ସତ୍ୟର ହେବ ଜୟ କହି ଗଣମାଧ୍ୟମ ଆଗରେ କାନ୍ଦିଲେ ପ୍ରଭାତ

ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥିବା ବେଳେ ଗଣମାଧ୍ୟମ ଙ୍କ କବଳରେ ପଡିଯାଇଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ I ଆଗର ସେ ଚେହେରା ଆଉ ନାହିଁ I ଶରୀର କୁ ଦେଖିଲେ ବି ଜଣାପଡୁଛି ଶରୀର ର ଅସୁସ୍ଥତା I ଗଣମାଧ୍ୟମ ପ୍ରଶ୍ନରେ ତାଙ୍କ ଶରୀର ନିସ୍ତେଜ ଲାଗୁଛି ବୋଲି କହିବା ପରେ ଛୋଟ ପିଲାଙ୍କ ପରି ଭୋ ଭୋ ହେଇ କାନ୍ଦିଥିଲେ ପ୍ରଭାତ I

ସୂଚନା ଥାଉ କି ବହୁ ଚର୍ଚିତ ସିସୋର ଚିଟଫଣ୍ଡ ଦୁର୍ନୀତି ରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଜଡିତ ଥିବାରୁ ସିବିଆଇ ତାଙ୍କୁ ଗିରଫ କରିଥିଲା I ଘଟଣା ଥିଲା ସେପ୍ଟେମ୍ବର ୧୯- ୨୦୧୭ ଏବଂ ସେବେଠାରୁ ପ୍ରଭାତ ଶରୀର ଅସୁସ୍ଥତା କାରଣରୁ କଟକ ବଡ ଡାକ୍ତରଖାନାରେ ଚିକିସ୍ତିତ ହେଉଛନ୍ତି I ପାକସ୍ଥଳୀ ଏବଂ ମେରୁଦଣ୍ଡ ଜନିତ ରୋଗ ଯୋଗୁ ତାଙ୍କର ଅପେରସନ ହେଇଥିଲା ଏବଂ ସେହିଦିନଠାରୁ ସେ ହସ୍ପିଟାଲ ରେ ରହିଆସୁଛନ୍ତି I

Leave a Reply

Your email address will not be published. Required fields are marked *