିନ୍ତୁ ଜ୍ଞାନ ଆଗରେ ଆପଣ ବି ହାର ମାନିଯିବେ I ଆପଣଙ୍କ ମୁଁହରୁ ପ୍ରଶ୍ନ ସରୁ ସରୁ ଉତ୍ତର ଦେଉଛନ୍ତି ଏଇ ବିସ୍ମୟ ବାଳକ I ଗାଁ ଠାରୁ ଆରମ୍ଭ କରି ଦେଶର ଅନେକ ପ୍ରଶ୍ନ ର ଉତ୍ତର ତାଙ୍କ ମୁଁହରେ I

ଏନେଇ ତାଙ୍କ ବାପା କୁହନ୍ତି ଯେତେବେଳେ ବିଶ୍ୱଜିତ କୁ 2 ବର୍ଷ ହେଇଥିଲା ଟିଭି ଦେଖି କେଉଁ ଦେଶର ପ୍ରଧାନମନ୍ତ୍ରୀ କିଏ , ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ସମସ୍ତଙ୍କୁ ସେ ଚିହିଁ ପାରୁଥିଲେ I ପୁଅର ଏପରି ନିଶା ଦେଖି ତାଙ୍କୁ ସ୍କୁଲ ରେ ନା ଲେଖାଇଛନ୍ତି I ସମସ୍ତ ଗାଁ ଲୋକଙ୍କର ସେ ପ୍ରିୟ I କିନ୍ତୁ ଗରିବୀ ସାଜିଛି ବାଧକ I ଏନେଇ ଗାଁ ବାସି କୁହନ୍ତି ଯଦି ସରକାରୀ ସହଯୋଗ ଯୋଗାଇଦିଅନ୍ତା ତେବେ ଏ ବାଳକ ନିଚୟ ଓଡ଼ିଶାର ନାଁ ରଖନ୍ତା I

Leave a Reply

Your email address will not be published. Required fields are marked *