ଉଦଘାଟନ ଅଭିମୁଖେ ଭୁବନେଶ୍ୱର ର ସବୁଠାରୁ ବଡ ସପିଂ ମଲ ଏସପ୍ଲାନେଡ

ଯଦି ଆପଣ ଭୁନେଶ୍ଵର ରେ ରହୁଛନ୍ତି ତାହେ ରସୁଲଗଡ଼ ରୁ ବାମିଖାଲ୍ ରାସ୍ତାରେ ଡାହାଣ ପାର୍ଶ୍ଵ ରେ ହେଉଥିବା ଏକ ବଡ଼ ମଲ୍ ର ନିର୍ମାଣ ତ ନିଶ୍ଚୟ ଦେଖିଥିବେ। କିନ୍ତୁ ହୁଏତ ଅନେକ ଏହା ବିଷୟରେ ଜାଣି ନଥିବେ।

ତେବେ ଜାଣିନଥିବା ଲୋକ ମାନେ ଜାଣି ରଖନ୍ତୁ ଯେ ଏହା ହେବାକୁ ଯାଉଚି ଆମ ରାଜଧାନୀ ର ସବୁଠୁ ବଡ଼ ଶପିଂ ମଲ। ଏଠାରେ ବିଭିନ୍ନ ବ୍ରାଣ୍ଡ ର ଶପିଂ ଷ୍ଟୋର ଖୋଲିବା ସହ ସିନେମା ହଲ୍,ଫୁଡ୍ କୋର୍ଟ,ପିଲାଙ୍କ ପାଇଁ ଖେଳ ପଡିଆ ଇତ୍ୟାଦି ର ସୁବିଧା ରହିବ।

ଏହି ମଲ ଟି ୪ଲକ୍ଷ ୫୦ ହଜାର ବର୍ଗଫୁଟ ରେ ନିର୍ମାଣ ହୋଇଛି ଏବଂ ଏହାର ପ୍ରକଳ୍ପ ର ମୂଲ୍ୟ ପ୍ରାୟ ୫୦୦ କୋଟି। ଏହାକୁ ନିର୍ମାଣ କରିଛନ୍ତି ବିଶ୍ଵ ର ସବୁଠାରୁ ବଡ ନିର୍ମାଣ କାରୀ ସଂସ୍ଥା ଅଷ୍ଟ୍ରେଲିଆ ର ଲିଗ୍ ଟନ୍ କମ୍ପାନୀ।

ଏଥିରେ ଶିନେପଳିସ୍ ନାମକ ମଲ୍ଟିପ୍ଲେକ୍ସ ସିନେମା ହଲ୍ ମଧ୍ୟ ରହିବ ଯେଉଁଥିରେ କି ଏକ ସଙ୍ଗେ ୭ ଟି ପରଦା ରେ ସିନେମା ଚାଲିବ। ଯାହାକି ୧୨୫୦ ଜଣ ଦର୍ଶକ ମାନଙ୍କୁ ଆରାମଦାୟକ ସିଟ୍ ଯୋଗାଇବ।

ଖାଲି ଏତିକି ନୁହେଁ ଏହାର ୩ୟ ରୁ ୯ ମହଲା ଯାଏ ଅଫିସ୍ ପାଇଁ ଭଡାକୁ ଦିଆଯିବ।

Leave a Reply

Your email address will not be published. Required fields are marked *