ସରକାର ଙ୍କୁ ଝଟକା ଦେଲେ ଓଡ଼ିଆ ସ୍ୱାଭିମାନୀ ଅଫିସର ଦେବ ପ୍ରସାଦ

ସ୍ୱାଭିମାନୀ ତଥା ବରିଷ୍ଠ ଓଡିଆ ଅଫିସର ଦେବପ୍ରସାଦ ଦାସ ଙ୍କୁ ବିନା କାରଣରେ ନିଳମ୍ବନ କରିବା ମହଙ୍ଗା ପଡିଛି ସରକାର ଙ୍କୁ I କାହିଁକି ଏପରି ନିଲମ୍ବନ କରାଗଲା ଏବଂ କେଉଁ ଆଧାରରେ କରାଯାଇଛି ତାହାର ସମ୍ପୂର୍ଣ ତଥ୍ୟ ରାଜ୍ୟ ସରକାର ଙ୍କୁ ମାଗିଛନ୍ତି ସ୍ୟାଟ୍ I ଏହା ସହିତ ରାଜ୍ୟ ସରକାରଙ୍କୁ ତୁରନ୍ତ ଜବାବ ଦାଖଲ କରିବାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଆଗାମୀ 30 ଦିନ ମଧ୍ୟରେ ମାମଲାର ପରବର୍ତୀ ଶୁଣାଣି କରାଯିବ ବୋଲି ପିତାମ୍ବର ଆଚାର୍ଯ୍ୟ (ଦେବ ପ୍ରସାଦଙ୍କ ଓକିଲ ) ସୂଚନା ଦେଇଛନ୍ତି I

ଉଲ୍ଲେଖଯୋଗ୍ୟ ଯେ ଗତ 28 ତାରିଖରେ ଓଏଏସ୍ ଦେବ ପ୍ରସାଦ ଦାଶ ଙ୍କୁ ବିନା କାରଣ ରେ ରାଜ୍ୟ ସରକାର ସସପେଣ୍ଡ କରିଥିଲେ ଏବଂ ସସପେଣ୍ଡର ପ୍ରକୃତ କାରଣ ଜଣାଈନଥିଲେ I ଏନେଇ ଘଟଣାର 4 ଦିନ ପରେ ଗଣମାଧ୍ୟମ ଆଗରେ ମୁଁହ ଖୋଲିଥିଲେ ଦେବ ପ୍ରସାଦ I ଏବଂ ଖୋଲାଖୋଲି ଦର୍ଶାଇ ଥିଲେ ଯେ ଓଡ଼ିଶାରେ ଅଣ ଓଡ଼ିଆ ଅଫିସର ଙ୍କ ରାଜ ଚାଲିଛି I ଓଡ଼ିଆ ସ୍ୱାଭିମାନ ଅଫିସର ମାନେ ସୁରକ୍ଷିତ ନୁହନ୍ତି I ଯେଉଁମାନେ ସାଲିସ ନକରିବେ ସେମାନଙ୍କୁ ବିନା କାରଣରେ ବିଦା କରିଦିଆଯିବ I

ସୂଚନା ଥାଉ କି ରାଜଧାନୀରେ ଜବରଦଖଲ ଉଚ୍ଛେଦ ରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା I ଏପରିକି ବିଜେଡି ର ହେଭି ୱେଟ ନେତା ପାଟ୍ଟଶାଣୀ ଜବରଦଖଲ ମଠ କୁ ଭାଙ୍ଗିଦେଇଥିଲେ ଏବଂ ସରକାରୀ ଜମି ଜବରଦଖଲ କରିଥିବା କିଟ୍ ଏବଂ ଅଚ୍ୟୁତ ସାମନ୍ତଙ୍କୁ ନାକରେ ପାଣି ପିଆଇଥିଲେ ଏହି ବରିଷ୍ଠ ଅଫିସର I ଶାସକ ଦଳରେ ଥାଇ ମଧ୍ୟ ସାଶକ ଦଳର ନେତା ମାନଙ୍କ ଯବରଦଖଲ କୁ ଜମାରୁ ବି ଛାଡ଼ିନଥିଲେ ଏହି ସ୍ୱାଭିମାନ ଓଡ଼ିଆ ଅଫିସର I

Leave a Reply

Your email address will not be published. Required fields are marked *