ଲିଙ୍କ୍ ରୋଡ ରେ ଦୁଇ ଯୁବକ ଙ୍କୁ ଚାପି ଦେଲା ବସ୍: ୨ ମୃତ

ଗତ ରାତି ୧୦ ଟା ରେ କଟକ ଲିଙ୍କ୍ ରୋଡ ଅରୁଣୋଦୟ ମାର୍କେଟ ର ଶୀତଲ ହୋଟେଲ୍ ନିକଟରେ ଏକ ଯାତ୍ରୀ ବାହି ବସ୍ ଦୁଇ ଜଣ ବାଇକ୍ ଆରୋହୀ ଙ୍କୁ ଚାପି ଦେଇଛି।

ଦୁଇ ଜଣଙ୍କୁ କଟକ ହସ୍ପିଟାଲ୍ କୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଇକ୍ ଆରୋହୀ ଦୁଇ ଜଣ ହେଉଛନ୍ତି ବିଡାନାସୀ ଅଞ୍ଚଳ ର ନୀଳମାଧବ ବେହେରା ଓ ବୁଦ୍ଧିଆ ଗଡ଼ନାୟକ।

ସେମାନେ ରାତି ରେ କୌଣସି କାମ ପାଇଁ ବାଦାମବାଡ଼ି ଆସିଥିଲେ କିନ୍ତୁ ସିତଲ୍ ହୋଟେଲ୍ ର ସମ୍ମୁଖ ରେ ଥିବା କଟ ପଏଣ୍ଟ ରେ ଡାହାଣ କୁ ଆସୁଥିବା ସମୟରେ ବସ୍ ଟି ଆସି ତାଙ୍କୁ ଚାପି ଦେଇଥିଲା।

Leave a Reply

Your email address will not be published. Required fields are marked *