ଜଗନ୍ନାଥ ମନ୍ଦିର ଭିତରେ ସୁରକ୍ଷାକର୍ମୀ ( ଜେଟିପି ପୋଲିସ ) ଙ୍କୁ ନିର୍ଘାତ ପିଟିଲେ ସେବାୟତ I

ବାରମ୍ବାର ଭକ୍ତ ଙ୍କୁ ମାଡ ମାରିବା ଘଟଣାରେ ବିବାଦ ଘେରକୁ ଆସିଛି ଶ୍ରୀ ମନ୍ଦିର ର ସେବାୟତ ଙ୍କ ନାମ I
ଗତ କିଛିଦିନ ତଳେ ଜଣେ ଭକ୍ତ ଙ୍କୁ ମାରିକି ମୁଁହ ଫଟେଇଦେଇଥିଲେ ଯାହାକି ଓଡ଼ିଶାରେ ଚର୍ଚ୍ଚା
ହେଇଥିଲା I ତିନିଦିନ ତଳେ ଖୋଦ ଆଇନ ମନ୍ତ୍ରୀ ପ୍ରତାପ ଜେନା ଜଗନ୍ନାଥ ଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ମନ୍ଦିର ଭିତରେ ଦୁର୍ବ୍ୟବହାରକରିଥିଲେ ବରିଷ୍ଠ ଦଇତାପତି I ଅବଶ୍ୟ ଏନେଇ ମନ୍ତ୍ରୀ କୌଣସି ଲିଖିତ ଅଭିଯୋଗ କରିନଥିଲେ I
ଏବେ ପୁଣି ଥରେ ସାମ୍ନାକୁ କୁ ଆସିଛି ସେବାୟତ ଙ୍କ କଳା କାରନାମା I ମନ୍ଦିର ଭିତରେ ଜଗନ୍ନାଥ ଙ୍କ ସୁରକ୍ଷାକର୍ମୀ ମାନେ ସୁରକ୍ଷିତ ନୁହନ୍ତି I ଡିଉଟି ରେ ଜଣେ ଜଗନ୍ନାଥ ସୁରକ୍ଷାକର୍ମୀ ସନ୍ତୋଷ କୁମାର ଦାସ ଙ୍କୁ ଜଣେ ସେବାୟତ ବିନା କାରଣରେ ନିର୍ଘାତ ପିଟିଛନ୍ତି I ମିଳିଥିବା ସୂଚନା ଅନୁଯାଇ ଗତ ୨୭ ତାରିଖ ଜଣେ ପାଳିଆ ସୁଆର ଜଗନ୍ନାଥ ଙ୍କ ଲାଗି ହେବାପାଇଁ ନିଆଯାଉଥିବା ଜଳ ନେଉଥିଲେ ଏବଂ ଡିଉଟି ରେ ଥିବା ଶ୍ରୀ ଦାସ ସେବକଙ୍କୁ ସୁରକ୍ଷା ଦେଇ ବାଟ କଢେଇ ନେଉଥିଲେ I

ଏହିସମୟରେ ଦ୍ୱାର ସାମ୍ନାରେ ଜଣେ ବ୍ୟକ୍ତି ପୋଷାକ ପରିଧାନ ରେ ଠିଆ ହେଇଥିବାରୁ , ଜଳ ମାରା ହେବା ଭୟରେ ଶ୍ରୀ ଦାସ ତାଙ୍କୁ ରାସ୍ତାରୁ ଦୂରେଇଯିବାକୁ ଅନୁରୋଧ କରିଥିଲେ I ତେବେ ବ୍ୟକ୍ତି ଜଣଙ୍କ ଜଣେ ସେବାୟତ ଥିଲେ I ତାଙ୍କ ନାମ ପୁଅ ମହାସୁଆର ଏବଂ ସେ ହରଚଣ୍ଡି ସାହିର ନିବାସୀ ଅଟନ୍ତି I ଏତିକି କଥାରେ ସେବାୟତ ଜଣକ ରାଗିଯାଇଥିଲେ ଏବଂ ସୁରକ୍ଷାକର୍ମୀ ଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ସାର୍ଟ କଲର ଭିଡି ସମସ୍ତଙ୍କ ସାମ୍ନାରେ ନିର୍ଘାତ ପିଟିଥିଲେ I ଏବଂ କହିଥିଲେ ମୁଁ ରାସ୍ତାରୁ ଉଠିବି ? ତୁ କଣ ମତେ ଚିନ୍ହିନୁ ମୁଁ କିଏ ? ଏତେ ସାହସ ତୋର ମତେ ରାସ୍ତାରୁ ଉଠିବାକୁ କହୁଚୁ I

ମନ୍ଦିର ଆମର ଦ୍ୱାର ବି ଆମର I ମାଡ ଖାଇସାରିବା ପରେ ଏନେଇ ସିଂହଦ୍ୱାର ଥାନାରେ ଶ୍ରୀ ଦାସ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ସେବାୟତ ଙ୍କ ଭୟରେ ଅଭିଯୁକ୍ତ ଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରିପାରିନାହିଁ I ଶୁଣାଯାଉଛି ଘଟଣା ଟିକୁ ଚପାଇଦେବାକୁ ଉଦ୍ୟମ ଚାଲିଛି I ଅନ୍ୟପକ୍ଷରେ ଶ୍ରୀ ଦାସ ଙ୍କୁ ମାଡ ମାରି ତାଙ୍କ ନାମରେ ପାଲଟା ଏତଲା ଦେଇଛନ୍ତି ସେବାୟତ I

Leave a Reply

Your email address will not be published. Required fields are marked *