ପୁଅ ବଦଳରେ ଝିଅ ବୋଲି : ବାଉଁଶ ବୁଦାକୁ ଫୋପାଡ଼ିଦେଲେ

ଝିଅ ଏବଂ ପୁଅ ଭିତରେ କିଛି ବି ଫରକ ନାହିଁ I ସମସ୍ତେ ସମାନ ବୋଲି ଆମେ ଡିଣ୍ଡିମ ପିଟୁଥିବା ବେଳେ ଏ ସବୁ ଯେ କେବଳ ଲୋକଦେଖାଣିଆ ଏବଂ ଏବେ ବି କିଛି ଲୋକଙ୍କ ମନରେ ଝିଅ ଙ୍କ ପ୍ରତି ଘୃଣା ଭାବନା ଅଛି ତାହାର ଏକ ପ୍ରମାଣ ମିଳିଛି ଧର୍ମଶାଳାରେ I ପୁଅ ବଦଳରେ ଝିଅ ଜନ୍ମ ହେଲା ବୋଲି ପରିବାର ଲୋକେ ସଦ୍ୟ ଜନ୍ମିତ ଝିଅଟିକୁ ବାଉଁଶ ବୁଦା ମୂଳରେ ଫିଙ୍ଗିଦେଇ ଚାଲିଯାଇଛନ୍ତି Iଘଟଣା ଟି ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାଲେପୁର ଗ୍ରାମର I

ବାଉଁଶ ବୁଦା ରୁ କୁଆଁ କୁଆଁ ସବ୍ଧ ଶୁଣି ସ୍ଥାନୀୟ ବାସିନ୍ଦା ନୟନୀ ଶିଶୁ କନ୍ୟାଟିକୁ ଦେଖିବାକୁ ପାଇଥିଲେ I ଏବଂ ଉଦ୍ଧାର କରି ଯାଜପୁର ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲେ I କନ୍ୟାଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *