ଚନ୍ଦ୍ରଭାଗା ହେବ ଓଡ଼ିଶା ର ପ୍ରଥମ ବ୍ଲୁ ଫ୍ଲାଗ୍ ବିଚ୍: ଜାଣନ୍ତୁ କଣ ବ୍ଲୁ ଫ୍ଲାଗ୍ ବିଚ୍

ନୂଆ ରୂପ ନେବାକୁ ଯାଉଛି ଆମର ଅତି ପରିଚିତ ଚନ୍ଦ୍ରଭାଗା।ଭାରତ ସରକାର ଙ୍କ ପରିବେଶ ଓ ଜଙ୍ଗଲ ମନ୍ତରାଳୟର ତରଫ ରୁ ଚନ୍ଦ୍ରଭାଗା କୁ ବ୍ଲୁ ଫ୍ଲାଗ ବିଚ୍ କରିବା ପାଇଁ ନିଷ୍ପତି ନିଆ ଯାଇଛି।

୧ କିମି ର ଏହି ବିଚ୍ କୁ ଆନ୍ତର୍ଜାତୀୟ କରିବା ପାଇଁ ମୁଖ୍ୟତଃ ୪ ଟି ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ।

ପାରି ପାଶ୍ୱିକ ପରିବେଶ ର ସ୍ବଚ୍ଛତା ସହ କଠିନ ବର୍ଯ୍ୟ ବାସ୍ତୁ ପରିଚାଳନା,ବାୟୋ ଟଏଲେଟ୍ ଆଦି କରାଯିବ। ଏହା ସହ ପୋଷାକ ବଦଳାଇବା ରୁମ୍, ଉଇଣ୍ଡ ମିଲ୍ ମଧ୍ୟ କରାଯିବ।

ଏହା ସହ ସହ ବିଚ୍ ରେ ନଡିଆ ଗଛ ଓ ତାଲା ଗଛ ରୋପଣ କରାଯିବ ଏବଂ ଲାଇଫ ଗାର୍ଡ,ବିଚ୍ ସଫା ଉପକରଣ,ସ୍ମାର୍ଟ୍ ପାର୍କିଂ ବ୍ୟବସ୍ଥା ମଧ୍ୟ ହେବ।

ବ୍ଲୁ ଫ୍ଲାଗ୍ ବିଚ୍ କଣ

ବ୍ଲୁ ଫ୍ଲାଗ୍ ହେଉଛି ବେଳାଭୂମି ପାଇଁ ଏକ ମାନଦଣ୍ଡ। ବେଳାଭୂମି ର ସ୍ବଚ୍ଛତା,ପରିବେଶ ଅନୁକୂଳ, ଏବଂ ଅନ୍ୟ ଅତ୍ୟାଧୁନିକ ସୁବିଧା ଥିବା ବିଚ୍ କୁ ବ୍ଲୁ ଫ୍ଲାଗ୍ ବିଚ୍ କୁହାଯାଏ।

FEE ତରଫରୁ ୩୩ ପ୍ରକାର ର ମନ ଦଣ୍ଡ କୁ ପରୀକ୍ଷା କରିବା ପରେ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା ଦିଆଯାଏ।

ଅଧିକ ଖବର ପାଇଁ ଆମ page Odisha exclusive କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *