ପାଠ ପଢ଼ାଇବାକୁ ଗରିବ ନାବାଳିକା ଝିଅକୁ ଘରେ ରଖି ବଳାତ୍କାର

ଗରିବ ଝିଅଟି ପାଠ ପଢିବାକୁ ଚାଁହୁଥିଲା I ଘରେ କିନ୍ତୁ ପଢ଼ାଇବାକୁ ସମର୍ଥ ନଥିଲେ I ଏହି ସମୟରେ ଭୁବନେଶ୍ୱର ରୁ ଜଣେ ମହିଳା ପହଂଚିଥିଲେ ଗରିବ ନାବାଳିକା ଝିଅଙ୍କ ଘରେ I ଝିଅଟି କୁ ପାଠ ପଢାଇ ଭଲ ମଣିଷ କରାଇଦେବାକୁ ପ୍ରତିଶୃତି ଦେଇ ଭୁବନେଶ୍ୱର ନେଇଆସିଥିଲେ I ଗରିବ ଝିଅଟି ମନରେ ଅନେକ ସ୍ବପ୍ନ , ଅନେକ ଆକାଂକ୍ଷା , ନେଇ ପହଞ୍ଚିଥିଲା ଭୁବନେଶ୍ୱର ରେ I ଘଟଣା ଟି ଭୁବନେଶ୍ୱରର ଡମଣା ଛକ ନିକଟ ପଦ୍ମାବତୀ ବିହାର ର I ମହିଳା ଙ୍କ ସ୍ୱାମୀ ଜଣେ ପ୍ରତିଷ୍ଠିତ ଇଞ୍ଜିନିୟର I ଭୁବନେଶ୍ୱର ରେ ପହଂଚିବା ପରେ ସବୁ ସ୍ବପ୍ନ ମଉଳିଯାଇଥିଲା ଝିଅଟି ର I ମହରଗ ରୁ ଆସି କାନ୍ତାରାରେ ପଡିଥିଲା ଝିଅଟି I ମହିଳା ଜଣଙ୍କ ଛୋଟ ଝିଅଟି କୁ ଘରର ସବୁ କାମ କରାଉଥିଲେ I ଏତିକିରେ ସରିନଥିଲା ଝିଅଟିର କରୁଣ କାହାଣୀ I ମହିଳା ଜଣଙ୍କ ନଥିବା ବେଳେ ତାଙ୍କ ଇଞ୍ଜିନିୟର ସ୍ୱାମୀ ଙ୍କ ଲୋଲୁପ ଦୃଷ୍ଟି ପଡିଥିଲା ନିରୀହ 11 ବର୍ଷର କୁନି ଝିଅଟି ଉପରେ I

ଜୋରଜବରଦସ୍ତ କୁନି ଝିଅଟିକୁ ବଳାତ୍କାର କରିଥିଲେ ଇଞ୍ଜିନିୟର। ଝିଅଟି ଯେତେ ନେହୁରା ହେଲେ ବି ଛାଡ଼ିନଥିଲେ ଇଞ୍ଜିନିୟର ବାବୁ I ଏବଂ ଧମକ ଦେଇଥିଲେ କାହାକୁ କହିଲେ ଜୀବନରୁ ମାରିଦେବେ I ଯେତେ ଚେଷ୍ଟା କଲେ ବି ଘରୁ ଖସି ଆସିବାକୁ ଚେଷ୍ଟା କରି ବିଫଳ ହେଇଥିଲା ଝିଅଟି I ଲଗାତାର ତିନିମାସ ଯାଏଁ କୁନି ଝିଅଟି ଉପରେ ଇଞ୍ଜିନିୟର ବାବୁ ଙ୍କର ଅତ୍ୟାଚାର ଲାଗିରହିଥିଲା I ଆଜି ଘରେ କେହି ନଥିବା ବେଳେ କୌଶଳ କ୍ରମେ ଝିଅଟି ଖସି ଆସିଛି ଏବଂ ରାସ୍ତାରେ କାନ୍ଦୁଥିବାର ଅନ୍ୟ ଲୋକ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ I ଝିଅଟିର ବାପା ମା କୁ ଖବର ଦିଆଯାଇଛି ।ଏନେଇ ପୋଲିସ ରେ ଅଭିଯୋଗ ହେବାପରେ ଅଭିଯୁକ୍ତ ଇଞ୍ଜିନିୟର ଜଣଙ୍କ ଫେରାର ହୋଇଯାଇଛନ୍ତି I

One Comment on “ପାଠ ପଢ଼ାଇବାକୁ ଗରିବ ନାବାଳିକା ଝିଅକୁ ଘରେ ରଖି ବଳାତ୍କାର”

Leave a Reply

Your email address will not be published. Required fields are marked *