ପାହାନ୍ତିଆ 4 ଟାରେ ଗାଁ ରେ ଘର ଘର ବୁଲି ପରିମଳ ବ୍ୟବସ୍ତା ତଦାରଖ କଲେ ପୁରୀ ଜିଲ୍ଲାପାଳ !

ନବକଳେବର ରଥଯାତ୍ରା ରେ ସାରା ଓଡିଶା ସ୍ତବ୍ଧ ହେଇଯାଇଥିଲା ତାଙ୍କ କାର୍ଯ୍ୟାନୁଷ୍ଠାନ ରେ I ପ୍ରଥମ ଥର ପାଇଁ କିଛି ଉଦ୍ଧତ ସେବାୟତ ମାନଙ୍କ ବିରୋଧରେ ସ୍ୱର ଉତ୍ତାଳନ କରିଥିଲେ I ବିଶୃଙ୍ଖଳିତ ସେବାୟତ ମାନଙ୍କ ନାମରେ ମାମଲା ଦାୟର କରି ପଳାତକ ଘୋଷଣା କରିଥିଲେ I ଏବଂ ପରେ ଗିରଫ ମଧ୍ୟ କରିଥିଲେ I ବାସ ସେତିକିରେ ସେ ପୁରୀ ବାସୀଙ୍କର ହିରୋ ହେଇଯାଇଥିଲେ Iସେ ହେଉଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ I ମନ୍ଦିର ବ୍ୟବସ୍ଥାରେ ସେବେଠାରୁ ନିଁଚିନ୍ତ ଭାବରେ ପୂର୍ବ ଅପେକ୍ଷା କିଛି ପରିମାଣରେ ସୁଧାର ଆସିଛି I
ଖାଲି ସେତିକି ନୁହେଁ ,ପୁରୀ ଜିଲ୍ଲାର ଗ୍ରାମୀଣ ଅ।ବାସ ଯୋଜନାର ପୁଙ୍ଖାନୁପୁଙ୍ଖ ତର୍ଜମା କରି ଜାଣିବାକୁ ପାଇଥିଲେ ଯେ ହିତାଧିକାରୀ ମାନେ ଠିକ ଭାବରେ ସରକାରୀ ଯୋଜନା ର ଫାଇଦା ପାଉନାହାନ୍ତି I
ଏ ମାମଲାରେ ଏକ ଦିନରେ 26 ଜଣଙ୍କୁ ନିଲମ୍ବନ କରି ଥିଲେ ଜିଲ୍ଲାପାଳ I

ନିଜର ନିଆରା କାମ ପାଇଁ ସବୁବେଳେ ଚର୍ଚାରେ ଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପୁଣି ଥରେ ଏବେ ଚର୍ଚା କୁ ଆସିଛନ୍ତି I
ପିପିଲି ମଙ୍ଗଳପୁର ପଂଚାୟତର ବର୍ଜୁପାଟଣା ଅଂଚଳ ର ଅଧିକାଂଶ ଲୋକ ପାଇଖାନା ବ୍ୟବହାର ନକରି ଖୋଲାରେ ମଳତ୍ୟାଗ କରୁଥିବାରୁ ସେଇଠିକର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଥିଲା Iଏ ଖବର ଜିଲ୍ଲାପାଳ ଙ୍କ ନଜର କୁ ଆସିବାରୁ ଗତକାଲି ଭୋର 4 ଟା ସମୟରେ ପୁରୀ ଜିଲ୍ଲାପାଳ ପିପିଲି ମଙ୍ଗଳପୁର ପଂଚାୟତର ବର୍ଜୁପାଟଣା ଗ୍ରାମର ପୋଖରୀ ପାଖରେ ସାଧା ବେଶରେ ପହଂଚି ଥିଲେ I

ଚାରିଆଡ଼କୁ ନଜର କରିଥିଲେ I ଦୁର୍ଭାଗ୍ୟକୁ କିଛି ଲୋକ ପୋଖରୀ ତୁଠରେ ମଳ ତ୍ୟାଗ କରୁଥିବାର ନଜର ଆସିବାରୁ ଜିଲ୍ଲାପାଳ ଭଲକି ଦି ପଦ ଶୁଣାଇଦେବା ସହିତ ଖୋଲାରେ ମଳତ୍ୟାଗ କରିବା ଦ୍ୱାରା କିପରି ଆମର ସମସ୍ୟା ହେଇଥାଏ ବୁଝାଇଥିଲେ I

ଏବଂ ଗ୍ରାମର 5 କିଲୋମିଟର ଯାଏଁ ସମସ୍ତ ଘର ବୁଲି ତଦାରଖ କରିଥିଲେ I ଶୌଚାଳୟ ବ୍ୟବହାର କରୁଥିବା ଲୋକଙ୍କୁ ଗୋଲାପ ଫୁଲ ଦେବା ସହିତ ଯେଉଁମାନେ ପାଇଖାନା ବ୍ୟବହାର କରୁନାହାନ୍ତି ସେମାନଙ୍କ ଚିଠା ପ୍ରସ୍ତୁତ କରି ରାସନ କାର୍ଡ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ I

ଜିଲ୍ଲାପାଳ ଗାଁ କୁ ଆସିଥିବା ଖବର ବିଜୁଳି ବେଗରେ ଗାଁ ରେ ପହଁଚିଯାଇଥିଲା , କିଛି ଗଣମାଧ୍ୟମ ମଧ୍ୟ ଖବର ସଂଗ୍ରହ କରିବାକୁ ପହଁଚିଯାଇଥିଲେ I

କିଛି ସମୟ ପରେ ଜିଲ୍ଲାପାଳ ଙ୍କ ସଙ୍ଗରେ ପିପିଲି ତହସିଲଦାର ଶ୍ରୀଧର ବିଶ୍ୱାଳ, ବିଡିଓ ଶ୍ରୀଯୁକ୍ତ ଟୁଡୁ, ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ମଧ୍ୟ ଯୋଗ ଦେଇ ଲୋକଙ୍କୁ ବୁଝାଇଥିଲେ I

ସେହିପରି ପିପିଲି ର ଅନ୍ୟ ଗ୍ରାମ ଗୁଡିକରେ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଅନ୍ୟ 5 ଟି ଟିମ୍ ବୁଲି ସଚେତନତା କରିଥିଲେ I ଜିଲ୍ଲାପାଳ ଙ୍କ ଏପରି ଅଚାନକ ଗସ୍ତକୁ ସବୁ ମହଲ ରୁ ସ୍ୱାଗତ କରାଯାଇଛି I

One Comment on “ପାହାନ୍ତିଆ 4 ଟାରେ ଗାଁ ରେ ଘର ଘର ବୁଲି ପରିମଳ ବ୍ୟବସ୍ତା ତଦାରଖ କଲେ ପୁରୀ ଜିଲ୍ଲାପାଳ !”

Leave a Reply

Your email address will not be published. Required fields are marked *