ଭାରତ ର 6 ଜଣ କୋଟିପତି ଭିକାରି : ସମ୍ପତି ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ I

ଜୀବନ ଚଲା ବାଟରେ ଆମେ ଅନେକ ଭିକାରି ଙ୍କୁ ଦେଖିଥାଉ I କାହାର ହାତ ନଥାଏ ତ ଆଉ କାହାର ଗୋଡ ନଥାଏ I ଏବଂ ଅନ୍ୟ କିଏ ଶାରୀରିକ ଭାବରେ ବିକଳାଙ୍ଗ ହେଇଥାନ୍ତି I ବଂଚିବା ପାଇଁ ସଂଘର୍ଷ କରିଥାନ୍ତି I ମନରେ ଆମର ସ୍ଵତ ଭାବରେ ସେମାନଙ୍କ ପ୍ରତି ଦୟା ଆସିଥାଏ ଏବଂ ଦୟାପରବଶ ହେଇ ଆମ ଅଜାଣତରେ ହାତ ଚାଲିଯାଏ ପାକେଟ ଭିତରକୁ ଏବଂ କିଛି ଖୁଚୁରା ପଇସା ଆମେ ଦେଇଥାଉ ସେମାନଙ୍କୁ I ତେବେ ଏମିତି ବି କିଛି ଭିକାରି ଅଛନ୍ତି ଯେଉଁମାନଙ୍କର ହାତ ଗୋଡ ଭଲ ଥିଲେ ମଧ୍ୟ ସେମାନେ କୌଣସି କାମ ନକରି ଭିକ୍ଷା ବୃତି କରିଥାନ୍ତି I

କିନ୍ତୁ କେବେ ଆପଣ ତାଙ୍କୁ ପଚାରିଛନ୍ତି କି ସେ କାହିଁକି ଭିକ ମାଗୁଛି କୌଣସି କାମ ନକରୀକି ? ଥରେ କୁହନ୍ତୁ ସେମାନଙ୍କୁ କାମ ଯୋଗେଇଦେବା ପାଇଁ , କାମ କରିବାକୁ ଭିକ୍ଷା ନମାଗି I ଓଲଟା ସେମାନେ ଆପଣଙ୍କୁ ଭଲକି ଶୁଣାଇଦେବେ I କାହିଁକିନା କାମ କରିକି ରୋଜଗାର କରିବା ଅପେକ୍ଷା ବିନା ପରିଶ୍ରମରେ ଭିକ ମାଗିକି ସେମାନେ ରୋଜଗାର କରିଥାନ୍ତି ଯଥେଷ୍ଟ ଅଧିକ I ଆଜି ଆପଣଙ୍କୁ ଆମେ କହିବୁ ଭାରତ ର 6 ଜଣ କୋଟିପତି ଭିକାରି ଙ୍କ ବିଷୟରେ I ଯେଉଁମାନେ ଭିକ ମାଗୁଥିଲେ ମଧ୍ୟ ସେମାନଙ୍କର ସମ୍ପତି ର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ I

1) ଭରତ ଜୈନ :-

ଏ ହେଉଛନ୍ତି ଭାରତ ର ସବୁଠାରୁ ଧନୀ ଭିକାରି I ଘର ମୁମ୍ବାଇ ,ବୟସ 49 I ମୁମ୍ବାଇର Parel region ରେ ୟାଙ୍କର 70 ଲକ୍ଷ ଟଙ୍କାର ଦୁଇଟି ଫ୍ଲାଟ ଅଛି I ଏବଂ ଏକ ଜୁସ ଶପ କୁ ନିଜର ଏକ ଜାଗାକୁ ଭଡା ରେ ଦେଇଛନ୍ତି ଯେଉଁଥିରୁ କି ମାସିକ 10000 ମିଳିଥାଏ I ଏତଦ ବ୍ୟତୀତ ଭରତ ପ୍ରତି ମାସରେ ଭିକ ମାଗି 70000 ଆୟ କରିଥାନ୍ତି I
2) କ୍ରିଷ୍ଣା କୁମାର ଗିତେ :

ୟେ ହେଉଛନ୍ତି ଭାରତ ର ଦ୍ୱିତୀୟ ଧନୀ ଭିକାରି I ଘର ମୁମ୍ବାଇ I ମୁମ୍ବାଇ ର Nallasopara ରେ ୟାଙ୍କର 5 ଲକ୍ଷ ଟଙ୍କାର ଏକ ଫ୍ଲାଟ ରହିଛି I ମାସିକ 60 ହଜାର ଟଙ୍କା ପର୍ଯ୍ୟନ୍ତ ୟେ ଭିକ ମାଗି ଆଦାୟ କରିଥାନ୍ତି I

3) ସଂଭାଜୀ କାଲେ :-

ଘର ମୁମ୍ବାଇ I ମହାରାଷ୍ଟ୍ର ର ସୋଲାପୁର ରେ ସଂଭାଜୀ ଙ୍କର ଏକ ଫ୍ଲାଟ ରହିଛି ଏବଂ ଏକ ବଡ ଜାଗା ମଧ୍ୟ ରହିଛି I ୟେ ମାସିକ ପାଖାପାଖି 45000 ଆୟ କରିଥାନ୍ତି ଭିକ ମାଗିକି I
4) ମଲନା ଖାନ :

ଘର ମୁମ୍ବାଇ , ବୟସ 60 I ନିଜର ଅନ୍ଧେରୀ ରେ ଏକ ଫ୍ଲାଟ ଅଛି ଯାହାର ମୂଲ୍ୟ 30 ଲକ୍ଷ ଟଙ୍କା I ସବୁଠୁ ମଜା କଥା ହେଉଛି ମଲନା ସବୁଦିନ ଏକ ଅଟୋ ଭଡା କରି ଆସିଥାନ୍ତି ଏବଂ ଡ୍ୟୁଟି ସମୟ ପରି ପ୍ରତିଦିନ 6/8 ଘଣ୍ଟା ଭିକ ମାଗି ପୁଣି ନିଜର ଡ୍ରେସ ବଦଳାଇ ଘରକୁ ଚାଲିଯାଇଥାନ୍ତି I ୟେ ମାସିକ ପାଖାପାଖି 30000 ଆୟ କରିଥାନ୍ତି ଭିକ ମାଗିକି I
5) ଲକ୍ଷ୍ମୀ ଦାସ :

ଘର କୋଲକାତା I ଯେତେବେଳେ ଲକ୍ଷ୍ମୀ ଙ୍କୁ 16 ବର୍ଷ ହେଇଥିଲା ସେବେଠୁ ସେ ଭିକ ମାଗିବା ଆରମ୍ଭ କରିଦେଇଥିଲେ I ମାସିକ ପାଖାପାଖି 25000 ଆୟ କରିଥାନ୍ତି ଭିକ ମାଗିକି I

6) ସାର୍ବତୀ ଦେବୀ :-

ଘର ବିହାର ର ପାଟନା ରେ I ଅଶୋକ ସିନେମା ନିକଟରେ ସାର୍ବତୀ ଙ୍କର ଏକ ନିଜ ଘର ଅଛି ଯାହାର ମୂଲ୍ୟ ପାଖାପାଖି 10 ଲକ୍ଷ ହେବ I ମାସିକ 12000 ଆୟ କରିଥାନ୍ତି ଭିକ ମାଗିକି I ବାର୍ଷିକ କେବଳ ନିଜର ବୀମା ପାଇଁ 36000 ଦେଇଥାନ୍ତି ସାର୍ବତୀ I

Leave a Reply

Your email address will not be published. Required fields are marked *